Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପଢନ୍ତୁ

Odisha

Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପଢନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପଢନ୍ତୁ

ଅର୍ଗସ ବ୍ୟୁରୋ: ବଡ଼ ଖବର । ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣାରେ ୫ ପୋଲିସ ନିଲମ୍ବିତ । ୫ ପୋଲିସ କର୍ମଚାରୀଙ୍କ ବିରୋଧରେ ଡିଜିପିଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଭରତପୁର ଥାନାର ପୂର୍ବତନ IIC ଦିନକୃଷ୍ଣ ମିଶ୍ର ସସ୍‌ପେଣ୍ଡ । SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ ଓ ସାଗରିକା ରଥ ସସ୍‌ପେଣ୍ଡ

ଏସଆଇ ପକ୍ଷରୁ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରାଯିବ। ଅପରାହ୍ନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ 

ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ । ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ଚାଲିଛି ପ୍ରଥମ ମତଦାନ, ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟରଙ୍କ ଭିଡ଼ । ୭ ଜିଲ୍ଲାର ୨୪ ଆସନରେ ଭୋଟ୍ ଗ୍ରହଣ । ପୁଲୱାମା, ସୋପିଆନ୍, ଅନନ୍ତନାଗ, କୁଲଗାଁଓରେ ଚାଲିଛି ନିର୍ବାଚନ

ବାଲେଶ୍ୱର ବନ୍ୟା, ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...ଅନେକ ଘରେ ପଶିଛି ବନ୍ୟା ପାଣି 

ରାଜଘାଟରେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା । ବିପଦ ସଂକେତ ୧୦.୩୬ ମିଟର, ଏବେ ୧୧.୫୮ ମି ପ୍ରବାହିତ,  ପାଣି ଘେରରେ ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକର ଏକାଧିକ ଗାଁ

ନବରଙ୍ଗପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ । ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଆଜି ରାଜ୍ୟର କେତେକ ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଶେଷ କରି ନର୍ଥ କୋଷ୍ଟାଲ ଓଡ଼ିଶା ଏବଂ ଇଣ୍ଟେରିଅର ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଅସୁସ୍ଥ ହୋଇ ମେଡ଼ିକାଲରେ ଚିକିତ୍ସାଧିନ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗଣେଶ ବିସର୍ଜନ ପରେ ମୁମ୍ବାଇ ସମୁଦ୍ରକୂଳ ସଫା କଲେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ବିନା କୋଚିଂରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କନ୍ଧମାଳର ଛାତ୍ରୀ ଲିନସାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ୱାନ୍‌ ନେସନ୍‌ ୱାନ୍‌ ପୋଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ରିପୋର୍ଟକୁ ମଂଜୁର କରିଛି କେନ୍ଦ୍ର କ୍ୟାବିନେଟ ।

ଚନ୍ଦ୍ରାୟନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଚନ୍ଦ୍ରାୟନ-୪ ମିଶନ ପାଇଁ ୨୧୦୪ କୋଟି ଟଙ୍କା ହେଲା ମଞ୍ଜୁର, ଭେନସ୍‌-ଭେନସ୍‌ ଅର୍ବିଟ୍‌ ମିଶନକୁ ମଧ୍ୟ କ୍ୟାବିନେଟର ମଞ୍ଜୁରୀ

ଯବାନଙ୍କ ଗୁଳିରେ ୨ ଯବାନ ମୃତ, ୨ ଗୁରୁତର ଆହତ । ବଳରାମପୁର ଜିଲ୍ଲା ଭୂଥି କ୍ୟାମ୍ପରେ ଯବାନଙ୍କୁ ଗୁଳିମାଡ଼ କଲା ଯବାନ

ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା । ୨ ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଥିବା କହିଲେ ପ୍ରଭାତୀ,'ଆକାଉଣ୍ଟ ସଠିକ୍‌ ନଥିବାରୁ ଆବେଦନ ରିଜେକ୍ଟ ହୋଇଥାଇପାରେ'

ଉତ୍କଳ ବିଶ୍ୱବିଦ୍ୟାଳୟ ଆସୋସିଏଟ୍ ପ୍ରଫେସର ନିଲମ୍ବିତ । ଅର୍ଥନୀତି ବିଭାଗର ଆସୋସିଏଟ୍ ପ୍ରଫେସର ନିଲମ୍ବିତ, ଆଇସିସିର ରିପୋର୍ଟ ଆଧାରରେ ନିଲମ୍ବନ କଲେ କୁଳପତି

ବାଲେଶ୍ବର ଜିଲ୍ଲାରେ ବନ୍ୟାସ୍ଥିତି ଉଦ୍‌ବେଗଜନକ କହିଲେ ମୁଖ୍ୟମନ୍ତ୍ରୀ । ବନ୍ୟାଞ୍ଚଳ ପରିଦର୍ଶନ ପରେ ମୋହନ ମାଝୀଙ୍କ ସୂଚନା, ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତିନିଟି ନଦୀରେ ଜଳସ୍ତର ବଢ଼ିଛି

ଟୁଇନ ସିଟି ଭୁବନେଶ୍ବର ଓ କଟକ ପାଇଁ ୟେଲୋ ୱାର୍ଣ୍ଣିଂ : ଘଡ଼ଘଡ଼ି ସହ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀକୁ ବି ୱାର୍ଣ୍ଣିଂ

ଖୁବଶୀଘ୍ର କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ ଜମାକାରୀ ଫେରିପାଇବେ ଟଙ୍କା । ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ବର ଭରତପୁର ଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ । ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ପୋଲିସ ଡିଜି

ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ । ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ଚାଲିଛି ପ୍ରଥମ ମତଦାନ, ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟରଙ୍କ ଭିଡ଼ । ୭ ଜିଲ୍ଲାର ୨୪ ଆସନରେ ଭୋଟ୍ ଗ୍ରହଣ । ପୁଲୱାମା, ସୋପିଆନ୍, ଅନନ୍ତନାଗ, କୁଲଗାଁଓରେ ଚାଲିଛି ନିର୍ବାଚନ
 

Sponsored
Speed 10 | Argus News