ଡିଜି କ୍ୟାମ୍ପ୍ ଅଫିସରେ ସ୍ପେଶାଲ୍ ଫୋର୍ସ
·1 year ago

ଅର୍ଗସ ବ୍ୟୁରୋ: ଆସନ୍ତା 8 ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ। ଏଥିପାଇଁ ଭୁବନେଶ୍ବରରେ କରାଯାଉଛି କଡ଼ା ସୁରକ୍ଷା ବ୍ୟବସ୍ଥା। ଡିଜି କ୍ୟାମ୍ପ ଅଫିସରେ ସ୍ପେଶାଲ ଫୋର୍ସ। ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଏହି ଟିମ୍ ହାଇଆଲର୍ଟରେ ରହିବେ । ଡିଜି କ୍ୟାମ୍ପ୍ ଅଫିସରେ ସ୍ପେଶାଲ ଟାକଟିକାଲ ୟୁନିଟ୍ । ଏହି ସଶସ୍ତ୍ର ବାହିନୀଙ୍କ ପାଖରେ ରହିଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଯାହା ଯେ କୌଣସି ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ। ପ୍ରବାସୀ ଭାରତୀୟ ସମ୍ମିଳନୀରେ 7 ହଜାର ପ୍ରବାସୀ ଭାରତୀୟଙ୍କ ସମେତ ମୋଟ 10 ହଜାର ଅତିଥି ଯୋଗ ଦେବେ। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ବି ସାମିଲ ହେବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: