Videos
|
Odisha

Speed 10 : ସ୍କ୍ରୋଲ କରନ୍ତୁ, ଦିନତମାମର ଅପଡେଟ୍‌ ଖବର ପଢନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
Speed 10 :  ସ୍କ୍ରୋଲ କରନ୍ତୁ, ଦିନତମାମର ଅପଡେଟ୍‌ ଖବର ପଢନ୍ତୁ

ଅର୍ଗସ ବ୍ୟୁରୋ: ଗଣେଶ ପୂଜା ପାଇଁ ଉତ୍ସବମୁଖର ଗାଁଠୁ ସହର । ସକାଳୁ ସକାଳୁ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନରେ ଆଡମ୍ବରର ସହ ଚାଲିଛି ବିଘ୍ନବିନାଶକଙ୍କ ପୂଜାର୍ଚ୍ଚନା

କେନ୍ଦ୍ରାପଡ଼ା ଡେରାବିଶରେ କୁକୁଡ଼ା ମଡ଼କ । ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ ବ୍ୟାପକ କୁକୁଡ଼ା ମରିଲେ

ବିଜେଡି ନେତାଙ୍କ ଦଳ ଛାଡ଼ିବା ନେଇ ସାଂସଦ ମମତା ମହାନ୍ତଙ୍କ ପ୍ରତିକ୍ରିୟା । ବିଜେଡିର ଅଧିକାଂଶ ନେତା ଓ କର୍ମୀ ଦଳର ଏକଛତ୍ରବାଦ ଶାସନରେ ଅସନ୍ତୁଷ୍ଟ । ମୟୂରଭଞ୍ଜ ଜିଲ୍ଲାରେ ୮୦ ପ୍ରତିଶତ ବିଜେଡି କର୍ମୀ ଅସନ୍ତୁଷ୍ଟ

ଆସନ୍ତା ୧୬ ତାରିଖ ଯାଏଁ ବୁଲିବ ସୁଭଦ୍ରା ସଚେତନତା ରଥ । ସୁଭଦ୍ରା ଯୋଜନା ବାବଦରେ ସଚେତନ କରାଇବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବରିଷ୍ଠ ବିଜେଡି ନେତା ଅମର ଶତପଥୀଙ୍କ ବଡ଼ ବୟାନ । ସାଂସଦମାନେ ଦଳ ଛାଡ଼ିଲେ ବଡ଼ ପ୍ରଭାବ ପଡ଼ିବ କହିଲେ ଅମର,'କେହି ବ୍ୟକ୍ତିଗତ ଭାବେ ଗଲେ ଦଳ କ୍ଷତିଗ୍ରସ୍ତ ହୁଅନ୍ତା ନାହିଁ'

କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ 

ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।ଆଜିଠୁ ଆରମ୍ଭ ହୋଇଯିବ ବର୍ଷା। 

୯ ତାରିଖ ରାଜ୍ୟରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ।ନୂଆଁଖାଇ ପାଇଁ ଛୁଟିଥିବାରୁ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍  ସଂସ୍ଥା ବନ୍ଦ ରହିବ

ଗଣେଶ ପୂଜା ପାଇଁ ଚଳଚଞ୍ଚଳ କଟକ ସହର। ଅଗ୍ରପୂଜ୍ୟଙ୍କୁ ଆରାଧନା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ସହରରେ ପ୍ରାୟ ୧୫୦୦ ମୂର୍ତ୍ତି ହୋଇଛି

କଣ୍ଟେନରରେ ଥିବା ଜିନିଷ ବୋହି ନେଲେ ସ୍ଥାନୀୟ ଲୋକେ । କଣ୍ଟେନରରେ ଥିଲା କ୍ୟାଣ୍ଡେଲ, ଖାଦ୍ୟ ସାମଗ୍ରୀ, ପରଫ୍ୟୁମ