Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିରରେ ନିୟୋଜିତ ହେବେ ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଶ୍ରୀମନ୍ଦିରରେ ନିୟୋଜିତ ହେବେ ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ

ଦିନକୁ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଲମ୍ବୁଛି ଭିଡ। ଭକ୍ତଙ୍କ ସଂଖ୍ୟାରେ ବୃଦ୍ଧି ସରକାର ଓ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ତେଣୁ ଆଗକୁ ଦର୍ଶନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣି ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ଯୋଗାଇଦେବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଖୁବ୍ ଶୀଘ୍ର ଶ୍ରୀମନ୍ଦିରରେ ନିୟୋଜିତ ହେବେ ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ। ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ନାଁରେ ସ୍ୱତନ୍ତ୍ର ଟିମ୍ ଶ୍ରୀମନ୍ଦିର ସୁରକ୍ଷା ଓ ଶୃଙ୍ଖଳା ଦାୟିତ୍ୱରେ ରହିବ। ବାଟାଲିୟନରେ ଅଭିଜ୍ଞତା ଥିବା ପୋଲିସଙ୍କୁ ୩ ବର୍ଷ ପାଇଁ ଡେପୁଟେସନରେ ଅଣାଯିବ। ରାଜ୍ୟ ଶସସ୍ତ୍ର କ୍ୟାଡର୍ ର ଜଣେ କମାଣ୍ଡାଣ୍ଟ, ଦୁଇ ଜଣ ଡେପୁଟି କମାଣ୍ଡାଣ୍ଟ, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୮ ଇନ୍ସପେକ୍ଟର, ୩୧ ସବ୍ ଇନ୍ସପେକ୍ଟର , ୨୪ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ନିଯୁକ୍ତ ହେବେ।

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବାଟାଲିୟନ ପାଇଁ ଗତ ଦୁଇବର୍ଷ ତଳେ ଯୋଜନା ହୋଇଥିବା ବେଳେ ତାହା କାଗଜ ପତ୍ରରେ ସୀମିତ ରହିଥିଲା। ଏବେ ବିଜ୍ଞପ୍ତି ଓ ଚୟନ ପ୍ରକ୍ରିୟା ପରେ ନୂଆ ଆଶାର ସଞ୍ଚାର ହୋଇଛି । ଆଣ୍ଟି ଟେରରିଷ୍ଟ ଅପରେସନ ସହ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ,ଶ୍ରୀଗୁଣ୍ଡିଚା ମନ୍ଦିର, ପରିକ୍ରମା ପ୍ରକଳ୍ପ, ମାଉସୀ ମା’ ମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ଏହି ସଶସ୍ତ୍ର ସୁରକ୍ଷା ବାହିନୀ। ୧୦୮୩ ଜଣଙ୍କୁ ନିଯୁକ୍ତି ଦେବାକୁ ପୂର୍ବରୁ ଯୋଜନା ହୋଇଥିଲେ ହେଁ ଏବେ ଏହି ସଂଖ୍ୟା ୧୨ ଶହ ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି।

ଆଗକୁ ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ଯୋଜନା କରିବାକୁ ଯାଉଥିବା ବେଳେ ଏହି ସଶସ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି ଫଳପ୍ରଦ ହେବ ବୋଲି ମତ ପ୍ରକାଶ ପାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
special-temple-security-force-to-be-deployed-at-the-temple | Argus News