ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ପାଇଁ ଗଠନ ହେବ ସ୍ବତନ୍ତ୍ର କମିଟି

ଅର୍ଗସ ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ପାଇଁ ଗଠନ ହେବ ସ୍ଵତନ୍ତ୍ର କମିଟି । ଜଣେ ହାଇକୋର୍ଟଙ୍କ ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି। ସମସ୍ତ ନିଯୋଗଙ୍କ ସହ ଆଲୋଚନା କରି ନିତିକାନ୍ତି ଉପରେ କରାଯିବ ବିଚାର। ଦୁଇରୁ ତିନି ମାସ ଭିତରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ତା ପରେ ଆଇନ ପ୍ରସ୍ତୁତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ବିଭିନ୍ନ ନିଯୋଗ ପାଖରେ ଥିବା ଭିନ୍ନ ଭିନ୍ନ ସେବା ଏବଂ ରେକର୍ଡ ଯାଞ୍ଚ କରିବେ । ସୂଚନା ଅନୁଯାୟୀ ମହାପ୍ରଭୁ ଲିଙ୍ଗରାଜ ଦୀର୍ଘ ୪୫ ଘଣ୍ଟା ଉପବାସରେ ରହିବା ପରେ ସ୍ବାଭାବିକ ହୋଇଥିଲା ନୀତିକାନ୍ତି। ଗତକାଲିଠୁ ନୀତିକାନ୍ତି ସୂଚାରୁ ରୂପେ ଚାଲିଛି। ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଠାକୁର ଉପବାସରେ ରହିଥିଲେ, ନୀତିକାନ୍ତି ବନ୍ଦ ରହିଥିଲା।୨ଟି ପର୍ଯ୍ୟାୟରେ ବୈଠକ ସତ୍ତ୍ବେ ନିଷ୍କର୍ସ ବାହାରି ପାରିନଥିଲା । ଶେଷରେ ଟ୍ରଷ୍ଟବୋର୍ଡ ବୈଠକ ପରେ ସମାଧାନର ବାଟ ବାହାରିଥିଲା । ଏହାପରଠୁ ନୀତିକାନ୍ତି ସ୍ବାଭାବିକ ଭାବେ ଚାଲିଛି।
📱 Get Argus News App
✨ତେବେ ବାରମ୍ବାର ବିବାଦ ଉପୁଜୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଏକକ ସଦସ୍ୟ ବିଶିଷ୍ଟ କମିଶନ ଗଠନ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ। ସୁଚନାଅନୁଯାୟୀ ବନ୍ଦ ହେଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ।ପୁଣି ପୂଜାପଣ୍ଡା ଓ ବଡ଼ୁ ନିଯୋଗ ମଧ୍ୟରେ ବିବାଦ ପାଇଁ ନୀତି ବନ୍ଦ ହୋଇଥିବା ସୂଚନା ରହିଥିଲା । ପଇତା ଲାଗି ନୀତି ନେଇ ୨୦୧୯ରୁ ଲାଗି ରହିଥିଲା ବିବାଦ । ସନ୍ଧ୍ୟା ଧୂପଠାରୁ ନୀତିକାନ୍ତି ବନ୍ଦ ରହିଥିବା ବେଳେ ନୀତି ବିଭ୍ରାଟ ହୋଇଥିବାରୁ ପ୍ରଭୁଙ୍କର କୌଣସି ନିତି ହୋଇନଥିଲା । ଦେବୋତ୍ତର କମିଶନଙ୍କ ନିକଟରେ ମାମଲା ବିଚାରାଧୀନ ରହିଛି । ସମାଧାନ କରିବାରେ ବିଫଳ ହୋଇଥିଲା ମନ୍ଦିର ପ୍ରଶାସନ ।