Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପାଆନ୍ତୁ

Odisha

Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପାଆନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପାଆନ୍ତୁ

ଅର୍ଗସ ବ୍ୟୁରୋ: ବର୍ଷାକୁ ନେଇ ୧୪ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି । ଆଜି ଓ ଆସନ୍ତାକାଲି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଖବର । ସବୁ ଜିଲ୍ଲାପାଳଙ୍କୁ ସ୍ଵତନ୍ତ୍ର ରିଲିଫ କମିସନରଙ୍କ ଚିଠି । ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ଲଘୁଚାପର ରୂପ

କଟକ ସଦର ଥାନା ଅଞ୍ଚଳ ରୁଦ୍ର ହସ୍ପିଟାଲରେ ପୋଲିସ । ଅଙ୍ଗ ତସ୍କରୀ ଅଭିଯୋଗ ଆସିଲା ପରେ ପହଞ୍ଚିଲା ପୋଲିସ, କଟକ ସଦର ଥାନା ପୋଲିସର ଏକ ଟିମ୍‌ ପହଞ୍ଚି ପଚରାଉଚରା କଲା । ଅଙ୍ଗ ତସ୍କରୀ ନେଇ କନ୍ଧମାଳ ବାଲିଗୁଡ଼ା ଥାନାରେ ଏତଲା ହୋଇଛି

ବିଜେଡିର ଆୟୁଷ କମ ଦିନ କହିଲେ ଜୟନାରାୟଣ ମିଶ୍ର । ବହୁ ଜଲ୍‌ଦି ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ କହିଲେ ଜୟନାରାୟଣ । ‘ବହୁ ଯୋଗାଯୋଗରେ ଅଛନ୍ତି, ଦୁର୍ନୀତିମୁକ୍ତଙ୍କ କଥା ବିଚାର କରାଯିବ’

ମୁମ୍ବାଇ ଇଣ୍ଡିଆ କେମ୍-୨୦୨୪ । ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେପି ନଡ୍ଡା ଏଥିରେ ଅଧ୍ୟକ୍ଷତା କରିଛନ୍ତି । ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ । ବୈଠକରେ ସାର ଓ ରାସାୟନିକ ଶିଳ୍ପକୁ ନୂଆ ଦିଶା ଦେଖାଇବାକୁ ଗୁରୁତ୍ଵ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭୁଶୁଡ଼ିଲା ଖାନ୍‌ନଗର ଦଶହରାରେ ନିର୍ମିତ ତୋରଣ । ନେତାଜୀ ବସ୍ ଟର୍ମିନାଲ ନିକଟରେ ଭୁଶୁଡ଼ିଲା ସୁଉଚ୍ଚ ତୋରଣ, ଗୋଟିଏ କାର୍, ୩ଟି ବାଇକ୍ ଚାପି ହୋଇଥିବା ସୂଚନା

ହାମାସ ମୁଖ୍ୟ ୟାହ୍ୟା ସିନୱାରଙ୍କ ମୃତ୍ୟୁ ପରେ ସାଉଦି ଆରବରେ ଉତ୍ସବ ପାଳନ, ଖୁସିରେ ନାଚିଲେ ଲୋକେ

ସେପଟେ ହାମାସ ମୁଖ୍ୟ ୟାହ୍ୟା ସିନୱାର ହତ୍ୟା ପରେ ଇସ୍ରାଏଲରେ ଖୁସିର ଲହର । ଖୁସିରେ ରାଜରାସ୍ତାରେ ଝୁମୁଛନ୍ତି ଇସ୍ରାଏଲବାସୀ 

ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ନେଇ ସମସ୍ୟା ଉପୁଜିବା ଘଟଣା । ସମସ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ କହିଲେ ଜିଲ୍ଲାପାଳ । ‘ବେସମେଣ୍ଟରେ ବ୍ୟବସ୍ଥା ହେବ, ଅଧିକ ହେଲେ ଅନ୍ୟ ଧର୍ମଶାଳାରେ ରହିବେ’

ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ମନ୍ତବ୍ୟ ।ବହୁ ବିଜେଡି ନେତା କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି କହିଲେ ମୋକିମ । ଦୀପାବଳି ପାଖାପାଖି ପିସିସି ସଭାପତି ଘୋଷଣା ହୋଇଯିବେ
 

Sponsored
Speed 10 | Argus News