ଚୁଟ୍କିରେ ଖବର ପଢନ୍ତୁ Speed 10 ରେ

ଅର୍ଗସ ବ୍ୟୁରୋ: ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର । ୫ ବର୍ଷରେ ପ୍ରଚାର ପାଇଁ ଖର୍ଚ୍ଚ କରିଥିଲା ୪୫୨ କୋଟି ୯୬ ଲକ୍ଷ ଟଙ୍କା । ଗୃହରେ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ରଖିଲେ ଉତ୍ତର
ଖୋର୍ଦ୍ଧାରେ ବଜ୍ରପାତୃ । ଜଣେ ମୃତ, ୨ ଗୁରୁତର ମେଡିକାଲରେ ଭର୍ତ୍ତି ସୂଚନା , ବିଲରେ କାମ କରୁଥିବା ବେଳେ ହେଲା ବଜ୍ରପାତ
ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ଯାଜପୁର ଜିଲ୍ଲାପାଳ ଓ ଏସ୍ପିଙ୍କୁ ମାଗିଲେ ସୁରକ୍ଷା । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡିଛନ୍ତି ବିଧାୟକ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର । ୧ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, କିଛି ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ
ନନ୍ଦନକାନନକୁ ଆସିଲେ ଅତିଥି: ଜନ୍ମ ହେଲେ ୫ ସିଂହ ଛୁଆ । ସିଂହୀ 'ବିଜ୍ଲି' ଠାରୁ ଜନ୍ମ ନେଲେ ୫ ଛୁଆ, ଉଭୟ ମାଆ ଓ ଛୁଆଙ୍କ ଉପରେ ନଜର ରଖାଯାଇଥିବା ସୂଚନା ଦେଲେ କର୍ତ୍ତୃପକ୍ଷ
📱 Get Argus News App
✨ବିଧାନସଭାରେ ପ୍ରଶ୍ନ ପଚାରି ଫଶିଗଲେ ଅରୁଣ ସାହୁ, ପୂର୍ବ ସରକାରଙ୍କୁ କଟାକ୍ଷ କରି ଉତ୍ତର ଦେଲେ ରାଜସ୍ଵ ମନ୍ତ୍ରୀ
ମଣିଷକୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି କହିଲେ ସ୍ଵାସ୍ଥ୍ୟମନ୍ତ୍ରୀ । ବାର୍ଡ ଫ୍ଲୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଲେ ସୂଚନା
ଗିରଫ ହେଲେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ, ପୁରେନ୍ଦ୍ରଙ୍କ ଘରୁ ମିଳିଛି ୧୬ଟି ବେନାମୀ ପ୍ଲଟର ପଟ୍ଟା
ଜାମ୍ମୁ-କାଶ୍ମୀରରେ ଏନ୍କାଉଣ୍ଟର, ୩ ଆତଙ୍କୀ ନିହତ : କୁପୱାଡ଼ା ଜିଲ୍ଲାର LOC ନିକଟରେ ୨ଟି ପୃଥକ ଏନ୍କାଉଣ୍ଟର ହୋଇଥିବା ଜାତୀୟ ଗଣମାଧ୍ୟମରେ ସୂଚନା
ବ୍ଲାର୍ଡ ଫ୍ଲୁ ଓ ମଙ୍କିପକ୍ସ ପାଇଁ SCBରେ ସତର୍କତା । ଉଭୟ ରୋଗର ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତି, SCBରେ ସ୍ବତନ୍ତ୍ର ICU ଓ ସ୍ବତନ୍ତ୍ର ବେଡ ପ୍ରସ୍ତୁତ