Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Speed 10 : ସ୍କ୍ରୋଲ କରନ୍ତୁ, ଆଜିର ଅପଡେଟ୍‌ ଖବର ପାଆନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ସ୍କ୍ରୋଲ କରନ୍ତୁ, ଆଜିର ଅପଡେଟ୍‌ ଖବର ପାଆନ୍ତୁ

ଅର୍ଗସ ବ୍ୟୁରୋ: ଖୁବ୍‌ଶୀଘ୍ର ରାଜ୍ୟ ସରକାର ଗଠନ କରିବେ ଲ-ରିଭିଜନ୍ କମିଶନ । କମିଶନ ଗଠନ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦେଲେ ସୂଚନା । ଅପ୍ରାସଙ୍ଗିକ ଓ ଅଦରକାରୀ ଆଇନର ପରିବର୍ତ୍ତନ ଆବଶ୍ୟକ ଅଛି । ମାସେ ଦେଢ଼ ମାସ ଭିତରେ ଏହା ଗଠନ ହେବ କହିଲେ ମନ୍ତ୍ରୀ

ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ।  ନବୀନ ନିବାସରେ ପହଞ୍ଚି ଶୁଭେଛା ଜଣାଇଲେ ଶୁଭେଚ୍ଛୁ 

ବିନିକାରେ ପୋଲିସକୁ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା, ୧୧ ଜଣ ଅଟକ । ଲୋକଙ୍କ ଆକ୍ରମଣରେ ୨ ପୋଲିସ ଏଏସ୍‌ଆଇ ଆହତ, ପାପୀ ଗାଁ ଆନନ୍ଦ ନଗରରେ ଉତ୍ତେଜନା, ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ

ନାଏବ ସିଂହ ସୈନୀ ପୁଣି ଥରେ ହେବେ ହରିୟାଣା ମୁଖ୍ୟମନ୍ତ୍ରୀ । ଆଜି ହରିୟାଣାର ପଞ୍ଚକୁଲାରେ ଅନୁଷ୍ଠିତ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ସୈନୀଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି 

ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲା।  ଶ୍ରୀନଗରର ଶେର୍ ଇ କାଶ୍ମୀର ଇଣ୍ଟରନାସନାଲ୍ କନଭେନସନ୍ ସେଣ୍ଟରରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାଣ୍ଡିଆନ ଆମ ନେତା ନଥିଲେ କହିଲେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଅମର ଶତପଥୀ, ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନକୁ କାଉଣ୍ଟର କଲେ । ଆମ ନେତା ନବୀନ ପଟ୍ଟନାୟକ, ସତ୍‌ସାହସ ଅଛି ତ ତାଙ୍କୁ କୁହ’

ନକଲି କଲ୍ ସେଣ୍ଟର ଠାବ ନେଇ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା । କଲ୍ ସେଣ୍ଟର ଚଳାଉଥିବା ୬ ଜଣଙ୍କୁ ଅଟକ ରଖାଯାଇଛି, ସମସ୍ତ ୬ ଜଣ କୋଲକାତା ଅଞ୍ଚଳର, ଆଉ କିଏ ଅଛନ୍ତି ଜେରା ହେବ

ସାବତ ମାଆ କଥାରେ ପଡ଼ି ଝିଅକୁ ହତ୍ୟା କଲା ବାପା । ଚିତ୍ରକୋଣ୍ଡା ଥାନା ଦୋରାଗୁଡ଼ା ପଞ୍ଚାୟତ ଆର୍‌ଏସିପି-୧୪ରେ ଅଘଟଣ, ୫ ବର୍ଷୀୟ ଝିଅକୁ ଛୁରିରେ ଭୁସି ହତ୍ୟା କଲା ନୃଶଂସ ବାପା

ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ । ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ନିଷ୍ପତ୍ତି । ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ ଓମଫେଡ୍ ଘିଅ ବ୍ୟବହାର ହେବ । ଓମଫେଡକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି

ଆଜିର କୁମାର ଉତ୍ସବ । ଆରମ୍ଭ ହେଲା ଓଡ଼ିଶା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା, ଝିକମିକ ଆଲୁଅରେ ଚମକୁଛି ଢେଙ୍କାନାଳ ସହର
ଗଜଲକ୍ଷ୍ମୀ ପୂଜା, ଉତ୍ସବମୁଖର ଢେଙ୍କାନାଳ
 

Sponsored
Speed 10 | Argus News