Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ଵିନ୍ ସିଟିରେ ଜୋରଦାର ଚେକିଂ; ଗାଡ଼ିରେ କଳା କାଚ ଲଗାଇଥିଲେ ଗଣିବେ ୫ ହଜାର

Odisha

ଟ୍ଵିନ୍ ସିଟିରେ ଜୋରଦାର ଚେକିଂ; ଗାଡ଼ିରେ କଳା କାଚ ଲଗାଇଥିଲେ ଗଣିବେ ୫ ହଜାର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଟ୍ଵିନ୍ ସିଟିରେ ଜୋରଦାର ଚେକିଂ; ଗାଡ଼ିରେ କଳା କାଚ ଲଗାଇଥିଲେ ଗଣିବେ ୫ ହଜାର

Key Points

ଟ୍ଵିନ୍ ସିଟି କଟକ, ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଡ୍ରାଇଭ୍ ଚାଲିଛି । ଛକ ଛକରେ କଡ଼ାକଡ଼ି ଚେକିଂ କରୁଛି ଟ୍ରାଫିକ୍ ପୋଲିସ ।

ଭୁବନେଶ୍ଵର: ଗାଡ଼ି ଚାଳକ ସାବଧାନ । ନିୟମ ଭାଙ୍ଗିଲେ ଗଣିବେ ମୋଟା ଅଙ୍କର ତଣ୍ଡ । ଟ୍ଵିନ୍ ସିଟି କଟକ, ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଡ୍ରାଇଭ୍ ଚାଲିଛି । ଛକ ଛକରେ କଡ଼ାକଡ଼ି ଚେକିଂ କରୁଛି ଟ୍ରାଫିକ୍ ପୋଲିସ ।


ଗାଡ଼ିରେ କଳା କାଚ ଲଗାଇ ଧରା ପଡ଼ିଲେ ଗଣିବାକୁ ପଡ଼ିବ ୫ ହଜାର ଟଙ୍କା ଫାଇନ୍ । ବିକଟାଳ ହର୍ଣ୍ଣ ଓ କଳା କାଚ ଲଗାଇଥିବା ଗାଡ଼ି ଗୁଡିକର ଚେକିଂ କରାଯାଉଛି । କମିଶନରେଟ୍ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ କଟକ ଓ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଚେକିଂ ଚାଲିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଳା କାଚ ଲଗାଇଥିବା କାର ଗୁଡିକରୁ କଳା ଜରି କାଢିବା ସହ ୫ ହଜାର ଟଙ୍କା ଜରିମାନା କଟା ଯାଉଛି । ସେହିପରି ବିନା ହେଲମେଟରେ ଦୁଇ ଚକିଆ ଚଳାଇବା, ଟ୍ରାଫିକ୍‌ରେ ରେଡ୍ ଲାଇଟ ଉଲ୍ଲଂଘନ କଲେ ଫାଇନ୍ କଟାଯାଉଛି ।


ଟ୍ରାଫିକ୍‌ରେ ରେଡ ଲାଇଟ୍ ବେଳେ ଗାଡି ନ ଅଟକାଇ ୟୁ ଟର୍ଣ୍ଣ ମାରି ପଳାଉଥିବା ଗାଡ଼ି ଅଟକାଇ ୫୦୦ ଟଙ୍କା ଜରିମାନା ଆଦାୟ କରୁଛି ପୋଲିସ । ଧନଜୀବନର ସୁରକ୍ଷା ସହ ସୁରକ୍ଷିତ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଲାଗି ସମସ୍ତେ ଟ୍ରାଫିକ ନିୟମ ମାନିବାକୁ ଅପିଲ କରିଛନ୍ତି ଟ୍ରାଫିକ ଡିସିପି ।


Sponsored
Special Drive Of Commissionerate Police In Twin City Up | Argus News