ଚପ୍ପରରେ ଚକ୍କର କାଟି ଉଡାଇଦେଲେ 50 କୋଟି ?

Key Points
- ଚପ୍ପରରେ ଚକ୍କର କାଟି ଉଡାଇଦେଲେ ୫୧ କୋଟି
- କିଏ ସେହି ବଡ଼ ବାବୁ ?
- ପାଣ୍ଡିଆନଙ୍କୁ ନେଇ ବଢିଲା ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ହେଲିକପ୍ଟରରେ ରାଜ୍ୟ ବୁଲିବୁଲି ଲକ୍ଷେ କି କୋଟିଏ ନୁହେଁ ବରଂ ୫୧ କୋଟି ଉଡେଇ ଦେଇଛନ୍ତି ସରକାରୀ ବଡ଼ପଣ୍ଡା । ଆରଟିଆଇର ଏହି ତଥ୍ୟ ଦେଖିବା ପରେ ଆଖି ପୂରା ଟେରା ହୋଇଯିବ । କାରଣ ଓଡ଼ିଶା ପରି ରାଜ୍ୟରେ ଏତେ ମୋଟା ଅଙ୍କର ଟଙ୍କା ଅଯଥାରେ ଖର୍ଚ୍ଚକୁ ସାଧାରଣରେ କେହି ବି ଗ୍ରହଣ କରିବେ ନାହିଁ । କିନ୍ତୁ କେଉଁ ବାବୁମାନେ ଚପରରେ ଚକ୍କର କାଟିଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
ସରକାରୀ ବାବୁଙ୍କ ମଉଜ ମଜଲିସ ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ପାଣି ପରି ସ୍ଵାହା ହୋଇଛି । ହେଲେ କିଏ ସେହି ସରକାରୀ ଅଫିସର ? ସେତେବେଳର 5T ସଚିବ ତଥା ବର୍ତ୍ତମାନର ବିଜେଡିର ୨ ନମ୍ବର ନେତା ପାଣ୍ଡିଆନ ସେହି ଅଫିସର ନୁହନ୍ତି ତ ? ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ତେବେ କୋଭିଡ ମହାମାରୀ ସମୟ ଅର୍ଥାତ ୨୧-୨୨ ମସିହାରେ ଖର୍ଚ୍ଚ ହୋଇଛି ୧୯ କୋଟି ୮୮ ଲକ୍ଷ ଟଙ୍କା ।
କରୋନା ବେଳେ ସବୁ ବନ୍ଦ ଥିଲା, କଲବଲ ହେଉଥିଲେ ରାଜ୍ୟବାସୀ । ସେତେବେଳେ କିନ୍ତୁ ରାଜକୋଷରୁ ଟଙ୍କା ନେଇ ଚାଟାର୍ଡ ଫ୍ଲାଇଟରେ ଆକାଶ ମାର୍ଗରେ ପରିଭ୍ରମଣ କରୁଥିଲେ ବାବୁ । ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ହେଲିକପ୍ଟର ଭଡା ବାବଦରେ ୫୨ କୋଟି ଖର୍ଚ୍ଚ ହୋଇଥିଲା ବେଳେ , ଚାଟାର୍ଡ ଫ୍ଲାଇଟ ଭଡ଼ା ବାବଦରେ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଚାଟାର୍ଡ ଫ୍ଲାଇଟ ବାବଦରେ ୨୦୧୯-୨୦ରେ ୧୦ କୋଟି , ୨୦୨୦-୨୧ରେ ୧୯ କୋଟି ଟଙ୍କା, ୨୦୨୧-୨୨ରେ ୧୯କୋଟି, ୨୦୨୨-୨୩ରେ ୧୫ କୋଟି ଟଙ୍କା ଏବଂ ୨୦୨୩-୨୪ରେ ୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏଠି ସବୁଠାରୁ ବଡ଼ ପ୍ରଶ୍ନ , କୋଭିଡ ସମୟରେ କିଏ ଓ କାହିଁକି ଚାଟାର୍ଡ ଫ୍ଲାଇଟ୍ ବ୍ୟବହାର କରି ୧୯ କୋଟି ଟଙ୍କାର ବିଲ ଦେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର କାହାକୁ ଅନୁମତି ଦେଇଥିଲେ, ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ।
📱 Get Argus News App
✨ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ପାଣ୍ଡିଆନଙ୍କୁ ନେଇ ସେତିକି ସେତିକି ବିବାଦ ବଢିବାରେ ଲାଗିଛି । ସେତେବେଳେ ଚପ୍ପର, ପରେ ସିକ୍ୟୁରିଟି ଏବେ ପୁଣି ଥରେ କରୋନା ସମୟରେ ଚାଟାର୍ଡ ଫ୍ଲାଇଟ୍ରେ ବୁଲିବାକୁ ନେଇ ବିବାଦ ଘନେଇବାରେ ଲାଗିଛି । ତେବେ ସମୟ କହିବ ପୂରା ଘଟଣାରେ କେବେ ମୁହଁ ଖୋଲୁଛନ୍ତି ପାଣ୍ଡିଆନ ।
