Videos
|
Odisha

Speed 10 : ସ୍କ୍ରୋଲ କରନ୍ତୁ, ବ୍ରେକିଂ ନ୍ୟୁଜ୍‌ ଦେଖନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ସ୍କ୍ରୋଲ କରନ୍ତୁ, ବ୍ରେକିଂ ନ୍ୟୁଜ୍‌ ଦେଖନ୍ତୁ

ଅର୍ଗସ ବ୍ୟୁରୋ: ପୋଲିସ୍‌କୁ ବଣ୍ଟାଯିବ ୯ ହଜାର ବାଇକ୍, ପୂରଣ ହେବ ଖାଲି ପଦବୀ । ପ୍ରତି ପୋଲିସ ପାଖରେ ରହିବ ବାଇକ୍ । ଅଧିକ ଚାରି ଚକିଆ ଯାନର ବ୍ୟବସ୍ଥା କରାଯିବା ସହିତ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ସମ୍ମିଳନୀର ଦ୍ବିତୀୟ ଦିନରେ ପୋଲିସ ବିଭାଗ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭରତପୁର ଥାନାରେ ଆର୍ମି ପୋଲିସ ବିବାଦ ମାମଲା । ଆସନ୍ତାକାଲି ଗୁଜୁରାଟ ଯିବ କ୍ରାଇମବ୍ରାଞ୍ଚ୍ ଟିମ୍ । ଭରତପୁର ଥାନାର ନିଲମ୍ବିତ ଥାନା ଅଧିକାରୀ ଓ ଅନ୍ୟ ଚାରି ଜଣ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ନେଇ କାଲି ଗୁଜରାଟ ଅଭିମୁଖେ ବାହାରିବ କ୍ରାଇମବ୍ରାଞ୍ଚ୍ ଟିମ୍

ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍‌ । ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଉପରେ ବାଜିପାରେ ମୋହର, ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦେଶ ୨୦୧୬ ସଂଶୋଧିତ ହୋଇପାରେ

ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ବର୍ତ୍ତା: କହିଲେ ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଉ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମ୍ବଲପୁରରେ ନର୍ସିଂ ଅଫିସରଙ୍କର କାର୍ଯ୍ୟ ବନ୍ଦ ଡାକରା ପରେ ସ୍ବାସ୍ଥ୍ୟ ସେବା ଉପରେ ଏହାର ସିଧା ପ୍ରଭାବ ପଡ଼ିଛି। ରାଜ୍ୟର ବିଭିନ୍ନ ମେଡିକାଲରେ ଏବେ ରୋଗୀ ହଇରାଣ ହରକତ ହେଉଛନ୍ତି

ଭଦ୍ରକରେ ସୋସିଆଲ୍‌ ମିଡିଆ ବ୍ୟବହାର ମନା । ଭଦ୍ରକ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ଫେରାଇବା ଲକ୍ଷ୍ୟରେ ସୋସିଆଲ୍‌ ମିଡିଆ ମନା,  ସେପ୍ଟେମ୍ବର ୩୦ ରାତି ୨ଟା ପର୍ଯ୍ୟନ୍ତ ଲାଗୁ ହେଲା କଟକଣା । ହ୍ବାଟ୍ସଆପ୍‌, ଫେସବୁକ୍‌, ଏକ୍ସ, ଇନଷ୍ଟାଗ୍ରାମ୍‌, ସ୍ନାପଚାଟ୍‌ ଆଦି ମନା

ଆଜି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଜନ୍ମ ବାର୍ଷିକୀ। ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଆଗକୁ ଝାଡ଼ଖଣ୍ଡ ନିର୍ବାଚନ ଥିବାରୁ ମୋହନଙ୍କ ଗସ୍ତ ନେଇ ଚର୍ଚ୍ଚା, କାଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ

ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗ । ନାମ ପରିବର୍ତ୍ତନ ସପକ୍ଷରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଯୁକ୍ତି, ସରକାର ଚାହିଁଲେ ନାମ ପରିବର୍ତ୍ତନ ହୋଇ ପାରିବ

ଇସ୍ରାଏଲ ଲେବାନନ ଯୁଦ୍ଧରେ ବଡ଼ ଖବର । ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ନିପାତ, ଇସ୍ରାଏଲ ସେନା ପକ୍ଷରୁ ମୃତ୍ୟୁ ନେଇ ସୂଚନା । କାଲି ରାତିରେ ହୋଇଥିଲା ଭୟଙ୍କର ମିସାଇଲ ମାଡ଼ । ହିଜବୁଲ୍ଲା ମୁଖ୍ୟାଳୟକୁ ଟାର୍ଗେଟ୍‌ କରିଥିଲା ଇସ୍ରାଏଲ