Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Speed 10 : ସ୍କ୍ରୋଲ କରନ୍ତୁ, ବ୍ରେକିଂ ନ୍ୟୁଜ୍‌ ପାଆନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ସ୍କ୍ରୋଲ କରନ୍ତୁ, ବ୍ରେକିଂ ନ୍ୟୁଜ୍‌ ପାଆନ୍ତୁ

ଅର୍ଗସ ବ୍ୟୁରୋ: ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ : ଗୋଲାମୁଣ୍ଡା ସର୍ବମଙ୍ଗଳା କଲେଜ ସମ୍ମୁଖରେ ଅଣ୍ଡାମାଡ଼, କଳାପତାକା ଦେଖାଇ ଗାଡ଼ିକୁ ଅଣ୍ଡାମାଡ଼ କଲେ କିଛି ଯୁବକ

ଭ୍ରଷ୍ଟାଚାରର ମାତ୍ରା, ଚୋରିର ମାତ୍ରା, ପ୍ରବଞ୍ଚନାର ମାତ୍ରା ଏତେ ବଢ଼ି ଯାଇଥିଲା ଯେ ତାଙ୍କ ସରକାରକୁ ଲୋକେ ପ୍ରତ୍ୟାଖ୍ୟାନ କଲେ । ପୂର୍ବ ସରାକରରେ ଯାହା ସବୁ ଅବାଞ୍ଛିତ କଥା ସବୁ ଘଟୁଥିଲା ସେ ପ୍ରକ୍ରିୟା ବନ୍ଦ କରିବାକୁ ଆମେ ଚେଷ୍ଟା ଚଲାଇଛୁ’

୩ ମହଲା କୋଠାରୁ ଡେଇଁଲେ ମହାରାଷ୍ଟ୍ର ଉପବାଚସ୍ପତି ନରହରି ଝିରୱାଲା ଏବଂ ୩ ବିଧାୟକ । ତେବେ ସେମାନେ ସୁରକ୍ଷା ଜାଲରେ ପଡ଼ି ରକ୍ଷା ପାଇଯାଇଛନ୍ତି । ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବାକୁ ସେମାନେ ଏଭଳି ପନ୍ଥା ଆପଣେଇଥିଲେ ।

ରାଜଭବନ ଝାଡ଼ଖଣ୍ଡ ୱାର୍‌ରୁମ୍‌ ସାଜିଥିବା ବିରୋଧୀଙ୍କ ଅଭିଯୋଗ ପ୍ରସଙ୍ଗ : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା, 'ରାଜନୀତି ପାଇଁ ଖୋଲା ହୃଦୟ ଲୋଡ଼ା, ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ବକୁ ଯାଇ ରାଜନୀତି ହେଉ': 'ରାଜନୀତି ପାଇଁ ଯଥେଷ୍ଟ ମୈଦାନ ଅଛି, ରାଜଭବନକୁ ଟଣା ନଯାଉ'

ଶିମିଳିପାଳ ଜଙ୍ଗଲରେ ବୁଲୁଛି କଳାବାଘ । ଯାହାର ଝଲକ ପୁଣି ଥରେ କ୍ୟାମେରାରେ କଏଦ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ୍ ସୁଶାନ୍ତ ନନ୍ଦ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶାରଳା ମନ୍ଦିରରେ ଫୁଡ୍‌ ଇନ୍ସପେକ୍ଟରଙ୍କ ଯାଞ୍ଚ । ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଯାଞ୍ଚ, ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ ପାଇଁ ସାମ୍ପଲ ନେଲେ । ନିମ୍ନମାନର ଘିଅ ବ୍ୟବହାର ହେଉଥିବା କାଲି ବଡ଼ପଣ୍ଡା ଅଭିଯୋଗ କରିଥିଲେ

ଚଳନ୍ତା ଟ୍ରେନ୍‌ରେ ଚଢିବା ବେଳେ ଖସିପଡ଼ିଲେ ଯାତ୍ରୀ । ଜୀବନ ବଞ୍ଚାଇଦେଲେ କନଷ୍ଟେବଳ । ଗୁଜରାଟ ଭାପି ଷ୍ଟେସନ୍‌ର ସାମ୍ନାକୁ ଆସିଲା ଭିଡିଓ

ମୁଖ୍ୟମନ୍ତ୍ରୀ କ୍ୱାର୍ଟର୍ସ ଖାଲି କଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପରିବାର ସହ ଫେରୋଜଶାହ ରୋଡକୁ ସ୍ଥାନାନ୍ତର ହେଲେ

ହବିଷ୍ୟାଳୀ ଯୋଜନା: ୬ ତାରିଖରୁ ଆବେଦନ ଆରମ୍ଭ କହିଲେ ଜିଲ୍ଲାପାଳ । ‘କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ । ୬ରୁ ୧୧ ଯାଏଁ http://edistrict.odisha.gov.inରେ ଆବେଦନ କରିପାରିବେ । ‘୨୫୦୦ ହବିଷ୍ୟାଳୀଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ’

ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି । ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସସୀମାରେ କୋହଳ ସଂପର୍କିତ ବିଜ୍ଞପ୍ତି, ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ରହିବ

 

Sponsored
Speed 10 | Argus News