Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ଜିତିଲେ ଟ୍ରମ୍ପ : ଛୁଟିଲା ଶୁଭେଚ୍ଛାର ସୁଅ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ନିର୍ବାଚନ ଜିତିଲେ ଟ୍ରମ୍ପ : ଛୁଟିଲା ଶୁଭେଚ୍ଛାର ସୁଅ

ଅର୍ଗସ ବ୍ୟୁରୋ: ବଡ଼ ଖବର : ୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ରେଳ କାମ । ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ ଦେଲେ ସୂଚନା । ଭୂମିଠାରୁ ୧୩ ମିଟର ଉଚ୍ଚରେ ଯିବ ମେଟ୍ରୋ ଟ୍ରେନ୍‌ । ରାଜମହଲ, ଜୟଦେବ ବିହାର ଓ ବାରଙ୍ଗରେ ଉଚ୍ଚତା ଅଧିକ ରହିବ । ପ୍ରତି ୧୦ ମିନିଟ ବ୍ୟବଧାନରେ ଚାଲିବ ମେଟ୍ରୋ ଟ୍ରେନ୍‌ । ୩ କୋଚ୍‌ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍‌ କିଣିବାକୁ ଯୋଜନା

ସାବାଡ୍ ହେବେ ଅମାନିଆ 'ମୋ ବସ୍‌' ଡ୍ରାଇଭର । 'ମୋ ବସ୍‌'ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦେଲେ ସୂଚନା । ପ୍ରତି 'ମୋ ବସ୍‌'ର ସ୍ପିଡ୍ ୪୦ରୁ କମ୍ ରହିବ । ବେପରୁଆ ଗାଡ଼ି ଚାଳନା କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଗାଡ଼ିକୁ ଉଠିବା ପୂର୍ବରୁ ଡ୍ରାଇଭର ମଦ ପିଇଛନ୍ତି କି ନାହିଁ ଟେଷ୍ଟ ହେବ

ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଜେଡି ବିଧାୟିକା ସୁନନ୍ଦା ଦାସ । ସମର୍ଥକଙ୍କ ସହ ଧରିଲେ ପଦ୍ମ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହେଲେ ଡୋନାଲ୍ଡ ଟ୍ରମ୍ପ ।  କମଳା ହ୍ୟାରିସଙ୍କୁ ହରାଇ ଜିତିଲେ ଡୋନାଲ୍ଡ ଟ୍ରମ୍ପ । ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ୪ ବର୍ଷ ପରେ ପୁଣି ଥରେ ରାଷ୍ଟ୍ରପତି ହେବେ

ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ବନ୍ଧୁ ସମ୍ବୋଧନ କରି ଏକ୍ସରେ ଶୁଭେଚ୍ଛା ଜଣାଇଲେ ମୋଦି । ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ପିଏମ୍‌ । ଆଗାମୀ ଦିନରେ ଭାରତ-ଆମେରିକା ସଂପର୍କ ଆହୁରି ସୁଦୃଢ଼ ହେବ । ବିଶ୍ବରେ ଶାନ୍ତି, ସ୍ଥିରତା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ମିଶି କାମ କରିବୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୭ ଦିନ ଭିତରେ ଲୋକଙ୍କୁ ବାତ୍ୟା କ୍ଷୟକ୍ଷତି ଟଙ୍କା ଦେବେ ଜିଲ୍ଲାପାଳ । ବାତ୍ୟା କ୍ଷତିପୂରଣ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା, ସଂଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ଟଙ୍କା । ୭ ଦିନ ଭିତରେ ଜିଲ୍ଲାପାଳମାନେ ଲୋକଙ୍କୁ କ୍ଷତିପୂରଣ ଟଙ୍କା ଦେବେ

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ। ଏଣିକି ଲାଇଟ୍ ମୋଟର ଭେହିକିଲ ଲାଇସେନ୍ସ ବା ହାଲୁକା ଯାନ ପାଇଁ ଲାଇସେନ୍ ପାଇଥିବା ଗାଡ଼ି ଚାଳକ ଭାରୀ ଯାନ ବି ଚଳାଇପାରିବେ

ମେଡିକାଲରେ ତାଲା ପକାଇ ଆଶାକର୍ମୀଙ୍କ ଧାରଣା । ୫୯ ନଂ ୱାର୍ଡ ବମ୍ଫକୁଦ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା । ୪ ମାସର ବକେୟା ପ୍ରଦାନ ଦାବିରେ ତାଲା ପକାଇ ଆଶାକର୍ମୀଙ୍କ ଧାରଣା

କେନ୍ଦୁଝର ସରକାରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ଅଭିଯୋଗ । ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ସିନିଅର ଛାତ୍ର ମାଡ଼ ମାରିଥିବା ଅଭିଯୋଗ । ୫ ଜଣ ସିନିଅର୍ ହଷ୍ଟେଲରେ ପଶି ମାଡ଼ ମାରିଥିବା ଅଭିଯୋଗ । ଆକ୍ରମଣରେ ଆହତ ଛାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଭିଜିଲାନ୍ସ ଜାଲରେ ଇଡ୍‌କୋ ଜୁନିୟର ମ୍ୟାନେଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ । ଇଡ୍‌କୋ ଜୁନିୟର ମ୍ୟାନେଜର ବିଜୟ ଉଦୟସିଂହ । ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ଚାଲିଛି ରେଡ୍ । ଚଢ଼ାଉରେ ୮ DSP, ୮ ଇନ୍ସପେକ୍ଟର ସାମିଲ
 

Sponsored
Speed 10 | Argus News