Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସକାଳୁ ସକାଳୁ ନଜର ପକାନ୍ତୁ କଣ ରହିଛି ବ୍ରେକିଂ ନ୍ୟୁଜ୍‌

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସକାଳୁ ସକାଳୁ ନଜର ପକାନ୍ତୁ କଣ ରହିଛି ବ୍ରେକିଂ ନ୍ୟୁଜ୍‌

ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ । ଆଜି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ପୂର୍ବାନୁମାନ

ମାଲକାନଗିରି ଜିଲ୍ଲା ମୋଟୁରେ ପ୍ରାୟ ୧୦୦ ଏକର ଜଙ୍ଗଲ ଜମି ହଡ଼ପ ଅଭିଯୋଗ ଘଟଣା। ନିଜ ଆଡ଼ୁ ମାମଲା କଲେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ

ଆଜିଠୁ କାର୍ତ୍ତିକ ମାସର ମହାପଞ୍ଚୁକ ବ୍ରତ । ପଞ୍ଚୁକ ପାଇଁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର । ତିଥି କ୍ଷୟ ଯୋଗୁଁ ୫ ଦିନ ବଦଳରେ ୪ ଦିନ ପଞ୍ଚୁକ ବ୍ରତ 

ସେପଟେ,କଟକ ଆଠଗଡ଼ ଧବଳେଶ୍ବର ପୀଠରେ ଆଜି ଦ୍ବିତୀୟ ପଞ୍ଚୁକ। ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି

ମଣିପୁର ଜିରିବାମରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୧ ଉଗ୍ରବାଦୀ ନିହତ । ଗୁଳି ବିନିମୟରେ ଜଣେ ସିଆର୍‌ପିଏଫ୍‌ କନଷ୍ଟେବଲ ଗୁରୁତର ,ଉତ୍ତେଜନାକୁ ଦୃଷ୍ଟିରେ ରଖି ଜିରିବାମରେ ଅନ୍ୟାଦେଶ ଯାଏଁ କର୍ଫ୍ୟୁ ଜାରି । କୁକି ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ଆଜିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରବାସୀ ଓଡ଼ିଆ ସମ୍ମିଳନୀର ଲୋଗୋ ଉନ୍ମୋଚନରେ ସାମିଲ ହେବେ । କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବି ସାମିଲ ହେବେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲା । ଆସିଲା ନିଲମ୍ବିତ ୫ ପୋଲିସ ଅଧିକାରୀଙ୍କ ସାଇଣ୍ଟିଫିକ୍ ରିପୋର୍ଟ । କ୍ରାଇମବ୍ରାଞ୍ଚର ହସ୍ତଗତ ହେଲା ଗୁଜରାଟ DFSLର ରିପୋର୍ଟ, ପୂର୍ବତନ IIC ଦୀନକୃଷ୍ଣଙ୍କ ବି ଆସିଲା ଟେଷ୍ଟ ରିପୋର୍ଟ । ପଲିଗ୍ରାଫ ପରୀକ୍ଷା ସହ ନାର୍କୋ ଓ ବ୍ରେନ୍ ମ୍ୟାପିଂ ରିପୋର୍ଟ

ଗୋଷ୍ଠୀ ସଂଘର୍ଷରେ ୪ ଗୁରୁତର । ନୟାଗଡ଼ ଚଣ୍ଡୀବସ୍ତ ଗାଁରେ ଗୋଷ୍ଠୀ ସଂଘର୍ଷ । ଗୋଟିଏ ଗୋଷ୍ଠୀର ୪ ଜଣ ଗୁରୁତର ଆହତ,୨ ଗୁରୁତର ଭୁବନେଶ୍ବରକୁ ସ୍ଥାନାନ୍ତରିତ । ଅନ୍ୟ ୨ ଜଣ ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି

ଅଗ୍ନିଶମ ଆଧୁନିକୀକରଣ ପାଇଁ ଓଡ଼ିଶାକୁ ୨୦୧ କୋଟି । ଅର୍ଥ ମଞ୍ଜୁର କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପଶ୍ଚିମବଙ୍ଗକୁ ୭୨୬ ଓ ଛତିଶଗଡ଼କୁ ୧୪୮ କୋଟି ମଞ୍ଜୁର । ଅଗ୍ନିଶମ ଆଧୁନିକୀକରଣ ପାଇଁ NDRFରୁ ୫୦୦୦ କୋଟି ମଞ୍ଜୁର, ଓଡ଼ିଶା ସମେତ ୧୫ ରାଜ୍ୟ ପାଇଁ ୨୫୪୨ କୋଟି ମଞ୍ଜୁର

ଏସୀୟ ମହିଳା ହକି ଚାମ୍ପିଅନ୍ସ ଟ୍ରଫି । ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ୪-୦ରେ ହରାଇଲା ଭାରତ
 


 

Sponsored
Speed 10 | Argus News