Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିବାଦର ସମାଧାନ ଓ କୋଟିଆ ବିକାଶ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି

Ritu Das
Browse all articles by Ritu Das
·1 year ago·2 min read
ବିବାଦର ସମାଧାନ ଓ କୋଟିଆ ବିକାଶ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି

Key Points

ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ କମିଟି ଗଠନ କଲେ ସରକାର

ନିଷ୍ପତ୍ତିକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜସ୍ୱ ମନ୍ତ୍ରୀ କହିଲେ ଜୁନ୍‌ ୩ ତାରିଖରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ

ସୁପ୍ରିମକୋର୍ଟରେ ମାମଲାର ପୁନଃବିଚାର ପାଇଁ ହୋଇଛି ଆବେଦନ

ଦୀର୍ଘ ବର୍ଷ ଧରି ଲାଗିରହିଥିବା ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଲାଗି ରହିଥିବା କୋଟିଆ କଳିରେ ପଡ଼ିବ କି ଯବନିକା ? କୋଟିଆ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କମିଟି ଗଠନ କରିବା ପରେ ସଂଚରିଛି ନୂଆ ଆଶା । ବିବାଦର ସମାଧାନ ଓ ତୃଣମୂଳ ସ୍ତରରେ ବିକାଶ ପହଞ୍ଚେଇବା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ୧୬ ଜଣିଆ କମିଟି । ଏ ନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି କୋଟିଆ ପାଇଁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ କରାଯାଇ ଦୀର୍ଘ ଓ ସ୍ବଳ୍ପ ମିଆଦି ଯୋଜନା କରାଯିବ ।


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କୋଟିଆ ଉପରେ ବୈଠକ ବସି ସରକାରଙ୍କ ସବୁ ଯୋଜନାକୁ ଏକତ୍ରିତ କରି ଗୋଟିଏ ସଂସ୍ଥା ମାଧ୍ୟମରେ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। , ପାଣ୍ଠି ଆବଣ୍ଟନ ସହ ଆନ୍ଧ୍ର ଓ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ତୁଳନା କରି କୋଟିଆ ଗ୍ରାମବାସୀଙ୍କୁ କିପରି ଅଧିକ ସୁବିଧା ମିଳିବ ସେନେଇ ଏକ ସମନ୍ବିତ ଯୋଜନା ପ୍ରସ୍ତୁତ କରାଯିବ। ନୂଆ କମିଟି ଏ ନେଇ ରିପୋର୍ଟ ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ କରିବ। ନିଷ୍ପତ୍ତି କୁ କଂଗ୍ରେସ ସ୍ୱାଗତ କରିଥିବା ବେଳେ ପ୍ରଶ୍ନ ଉଠାଇଛି ବିଜେଡି । ସ୍ଥାନୀୟ ଲୋକେ ବି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କୋଟିଆର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ୧୬ ଜଣିଆ କମିଟି ଗଠନକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଲେଖିଛନ୍ତି କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଆମର ଭାବାବେଗ କୋଟିଆବାସୀଙ୍କ ସହ ଜଡ଼ିତ । ଓଡ଼ିଶାର ସୀମାକୁ ଭୌଗୋଳିକ ଓ ସାଂସ୍କୃତିକ ରୂପେ ସୁରକ୍ଷିତ ରଖିବାର ସଂକଳ୍ପନା ନେଇ ମୁଁ ପୂର୍ବରୁ କୋଟିଆ ଗସ୍ତରେ ଯାଇଥିଲି । ଗୋ ବ୍ୟାକ ଆନ୍ଧ୍ର- ଫାଇଲ କୋଟିଆର ସ୍ଥାୟୀ ସମାଧାନ ପାଇଁ ଅନେକ ଥର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ଅନୁରୋଧ କରିଥିଲେ କେନ୍ଦ୍ର ମନ୍ତ୍ରୀ। ଅନୁରୋଧ ଓ ଦାବି ସତ୍ତ୍ୱେ ପୂର୍ବ ସରକାର ଏହି ବିଷୟରେ କର୍ଣ୍ଣପାତ କରିନଥିଲେ ।
ଜୁନ ୩ ତାରିଖରେ ବସିବାକୁ ଥିବା କମିଟିର ପ୍ରଥମ ବୈଠକରେ କି ନିଷ୍ପତ୍ତି ନିଆଯାଉଛି ତା ଉପରେ ନଜର...

Sponsored
special-committee-formed-to-resolve-disputes-and-develop-kotia | Argus News