Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ପେଶାଲ୍ କ୍ରାଇମ୍ ୟୁନିଟ ପଞ୍ଝାରେ ମେଡିକାଲ୍ ସିଟ୍ ବିକ୍ରି ଦଲାଲ

Smruti Parija
Browse all articles by Smruti Parija
·1 year ago
ସ୍ପେଶାଲ୍ କ୍ରାଇମ୍ ୟୁନିଟ ପଞ୍ଝାରେ ମେଡିକାଲ୍ ସିଟ୍ ବିକ୍ରି ଦଲାଲ

ସ୍ପେଶାଲ୍ କ୍ରାଇମ୍ ୟୁନିଟ ପଞ୍ଝାରେ ମେଡିକାଲ୍ ସିଟ୍ ବିକ୍ରି ଦଲାଲ । ୪ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ୍ । ବିହାରରୁ ଜଣେ ଏବଂ ଝାଡ଼ଖଣ୍ଡରୁ ଜଣେ ଏବଂ ଓଡ଼ିଶାରୁ ଦୁଇ ଜଣଙ୍କୁ ଗିରଫ କରିଛି ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ । ବାହାର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଘରୋଇ ମେଡିକାଲ କଲେଜରେ ଆଡ଼ମିଶନ ପାଇଁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ।


ବର୍ତ୍ତମାନ ଏମାନଙ୍କ ଶହ କେଉଁମାନେ ସମ୍ପୃକ୍ତି ଅଛନ୍ତି ଏବଂ କେଉଁ ଘରୋଇ ମେଡିକାଲ କଲେଜ ସାମିଲ ଅଛି ଛାନଭିନ୍ କରୁଛି ସ୍ପେଶାଲ୍ କ୍ରାଇମ ୟୁନିଟ୍ । ଏମାନଙ୍କ ନିକଟରୁ ବହୁ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ, ଚେକ୍, ଦଲାଲଙ୍କ ଚେକବୁକ୍, ଫରେନ NRI ଓ OCI ସ୍ପନ୍ସରସିପ୍ ସାର୍ଟିଫିକେଟ ଜବତ ହେବା ସହ ଦୁଇଟି ଦାମୀ କାର, ଅରୁଗୁଳରେ ଦୁଇଟି ପ୍ଲଟ୍ ଜବତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
special-crime-unit-arrests-medical-sheet-sales-broker | Argus News