Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Speed 10 : ବ୍ରେକିଂ ନ୍ୟୁଜ୍‌ ଜାଣିବା ଲାଗି କରନ୍ତୁ ସ୍କ୍ରୋଲ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ବ୍ରେକିଂ ନ୍ୟୁଜ୍‌ ଜାଣିବା ଲାଗି କରନ୍ତୁ ସ୍କ୍ରୋଲ

ଅର୍ଗସ ବ୍ୟୁରୋ: ଶୁକ୍ରଯାନ-୧ ପାଇଁ ତାରିଖ ଘୋଷଣା । ପ୍ରଥମ ଶୁକ୍ର ମିଶନ ପାଇଁ ତାରିଖ ଘୋଷଣା କଲା ଇସ୍ରୋ

ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି। ଏହାର ପ୍ରଭାବରେ ୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ଯାଜପୁରର ନାଭିଗୟାରେ ଚାଲିଛି ପିଣ୍ଡଦାନ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଚାଲିଛି ପିଣ୍ଡଦାନ, ଆସନ୍ତାକାଲିଠୁ ଗଡ଼ିବ ସିଂହଧ୍ଵଜ ରଥ

ଇରାନର ଟାର୍ଗେଟ୍‌ରେ ଇସ୍ରାଏଲ୍। ବଢିଲା ଯୁଦ୍ଧ ଆଶଙ୍କା। ଘନଘନ ରକେଟ୍ ମାଡରେ ଇସ୍ରାଏଲର ଅନେକ କ୍ୟାମ୍ପ ନଷ୍ଟ

ବାଲିରେ ସ୍ୱଚ୍ଛତା ବାର୍ତ୍ତା ଦେଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଗତ ୧୦ବର୍ଷର ସ୍ୱଚ୍ଛତା ଅଭିଯାନକୁ ବାଲୁକା କାଳାରେ ଦର୍ଶାଇଲେ

ଗାନ୍ଧି ଜୟନ୍ତୀରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଲାଙ୍କ ସହ ମିଶି ଝାଡୁ କଲେ, ସ୍ୱଚ୍ଛତା ବାର୍ତ୍ତା ଦେଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନ। ଜୟନ୍ତୀରେ ବିଜୟଘାଟ ଯାଇ ଶାସ୍ତ୍ରୀଜୀ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ ରାହୁଲ୍ ଗାନ୍ଧୀ !

ନବୀନ ପଟ୍ଟନାୟକଙ୍କ ଅଭିଯୋଗକୁ ନେଇ ବିଜେପିର କଡ଼ା ଜବାବ । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ରଖିଲେ କଡ଼ା ଜବାବ ।'ଦୁଃଖର କଥା ନବୀନ ବାବୁ ଏବେ ବି ମିଥ୍ୟାର ସାହାରା ନେଉଛନ୍ତି'

ଆଜି ପବିତ୍ର ମହାଳୟା ଅମାବାସ୍ୟା। ପିତୃ ପକ୍ଷର ଶେଷ ଦିନ। ଏହି ଅବସରରେ ଶ୍ରୀମନ୍ଦିର ଚତୁପାର୍ଶ୍ବ ସହ ଶ୍ରୀକ୍ଷେତ୍ରରେ ପଞ୍ଚ ତୀର୍ଥ ପୁଷ୍କରିଣୀ ଓ ମହୋଦଧି କୂଳରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି

ଦଳରେ ଶୃଙ୍ଖଳା କମିଛି କହିଲେ ବିଜେଡି ନେତା ମନ୍ମଥ ରାଉତରାୟ । ‘ଖାଲି ସମ୍ମାନ ଆଶା କଲେ ହେବନି, ସେମାନେ ବି ସମ୍ମାନ ଦେବା ଶିଖନ୍ତୁ’ । ‘ଦଳର ଭିତର କଥା ବାହାରକୁ ଆଣି କେତେ ଠିକ୍‌ ନିଜକୁ ପଚାରନ୍ତୁ’

ପାଖେଇ ଆସୁଛି ପାର୍ବଣ । ପୂଜା ପାଇଁ ପ୍ରସ୍ତୁତ ହେଲାଣି ଟ୍ଵିନସିଟି, ସିଲଭର ସିଟିରେ ଝଲସିବ ସୁନା ସହିତ ଚାନ୍ଦି
 

Sponsored
Speed 10 | Argus News