Speed 10 : ପୁରା ଦିନର ବ୍ରେକିଂ ନ୍ୟୁଜ୍ ପାଇଁ ସ୍କ୍ରୋଲ କରନ୍ତୁ

ଅର୍ଗସ ବ୍ୟୁରୋ: ସୁଭଦ୍ରା ଟଙ୍କା ନେଇ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ଖୁବ୍ ଶୀଘ୍ର ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା
ଅଦିନିଆ ସ୍ନାନ ଯାତ୍ରା ବାତିଲ କଲା ଇସ୍କନ । ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରା ବାତିଲ ହୋଇଥିବା ସୂଚନା ମିଳିଛି
ବାରରେ ଡ୍ୟାନ୍ସ ହେଲେ ରଦ୍ଦ ହେବ ଲାଇସେନ୍ସ । ବାର୍ ଡ୍ୟାନ୍ସ ବ୍ୟାନ୍ ଆଇନ ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଏହି ଚେତାବନୀ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ରତ୍ନଭଣ୍ଡାର ସଂପର୍କରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା । ରତ୍ନଭଣ୍ଡାରରେ ନାହିଁ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ
📱 Get Argus News App
✨ମାଟି ଅତଡ଼ା ଧସି ଝିଅ ମୃତ, ବାପା ଗୁରୁତର । କଳିଙ୍ଗନଗର ଥାନା ନଡ଼ିଆଭଙ୍ଗା ବାଉଁଶନଳୀ ଗାଁର ଘଟଣା । ରେଙ୍ଗାଳି କେନାଲ ମାଟି ଅତଡ଼ାରେ ଚାପି ହୋଇ ଝିଅର ମୃତ୍ୟୁ, ଗୁରୁତର ଅବସ୍ଥାରେ ବାପାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ସ୍କ୍ରବ୍ ଟାଇଫସ୍ରେ ଆଉ ଜଣଙ୍କ ମୃତ୍ୟୁ ଅଭିଯୋଗ । ବୁର୍ଲାର ଏକ ଘରୋଇ ନର୍ସିଂ ହୋମ୍ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ମୃତକ ଆଙ୍ଖିଦାଦର ଗାଁର, ୧୧ ଦିନ ହେବ ଚିକିତ୍ସାଧୀନ ଥିଲେ
ସକାଳୁ ସକାଳୁ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ନେଇ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ
ନୟାପଲ୍ଲୀ ଥାନା ନାବାଳିକା ଗଣ ଦୁଷ୍କର୍ମ ମାମଲା। ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ
ଏବେ ନାହିଁ ଲଘୁଚାପ। ଆସନ୍ତା ୭ଦିନ ମଧ୍ୟରେ ଲଘୁଚାପ ହେବାର ସମ୍ଭାବନା ନାହିଁ। ଏହି ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି
ଯାଜପୁର ଗଣପର୍ବ ଲାଗି ଯାଜପୁର ଉତ୍ସବମୁଖର । ମୋଟ୍ ୪୪ ମଣ୍ଡପରେ ପୂଜା ପାଉଛନ୍ତି ମାଆ କାଳୀ, ଆସନ୍ତା ୮ ଓ ୯ ତାରିଖ ଚାଲିବ ଭସାଣ କାର୍ଯ୍ୟକ୍ରମ