Videos
|
Odisha

ଦିବ୍ୟାଙ୍ଗଙ୍କୁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ, କରିବେ ଭଲ ରୋଜଗାର

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଦିବ୍ୟାଙ୍ଗଙ୍କୁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ, କରିବେ ଭଲ ରୋଜଗାର

ଏଣିକି ଦିବ୍ୟାଙ୍ଗ ହେବେ ସ୍ୱାବଲମ୍ବି । ସେମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ । ଯେଉଁଥିରୁ ସେମାନେ କରିପାରିବେ ଭଲ ରୋଜଗାର । ଅଜ୍ଞା ହଁ ତାଲିମ ମାଧ୍ୟମରେ ଦିବ୍ୟାଙ୍ଗ ପାଇବେ କର୍ମ ନିଯୁକ୍ତି । ଏନେଇ ବିଜେପି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । SSEPD ଓ SCPWDର ମିଳିତ ଉଦ୍ୟମରେ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବଡ଼ ବଡ଼ କମ୍ପାନୀଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି ।

ନିତୁ ଗର୍ଗ । ସେ ଜଣେ ଦିବ୍ୟାଙ୍ଗ । ହେଲେ ଆଜି ସେ ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ତାଙ୍କ ହାତର ଯାଦୁ ଅନେକଙ୍କୁ ଦେଉଛି ଉପଶମ। ଶରୀରକୁ ମସାଜ୍ କରିବାର ସବୁ ଟେକ୍‌ନିକ୍‌ରେ ଏବେ ସେ ସିଦ୍ଧହସ୍ତ । ସେ ନେଇଛନ୍ତି ଥେରାପି ଟ୍ରେନିଂ । ଆଉ ଏହା ତାଙ୍କୁ କରିଛି ଆତ୍ମନିର୍ଭର। ନିଜେ ରୋଜଗାରକ୍ଷମ ହେବା ସହ ତାଙ୍କ ଭଳି ଅନ୍ୟ ଦିବ୍ୟାଙ୍ଗଙ୍କୁ ଥେରାପି ତାଲିମ ଦେଉଛନ୍ତି । ଯାହାଫଳରେ ଅନ୍ୟମାନେ ମଧ୍ୟ ଭଲ ରୋଜଗାର କରିବାରେ ସଫଳ ହୋଇଛନ୍ତି ।

କେବଳ ମସାଜ୍ ନୁହେଁ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭର କରିଛି ବିଭିନ୍ନ ପ୍ରକାରର ତାମିଲ। ଏଇ ଯେମିତି ଘର ସଜା ସାମଗ୍ରୀ ଏବଂ ବିଭିନ୍ନ ଫ୍ଲେବରର ଚକଲେଟ, କେକ, ବିସ୍କୁଟ, ନମକିନ ପ୍ରସ୍ତୁତି ଇତ୍ୟାଦି। ଯାହା ଏହି ଦିବ୍ୟାଙ୍ଗଙ୍କ ଜୀବନରେ ଭରିଦେଇଛି ନୂଆ ଆଶା, ନୂଆ ଉତ୍ସାହ।

ତେଣୁ ଏବେ ଦିବ୍ୟାଙ୍ଗମାନେ ଆଉ କାହାରି ଉପରେ ହେବେ ନାହିଁ ନିର୍ଭରଶୀଳ। ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ଅଭିନବ କାର୍ଯ୍ୟକ୍ରମ । SSEPD ଓ SCPWDର ମିଳିତ ଉଦ୍ୟମରେ ହୋଇଛି ଦିବ୍ୟାଙ୍ଗଙ୍କୁ ତାଲିମ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦୦ ଜଣ ଦୃଷ୍ଟି ବାଧିତ ଯୁବକଙ୍କୁ ଦିଆଯାଇଥିଲା ଟ୍ରେନିଂ । ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ସହ ହସ୍ତଶିଳ୍ପର ବି ତାଲିମ ଦିଆଯାଇଛି। ଆସିଷ୍ଟାଣ୍ଟ ସ୍ପା ଥେରାପିଷ୍ଟ, ଫୁଡ୍ ପ୍ୟାକେଜିଂ ଭଳି କାମରେ ତାଲିମପ୍ରାପ୍ତ ଯୁବକମାନେ ରାଜ୍ୟ ଓ ରାଜ୍ୟ ବାହାରେ କେମିତି ନିଯୁକ୍ତି ପାଇପାରିବେ ସେଥିପାଇଁ ବି ସସ୍ଥା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଘରୋଇ ସଂସ୍ଥାର ଅଧିକାରୀ ସାମିଲ ହୋଇଥିଲେ । ଆଗାମୀ ଦିନରେ ଟୁରିଜିମ, ଆଇଟି, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କିଭଳି ଏହି ଦିବ୍ୟାଙ୍ଗ ମାନେ ସୁଯୋଗ ପାଇ ପାରିବେ ଏବଂ ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: