Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ଆସିଲା ସ୍ବତନ୍ତ୍ର ମୋଡାଲିଟି

Rashmita Mishra
Browse all articles by Rashmita Mishra
·1 year ago·1 min read
ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ଆସିଲା ସ୍ବତନ୍ତ୍ର ମୋଡାଲିଟି

ଅର୍ଗସ ବ୍ୟୁରୋ: ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ଆସିଲା ସ୍ବତନ୍ତ୍ର ମୋଡାଲିଟି । AGଙ୍କୁ ଚିଠି କଲେ ରାଜ୍ୟ ସରକାର । ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ହେବନାହିଁ ସିଧା ନିଯୁକ୍ତି ପ୍ରକ୍ରିୟା । OSAPରୁ ପୋଲିସ କର୍ମୀଙ୍କୁ ଡେପୁଟେସନରେ ଦିଆଯିବ ଦାୟିତ୍ଵ । କାର୍ଯ୍ୟକାଳ ନିର୍ଦ୍ଧାରଣ କରିବେ ପୋଲିସ ଡିଜି

ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ଆସିଲା ସ୍ବତନ୍ତ୍ର ମୋଡାଲିଟି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଙ୍କୁ କରାଗଲା ଚିଠି। SSMSV ବା ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ହେବନାହିଁ ସିଧା ନିଯୁକ୍ତି ପ୍ରକ୍ରିୟା । OSAPରୁ ପୋଲିସ କର୍ମୀଙ୍କୁ ଡେପୁଟେସନରେ ଦିଆଯିବ ଦାୟିତ୍ବ। ସେପଟେ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ, ସିଭିଲ ପୋଲିସଙ୍କୁ ବି ଦାୟିତ୍ବ ଦିଆଯିବ। ଏମାନଙ୍କ କାର୍ଯ୍ୟକାଳ କେତେ ରହିବ ତାହା ପୋଲିସ ଡିଜି ନିର୍ଦ୍ଧାରଣ କରିବେ।  ପ୍ରଥମେ ଡେପୁଟେସନରେ ଆସିଥିବା ପୋଲିସ କର୍ମୀଙ୍କ କାର୍ଯ୍ୟ ସମୟ ୩ ବର୍ଷ ରହିବ । ଆବଶ୍ୟକ ସ୍ଥଳେ ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟଭାର ବଢ଼ାଯାଇ ପାରିବ।  କାର୍ଯ୍ୟଭାର ସମୟ ସରିବା ପରେ ପୂର୍ବସ୍ଥାନକୁ ଫେରିଯିବେ ସଂପୃକ୍ତ ପୋଲିସ କର୍ମୀ। SSMSV ଦାୟିତ୍ବରେ ଥିବାବେଳେ ପ୍ରଦର୍ଶନ ଖରାପ ହେଲେ କାର୍ଯ୍ୟରୁ ଅନ୍ତର କରାଯିବ।  SMSV ପାଇଁ ଇନ୍ସପେକ୍ଟର, ସବ୍‌ ଇନ୍ସପେକ୍ଟର, ହାବିଲଦାର ପାଇଁ ରାଜ୍ୟ ପୋଲିସର ସଶସ୍ତ୍ର ବାହିନୀର ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ପୂଜାପଣ୍ଡା ନିଯୋଗ। ଏମାନଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସ୍ ଓ ଲୋଗୋ କରିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Special modality for the security forces of the Swatantra Temple | Argus News