Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Speed 10 : ସ୍କ୍ରୋଲ କରନ୍ତୁ, ବ୍ରେକିଂ ନ୍ୟୁଜ ପଢନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ସ୍କ୍ରୋଲ କରନ୍ତୁ, ବ୍ରେକିଂ ନ୍ୟୁଜ ପଢନ୍ତୁ

ଅର୍ଗସ ବ୍ୟୁରୋ: ମେଡିସିନରେ ୨ ବୈଜ୍ଞାନିକଙ୍କୁ ନୋବେଲ ।  ମେଡିସିନ କ୍ଷେତ୍ରରେ ୨ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର, ଭିକ୍ଟର ଆମ୍ବ୍ରୋସ ଓ ଗ୍ୟାରି ରୁଭକୁନଙ୍କୁ ନୋବେଲ୍‌ ପୁରସ୍କାର । ମାଇକ୍ରୋ RNA ଆବିଷ୍କାର ପାଇଁ ଉଭୟଙ୍କୁ ନୋବେଲ

ବିଜେଡି, କଂଗ୍ରେସ ଉପରେ ବର୍ଷିଲେ ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ । ‘ଦିଲ୍ଲୀ କଂଗ୍ରେସ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ଯ୍ୟ କରୁଛି । ‘ରାଜ୍ୟ କଂଗ୍ରେସ ବିଜେଡି ନିର୍ଦ୍ଦେଶରେ କାର୍ଯ୍ୟ କରୁଛି’ । ‘ରାତିରେ କଥା ହୋଇ ବିଧାନସଭାରେ ଉଭୟେ ମିଶିକି ପ୍ରସଙ୍ଗ ଉଠାଉଥିବା ନେଇ କଲେ ଅଭିଯୋଗ

ନକ୍ସଲ ମୁକାବିଲା ବୈଠକରେ ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଟାସ୍କ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୁଖ୍ୟମନ୍ତ୍ରୀ ନକ୍ସଲ ମୁକାବିଲା ନେଇ ମାସକୁ ଥରେ ସମୀକ୍ଷା କରିବାକୁ ହେଲା ନିଷ୍ପତ୍ତି

ପୁଣି ପ୍ରଦୂଷିତ ହେଲୋ ଯମୁନା ପାଣି । ଯମୁନା ନଦୀରେ ଭର୍ତ୍ତି ହୋଇଗଲାଣି ବିଷାକ୍ତ ଫେଣ । ସାରା ନଦୀରେ ଢାଙ୍କି ହୋଇଗଲାଣି ଏହି ଫେଣ ସବୁ

ସୁଭଦ୍ରା' ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଖାତାକୁ ଆସିଲା ଟଙ୍କାଏ, ୯ ତାରିଖ ଦିନ ବାକି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଆସିବ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଶିଷ୍ଟ ଶିଳ୍ପପତି ରତନ ଟାଟା ସୁସ୍ଥ । ‘ଏକ୍ସ’ରେ ଜଣାଇଲେ ସ୍ଵାସ୍ଥ୍ୟ ସୂଚନା । ରୁଟିନ୍ ଚେକ୍‌ ଅପ୍‌ ପାଇଁ ମେଡିକାଲ ଯାଇଥିଲେ ବୋଲି ସ୍ପଷ୍ଟ କଲେ, ଅସୁସ୍ଥ ନେଇ କୌଣସି ଗୁଜବ ନ କରିବାକୁ ଅପିଲ୍ କଲେ

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ତେଲ ଜଳସେଚନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ । ୪୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ, ବିଲ୍ କ୍ଲିୟରାନ୍ସ ପାଇଁ ୪୬ ହଜାର ଲାଞ୍ଚ ନେଉଥିଲେ

ଭୁବନେଶ୍ଵର ଲୋୟର ପିଏମ୍‌ଜିରେ ବିକ୍ଷୋଭ । RI, ARI, ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ, ସ୍ଵଚ୍ଛତାର ସହ ପୁନଃ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ଦାବି

ଲେବାନନରେ ଇସ୍ରାଏଲରେ ପ୍ରଚଣ୍ଡ ବିସ୍ଫୋରଣ । ହିଜବୁଲ୍ଲା ପକ୍ଷରୁ ବି ଉତ୍ତର ଇସ୍ରାଏଲରେ ରକେଟ୍ ମାଡ଼, ଦକ୍ଷିଣ ଇସ୍ରାଏଲରେ ଗୁଳିମାଡ଼ରେ ୧୦ଜଣଙ୍କ ମୃତ୍ୟୁ

ଗ୍ବାଲିଅରରେ ଭାରତ-ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚ୍‌ । ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ, ବାଂଲାଦେଶ- ୧୨୭, ଭାରତ-୧୩୨/୩ 
 

Sponsored
Speed 10 | Argus News