Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉପାନ୍ତ ଅଞ୍ଚଳକୁ ଯିବେ ବିଶେଷଜ୍ଞ ଡାକ୍ତର, ରୋଗୀ ଦେଖିବେ ଔଷଧ ଦେବେ !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·1 min read
ଉପାନ୍ତ ଅଞ୍ଚଳକୁ ଯିବେ ବିଶେଷଜ୍ଞ ଡାକ୍ତର, ରୋଗୀ ଦେଖିବେ ଔଷଧ ଦେବେ !

Key Points

ଯେଉଁ ଗାଁରେ ଡାକ୍ତର ନଥିବେ
ସେଇ ଗାଁକୁ ଫ୍ଲାଇଟ୍‌ରେ ଆସିବେ ଡାକ୍ତର
ରୋଗ ଦେଖି, ଔଷଧ ଦେବେ
ରୋଗୀଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି

ଆଜ୍ଞା ହଁ.. ଏବେ ଓଡ଼ିଶାର ସୀମାନ୍ତ ନୂଆପଡ଼ା ଅଞ୍ଚଳରେ ଥିବା ଗାଁ ଗୁଡ଼ିକର ଲୋକେ ଆଉ ଦେହ ଭଲ କରିବାକୁ ଛତିଶଗଡ଼ ଯିବେନି । କାରଣ ଏବେ ତାଙ୍କ ପାଖକୁ ଯିବେ ଭଲ ଭଲ ଡାକ୍ତର । ନିକଟରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଯାହାଫଳରେ କଟକ ଭୁବନେଶ୍ୱରରୁ ବିଶେଷଜ୍ଞ ଡାକ୍ତରମାନେ ଫ୍ଲାଇଟ୍‌ରେ ଯାଉଛନ୍ତି ନୂଆପଡ଼ା । ସେଠାରେ ରୋଗୀ ଦେଖୁଛନ୍ତି, ଚିକିତ୍ସା କରୁଛନ୍ତି ଔଷଧ ମଧ୍ୟ ଦେଉଛନ୍ତି । ଖାଲି ସେତିକି ନୁହେଁ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଯେତେବେଳେ ଏହି ବିଶେଷଜ୍ଞ ଡାକ୍ତରମାନେ ନୂଆପଡ଼ାରେ ପହଞ୍ଚୁଛନ୍ତି ତାଙ୍କୁ ଭଗବାନଙ୍କ ଭଳି ସମ୍ମାନର ସହିତ ପାଛୋଟି ନେଉଛନ୍ତି ଲୋକେ । ଆଉ ଭଲ ଭଲ ଡାକ୍ତରଙ୍କୁ ପାଖରେ ପାଇ ଗାଁ ଲୋକେ ମଧ୍ୟ ଖୁସି ବ୍ୟକ୍ତ କରୁଛନ୍ତି ।

ଚାରିଦିନ ଧରି ଚାଲିଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିରରେ ପ୍ରାୟ ୯୪୪ ଜଣ ରୋଗୀଙ୍କୁ ଚିକିତ୍ସା କରିଛନ୍ତି ଡାକ୍ତର । ସେଥିମଧ୍ୟରୁ ସ୍ନାୟୁରୋଗ ବିଭାଗରେ ୩୭୪ ଜଣଙ୍କୁ ଚିକିତ୍ସା କରାଯାଇଥିବା ବେଳେ ୧୬୪ ହୃଦରୋଗୀଙ୍କୁ ଦେଖିଥିଲେ ଡାକ୍ତର, ୧୫୩ ଜଣ ଗ୍ୟାଷ୍ଟ୍ରୋ ଏଣ୍ଡ୍ରୋଲୋଜି, ୧୧୨ ଜଣ ନେଫ୍ରୋଲୋଜି ବିଭାଗର ଡାକ୍ତରଙ୍କ ନକଟରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ ଓ ହସ୍ପିଟାଲରୁ ୧୧ ଜଣ ବିଶେଷଜ୍ଞଙ୍କ ସହ ଏସସିବିର ବିଶେଷଜ୍ଞ ଡାକ୍ତର ଏହି ସ୍ୱାସ୍ଥ୍ୟ ସେବାରେ ସାମିଲ ଥିଲେ । ନୂଆପଡ଼ା ହସ୍ପିଟାଲଠାରେ ସେମାନଙ୍କୁ ଅତ୍ୟାଧୁନିକ ରୋଗ ନିରୂପଣ ଯନ୍ତ୍ରପାତି ମଧ୍ୟ ଯୋଗାଇ ଦିଆଯାଇଥିଲା। ନୂଆପଡ଼ା ଭଲି ଉପାନ୍ତ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଥିବାରୁ ଜିଲ୍ଲାବାସୀ ଏବେ ବହୁତ ଖୁସି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Specialist doctors will go to the Village, see patients and give them medicine! | Argus News