ହଂସିତା ଓ ଅନିଲକୁ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ

ଅର୍ଗସ ବ୍ୟୁରୋ: ଭୁବନେଶ୍ଵରରୁ ହାଇପ୍ରୋଫାଇଲ ଠକ ଦମ୍ପତି ଗିରଫ ଘଟଣା। ରିମାଣ୍ଡରେ ଗଲେ ଠକ ଦମ୍ପତି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି । ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ । ଅନୀଲ ଓ ହଂସିତାଙ୍କୁ ଘର ଓ ଅଫିସକୁ ନେଇ ଖୋଳ ତାଡ କରିବ ପୋଲିସ। ଦମ୍ପତି ରିମାଣ୍ଡରେ ଆସିଲେ ଠକେଇର ଚେର କେତେ ଯାଏଁ ଲମ୍ବିଛି ? ଏମାନଙ୍କର ଗଡ଼ ଫାଦର କିଏ ? କାହା ଛତ୍ର ଛାୟାରେ ରହି ଠକେଇ ସିଣ୍ଡିକେଟ ଚଳାଇଥିଲେ ଏନେଇ ପୋଲିସ ପଚରା ଉଚରା କରିବ। ତେବେ ଡିସେମ୍ବର 26ତାରିଖରେ ଠକେଇ ଘଟଣାରେ ହାଇପ୍ରୋଫାଇଲ ଦମ୍ପତି ହଂସିତା ଅଭିଲିପ୍ସା ଏବଂ ଅନିଲ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। । ଏହା ପୂର୍ବରୁ ଦମ୍ପତ୍ତିଙ୍କ କମ୍ପାନୀ ଓ ଘରେ ଆୟକର ବିଭାଗ ଚଢାଉ କରିଥିଲା। ଭୁବନେଶ୍ବର, ଦିଲ୍ଲୀ ଓ ଝାଡ଼ଖଣ୍ଡରେ ଏକକାଳୀନ 12ଟି ସ୍ଥାନରେ ରେଡ କରିଥିଲା ଆୟକର ବିଭାଗ।
Trump Lays Out The Scam Of Biden's Border Wall Material Sale, Says It Should Be Investigated
— Alex Jones (@RealAlexJones) January 8, 2025
Watch And Share Our LiveStream Please: https://t.co/2jcVYLsnzw pic.twitter.com/0TmVTCXwX0