Forest Department / ଜଙ୍ଗଲ ବିଭାଗର 'ଥାର୍' କିଣା ଓ ମୋଡିଫିକେସନ୍ର ହେବ ସ୍ୱତନ୍ତ୍ର ଅଡିଟ୍

Key Points
ଜଙ୍ଗଲ ବିଭାଗର 'ଥାର୍' କିଣା ଓ ମୋଡିଫିକେସନ୍ର ହେବ ସ୍ୱତନ୍ତ୍ର ଅଡିଟ୍ ।
ଏନେଇ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଜଙ୍ଗଲ ବିଭାଗ ଅତିରିକ୍ତ ସଚିବଙ୍କ ଚିଠି ।
ଥାର୍ କିଣାର ହେବ ଅଡିଟ୍ । ଜଙ୍ଗଲ ବିଭାଗର 'ଥାର୍' କିଣା ଓ ମୋଡିଫିକେସନ୍ର ହେବ ସ୍ୱତନ୍ତ୍ର ଅଡିଟ୍ । ଏନେଇ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଜଙ୍ଗଲ ବିଭାଗ ଅତିରିକ୍ତ ସଚିବଙ୍କ ଚିଠି । ପିସିସିଏଫ୍ ବନ୍ୟପ୍ରାଣୀ ଅଫିସ୍ରେ ସ୍ବତନ୍ତ୍ର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୨୦୨୪-୨୫ ଆର୍ଥିକ ବର୍ଷରେ ଗାଡ଼ି କିଣାକୁ ନେଇ ହେବ ଅଡିଟ୍ । ୨୦୨୪-୨୫ ଆର୍ଥିକ ବର୍ଷରେ ଜଙ୍ଗଲ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ବନ ବିଭାଗ ପକ୍ଷରୁ ଗୋଟିଏ ଥାର୍ ଗାଡ଼ିର ଦାମ ୧୪ ଲକ୍ଷ ଟଙ୍କା ହିସାବରେ ୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୫୧ଟି ‘ଥାର୍’ ଗାଡ଼ି କିଣାଯାଇଥିଲା ।
ଏହା ସହିତ ରୂପାନ୍ତରୀକରଣ ବା ମୋଡିଫିକେସନ୍ ପାଇଁ ୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା । ଯାହାକୁ ନେଇ ଗତ ଶୀତ ଅଧିବେଶନରେ ପ୍ରଶ୍ନ ଉଠିଥିଲା । ବିଭାଗୀୟ ମନ୍ତ୍ରୀ ମଧ୍ୟ ଖର୍ଚ୍ଚର ସବିଶେଷ ତଥ୍ୟ ଦେଇ ଉତ୍ତର ରଖିଥିଲେ ଏବଂ ଏହାର ତଦନ୍ତ ହେବ ବୋଲି ଗୃହରେ ଉତ୍ତର ରଖିଥିଲେ । ପୂର୍ବ ସରକାରରେ ଏହି ଗାଡ଼ିଗୁଡ଼ିକ କିଣିବାକୁ ଅନୁମୋଦନ କରିଥିଲେ ଏବଂ ଚଳିତ ସରକାରରେ କିଣା ହୋଇଥିଲା ବୋଲି ଉତ୍ତର ରଖିଥିଲେ ମନ୍ତ୍ରୀ ।
ସୂଚନାନୁଯାୟୀ ମହିନ୍ଦ୍ରା କମ୍ପାନିରୁ ଥର୍ଗୁଡ଼ିକ କିଣାଯିବା ପରେ ସେଠାରେ ହିଁ କଷ୍ଟମାଇଜେସନ୍ ହୋଇଛି। ପ୍ରତିବର୍ଷ ଶିମିଳିପାଳରେ ବନାଗ୍ନିରେ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଥିବାରୁ ତାହାକୁ ନଜରରେ ରଖି ଏଟିଭି ଗାଡ଼ିଗୁଡ଼ିକ କିଣିବାକୁ ଯୋଜନା ହୋଇଥିଲା। ୨୦୨୪ ଜାନୁଆରି ୨୨ରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ପ୍ରସ୍ତାବ ଆସିବା ପରେ ବିଭାଗ ପଦକ୍ଷେପ ନେଇଥିଲା । ଏଟିଭି ଗାଡ଼ି ସହ ଟ୍ୟାଙ୍କର, ପ୍ରେସର ପମ୍ପସ୍, ଟ୍ରାନ୍ସପୋର୍ଟ ଗାଡ଼ି କିଣାଯିବାର ଆବଶ୍ୟକତା ରହିଥିବା କୁହାଯାଇଛି ।
ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ମୁକାବିଲା ସାମଗ୍ରୀ ଓ ଗାଡ଼ି କିଣିବାକୁ ସ୍ଵତନ୍ତ୍ର ରିଲିଫ୍ କମିସନ(ଏସ୍ଆରସି)ଙ୍କ ପକ୍ଷରୁ ଜଙ୍ଗଲ ବିଭାଗକୁ ଜୁଲାଇରେ ୨୮.୪୫ କୋଟି ଟଙ୍କା ଅନୁମୋଦନ ହୋଇଥିଲା । ଅକ୍ଟୋବର ମାସରେ ବିଭାଗକୁ ଅନୁଦାନ ରାଶି ମିଳିବା ପରେ ଗାଡ଼ିଗୁଡ଼ିକ କିଣିବା ପ୍ରକ୍ରିୟା ହୋଇଥିଲା ।
ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମନାକୁ ଆସିବ। ‘ଥର୍’ ଗାଡ଼ିରେ ଲାଗିଥିବା ସାମଗ୍ରୀଗୁଡ଼ିକର ମୂଲ୍ୟ ବହୁତ ଅଧିକ। ପାହାଡ଼ ଚଢ଼ିବାରେ ଗାଡ଼ିରେ ସ୍ବତନ୍ତ୍ର ଚକ ଆବଶ୍ୟକ ରହିଥାଏ, ଯାହାର ମୂଲ୍ୟ ବହୁତ ଅଧିକ। ସାମଗ୍ରୀ ଟାଣିବାକୁ ‘ଥର୍’ରେ ଲାଗୁଥିବା ସାମଗ୍ରୀଗୁଡ଼ିକର ମୂଲ୍ୟ ୨ଲକ୍ଷ ଉପରେ ପଡ଼ୁଛି। କଷ୍ଟମାଇଜେସନ୍ ସମୟରେ ୧୭ ପ୍ରକାର ସାମଗ୍ରୀ ଲାଗିଛି। ଯେଉଁଥିପାଇଁ ଗାଡ଼ି ପିଛା ହାରାହାରି ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
📱 Get Argus News App
✨Related Topics
Explore more stories