Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପାଆନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପାଆନ୍ତୁ

ଅର୍ଗସ ବ୍ୟୁରୋ: ବିଜେପି ସରକାରକୁ ପୁରିଲା ୧୦୦ ଦିନ । କଣ କରିଛନ୍ତି , କଣ କରିବେ ସବୁ ଗୋଟି ଗୋଟି କରି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସରକାରକୁ ୧୦୦ ଦିନ ପୁରିବାକୁ ନେଇ ମୋହନଙ୍କ ବଡ଼ ବୟାନ । କହିଲେ, ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ । ଲୋକଙ୍କ ମତ ଓ ହିତକୁ ନେଇ ସରକାର ସବୁ ବେଳେ ଚାଲିବା କଥା, ଲୋକ ବିରୋଧୀ କାର୍ଯ୍ୟ ଯୋଗୁଁ ୨୪ ବର୍ଷର ସରକାର ପତନ ଘଟିଲା

ଶହେ ଦିନ ପୂର୍ତ୍ତି ଅବସରରେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଘୋଷଣା । ୨୭ ହଜାର ହସ୍ପିଟାଲରେ ମିଳିବ ଆୟୁଷ୍ମାନ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା ସୁବିଧା

ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ । ଘୋଷଣା କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ରାଜ୍ୟରେ ୧୧ଟି ମେଡିକାଲ କଲେଜ ଥିବାବେଳେ ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ 

ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ BNSS ୧୬୩ ଲାଗୁ । ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ BNSS ୧୬୩ ଲାଗୁ,  ଧୁଷୁରୀ ଥାନା ଗୁଡ଼ୁପୋଖରୀ ବଜାରରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖସୁଛି ବିଭିନ୍ନ ନଦୀର ଜଳସ୍ତର, ବିପଦ ସଂକେତରୁ ଖସିନି ସୁବର୍ଣ୍ଣରେଖା । ଜାମଶୋଳା ଘାଟ ଓ ରାଜଘାଟରେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା

ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାର ହେବ ତଦନ୍ତ । ମାମଲା ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି. ଖୁରାନିଆ

ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ସସପେନ୍ସ, ସ୍କ୍ରବ୍ ଟାଇଫସ୍ ନୁହେଁ ସ୍ଲୋ ପଏଜନ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ

ବିଜେପି ସରକାରକୁ ୧୦୦ ଦିନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍, ୧୦୦ ଦିନରେ ଗରିବ, କୃଷକ, ମହିଳା, ଯୁବକ, ଆଦିବାସୀଙ୍କ ସମେତ ସବୁ ବର୍ଗର ଆଶା ଓ ଆକାଂକ୍ଷାକୁ ପୂରଣ କରିବାକୁ ଅନେକ ଯୁଗାନ୍ତକାରୀ ନିଷ୍ପତି ନିଆଯାଇଛି

ମଙ୍କିପକ୍ସକୁ ନେଇ ସଜାଗ ରହିବାକୁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, ବିମାନବନ୍ଦରକୁ ବି ସଜାଗ ରହିବାକୁ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
 

Sponsored
Speed 10 | Argus News