Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପାଆନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପାଆନ୍ତୁ

ଅର୍ଗସ ବ୍ୟୁରୋ : ବଡ଼ ଖବର । ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ । ନୂଆଦିଲ୍ଲୀ ଏମ୍‌ସରେ ୭୨ ବର୍ଷ ବୟସରେ ପରଲୋକ

ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ASI । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଲା ASI । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ପ୍ରାରମ୍ଭିକ ନିରୀକ୍ଷଣ ଏବଂ ଯାଞ୍ଚ । ASI ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ନିରୀକ୍ଷଣ ହେବ ।

ପୁଣି ଡାକ୍ତରଙ୍କୁ ଅସଦାଚରଣ ଅଭିଯୋଗ । ଜଣେ ଜୁନିୟର ମହିଳା ଡାକ୍ତରଙ୍କୁ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ଆକ୍ରମଣ । ଏହି ସମୟର CCTV ଭିଡିଓ ସାମ୍ନାକୁ ଆସିଥିବାବେଳେ ଘଟଣା ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲର ବୋଲି କୁହାଯାଉଛି 

ଅଗ୍ନିବୀରଙ୍କ ପାଇଁ ଖୁସି ଖବର: ପୋଲିସ, ଅଗ୍ନିଶମ ଓ ବନବିଭାଗରେ ମିଳିବ ୧୦% ସଂରକ୍ଷଣ

ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ମେଳା। ଲୋକସେବା ଭବନ କନଭେନସନ ସେଣ୍ଟରରେ ଆଯୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୪୭୬ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ

ଆସୁଛି ଆଉ ଏକ ଲଘୁଚାପ କ୍ଷେତ୍ର; ୧୫ ଯାଏଁ ବର୍ଷିବ : ଦକ୍ଷିଣପୂର୍ବ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲା, ୨୪ ଘଣ୍ଟାରେ ବାଂଲାଦେଶ ଉପକୂଳରେ ଲଘୁଚାପ ସମ୍ଭାବନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୩ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଛି। ବନ୍ଦର, ଅଗ୍ନିବୀର ଓ ବିବାହିତ ଝିଅଙ୍କୁ ଚାକିରି ନେଇ କ୍ୟାବିନେଟ ନିଷ୍ପତ୍ତି ନେଇଛି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ମିଳିବ ଚାକିରି

୧୭ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଦେଲେ ବଡ଼ ସୂଚନା

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ୍ ସନ୍ଦୀପ ଘୋଷଙ୍କ ବାସଭବନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଲା । ଏବେ ୧୨ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ
 

 

Sponsored
Speed 10 | Argus News