Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀମନ୍ଦିରକୁ ଜଗିବ ସ୍ପେସିଆଲ ଟାକ୍ଟିକାଲ୍ ୟୁନିଟ୍‌ର ରକ୍ଷକ ପ୍ଲସ ଭ୍ୟାନ

Odisha

ଶ୍ରୀମନ୍ଦିରକୁ ଜଗିବ ସ୍ପେସିଆଲ ଟାକ୍ଟିକାଲ୍ ୟୁନିଟ୍‌ର ରକ୍ଷକ ପ୍ଲସ ଭ୍ୟାନ

Rashmita Mishra
Browse all articles by Rashmita Mishra
·1 year ago·2 min read
ଶ୍ରୀମନ୍ଦିରକୁ ଜଗିବ ସ୍ପେସିଆଲ ଟାକ୍ଟିକାଲ୍ ୟୁନିଟ୍‌ର ରକ୍ଷକ ପ୍ଲସ ଭ୍ୟାନ

ଯୁଦ୍ଧ ସ୍ଥିତିରେ ଶ୍ରୀମନ୍ଦିର ସୁରକ୍ଷା ଉପରେ ଫୋକସ୍ । ପୁରୀରେ ପହଞ୍ଚିଲା ସ୍ପେସିଆଲ ଟାକ୍ଟିକାଲ୍ ୟୁନିଟ୍‌ର ରକ୍ଷକ ପ୍ଲସ ଭ୍ୟାନ । ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବ ଏହି ଭ୍ୟାନ । ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ୱରେ ମୁତୟନ ରହିବ ରକ୍ଷକ । ଏହି ଭ୍ୟାନର ଉପରି ଭାଗରେ ରହିଛନ୍ତି ଲାଇଟ୍ ମେସିନ ଗନ୍ ଧାରୀ ସଶସ୍ତ୍ର ଟ୍ରେନଡ ଫୋର୍ସ। ଭ୍ୟାନରେ ୮ ଜଣ କ୍ର୍ୟୁ ମେମ୍ବର ସୁରକ୍ଷା ଦାୟିତ୍ୱରେ ରହିବେ । ଗହଳି,ଯୁଦ୍ଧକାଳୀନ ସ୍ଥିତି ଇତ୍ୟାଦିରେ ନିୟନ୍ତ୍ରଣ ଓ ସୁରକ୍ଷା ଦାୟିତ୍ଵ ବହନ କରିପାରିବ ଏହି ଭ୍ୟାନ୍ । ଏହାକୁ ସ୍ବତନ୍ତ୍ର ସୁରକ୍ଷା ଡିଜାଇନ୍ ଦିଆଯାଇଛି । ଏକା ସାଙ୍ଗରେ ୬ ଟି ଗ୍ରେନେଡ ବିସ୍ଫୋରଣ ହେଲେ ବି ଏହା ପ୍ରତିହିତ କରିପାରିବ ।

ସେପଟେ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି ୱାଇ ବି ଖୁରାନିଆ । ପୁରୀରେ ବରିଷ୍ଠ ଅଧିକାରୀଙ୍କ ସହଙ୍କ ସହ କଲେ ସମୀକ୍ଷା ବୈଠକ। ସୁରକ୍ଷା ସହ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ କଣ୍ଟ୍ରୋଲ ଉପରେ ମାନସ ମନ୍ଥନ । ଜଳ, ସ୍ଥଳ, ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ । କୋଷ୍ଟ ଗାର୍ଡ, ଇଣ୍ଡିଆନ ନାଭି, RPF ଭଳି ସେଣ୍ଟ୍ରାଲ ଏଜେନ୍ସି ସହ ସମନ୍ଵୟ ଉପରେ ଗୁରୁତ୍ବ ଦିଆଯାଇଛି । ପ୍ରଥମ ଥର କୋଷ୍ଟାଲ୍ ସିକ୍ୟୁରିଟି ପାଇଁ ମୁତୟନ ହେବ ଡ୍ରୋନ୍ । ଏଥର ରଥରେ ଓଡ଼ିଶା ପୋଲିସର କୋଷ୍ଟାଲ ୱିଙ୍ଗ୍ ତରଫରୁ ମୁତୟନ ହେବ ଡ୍ରୋନ୍ । ସମୁଦ୍ର ତଟ ଜଗିବ ମେରାଇନ ପୋଲିସ ଓ କୋଷ୍ଟ ଗାର୍ଡର ବୋଟ । ସିସିଟିଭି ନଜରରେ ରହିବ ସମଗ୍ର ଶ୍ରୀକ୍ଷେତ୍ର । ଆକାଶ ମାର୍ଗ ସର୍ଭିଲାନ୍ସ ପାଇଁ ନିୟୋଜିତ ହେବ ଡ୍ରୋନ୍ । AI ଓ ଡ୍ରୋନ ସାହାଯ୍ୟରେ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ କରାଯିବ ।

ରେଲୱେ ତରଫରୁ CCTV ସହ ଭକ୍ତଙ୍କ ସମାଗମ ଜାଗାରେ ପୋଲିସ ତରଫରୁ ଲାଗିବ ସିସିଟିଭି । ସେପଟେ ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହୋଇଛି ସ୍ପେଶିଆଲ୍ ଟାକ୍ଟିକାଲ୍ ୟୁନିଟର ରକ୍ଷକ ପ୍ଲସ୍ ଭ୍ୟାନ୍ । ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ୱରେ ମୁତୟନ ରହିବ ରକ୍ଷକ । ଏହି ଭ୍ୟାନର ଉପରି ଭାଗରେ ରହିଛି ଲାଇଟ୍ ମେସିନ ଗନ୍ ଧାରୀ ସଶସ୍ତ୍ର ଟ୍ରେନଡ ଫୋର୍ସ ।ଭ୍ୟାନରେ ୮ ଜଣ କ୍ରିୟୁ ମେମ୍ବର ସୁରକ୍ଷା ଦାୟିତ୍ୱରେ ରହିବେ । ଗହଳି, ଯୁଦ୍ଧକାଳୀନ ସ୍ଥିତିରେ ସୁରକ୍ଷା ଦାୟିତ୍ଵ ବହନ କରିପାରିବ ଏହି ଭ୍ୟାନ୍ । ଏହାକୁ ସ୍ବତନ୍ତ୍ର ସୁରକ୍ଷା ପାଇଁ ଡିଜାଇନ୍ ଦିଆଯାଇଛି । ଏକାସଙ୍ଗେ ୬ଟି ଗ୍ରେନେଡ ବିସ୍ଫୋରଣ ହେଲେ ବି ଏହା ପ୍ରତିହିତ କରିପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored