Speed 10 : ସାରାଦିନର ଖବର ପଢନ୍ତୁ

ଅର୍ଗସ ବ୍ୟୁରୋ: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ପରେଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ। ଏହା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ
ସମ୍ଭାବ୍ୟ ଲଘୁଚାପ ଓ ଅବପାତ ନେଇ IMD ଡିଜିଙ୍କ ବଡ଼ ସୂଚନା । ୨୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଗତିପଥ ନେଇ ଆକଳନ ହେବ । ୨୩ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହେବ । ସମୁଦ୍ର ମଧ୍ୟରେ ପବନର ବେଗ ୪୫ରୁ ୫୫ କିମି ରହିବ
ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ; ୨ ଦିନରେ ଗାଇଡ୍ ଲାଇନ୍ ଆଣିବେ ସରକାର
୨୬ରେ ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ । ସୂଚନା ଦେଲେ କଂଗ୍ରେସ ବିଧାୟକଦଳ ନେତା ରାମଚନ୍ଦ୍ର କାଡାମ୍, ପିସିସି ସଭାପତି ଚୟନ ନେଇ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ
ନିର୍ବାଚନରେ ବିଜେଡି ପରାଜୟର ୪ କାରଣ କହିଲେ ବରିଷ୍ଠ ନେତା ପଦ୍ମନାଭ ବେହେରା। ପ୍ରାର୍ଥୀ, ଦଳର ସଭାପତି, କର୍ମକର୍ତ୍ତା ଓ ପାଣ୍ଠି ପାଇଁ ବିଜେଡି ହାରିଲା
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ବଡ଼ ବୟାନ । ବିଜେଡି ଆଉ ବେଶୀ ଦିନ ରହିବ ନାହିଁ, ସେ ଦଳ ଭାଙ୍ଗିଯିବ କହିଲେ । ଅଭିଜ୍ଞ ଅମର ଶତପଥିଙ୍କ ବୟାନ ଦେଖିଲେ ବିଜେଡିରେ ଆଉ କିଛି ନାହିଁ
ଭୁବନେଶ୍ବରରେ ସ୍ପା ନାଁରେ ସେକ୍ସ ରାକେଟ୍ ! ରବି ଟକିଜ ନିକଟରେ ଥିବା ଏକ ସ୍ପାରେ ବଡ଼ଗଡ଼ ପୋଲିସର ରେଡ୍, ସ୍ପା ମାଲିକ ସହ ଯୁବତୀଙ୍କୁ ଉଠାଇ ନେଲା ପୋଲିସ
ମୁମ୍ବାଇରେ ଚାଲିଥିବା ନିବେଶକ ସମ୍ମିଳନୀର ଦ୍ବିତୀୟ ଦିନରେ ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଲମ୍ଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା
ବିଜେଡି ପରାଜୟର ୩ କାରଣ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାତୀୟ ଗଣମାଧ୍ୟମରେ ଦେଲେ ବଡ ବୟାନ
📱 Get Argus News App
✨ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର । ସଂଧ୍ୟା ନଇଁଲେ ଜମୁଛି ଭିଡ଼, ସେପଟେ କେନ୍ଦ୍ରାପଡ଼ାରେ ବି ଗଜଲକ୍ଷ୍ମୀଙ୍କୁ କରାଯାଇଛି ଆବାହନ
ପନ୍ତିବଡ଼ୁ ସେବକ ଶ୍ରୀଚନ୍ଦନ ସାମନ୍ତରା ନିଲମ୍ବିତ । ମନ୍ଦିର ଆଇନ ଅନୁସାରେ ସେବାପୂଜାରୁ ନିଲମ୍ବିତ, ସୁପରଭାଇଜଙ୍କ ଉପରେ ଆକ୍ରମଣରେ ସମ୍ପୃକ୍ତି ପାଇଁ ନିଲମ୍ବିତ । ଶ୍ରୀମନ୍ଦିର ଓ ରୋଷ ଘରେ ପ୍ରବେଶକୁ କରାଗଲା ବାରଣ
ଦିଲ୍ଲୀର ବିଭିନ୍ନ ସ୍ଥାନରେ ବଢ଼ିଲା ବାୟୁ ପ୍ରଦୂଷଣର ମାତ୍ରା । ଏବେଠୁ କଲବଲ କଲାଣି ଘନ କୁହୁଡ଼ି ସାଙ୍ଗକୁ ପ୍ରଦୂଷଣ, ଅକ୍ଷରଧ୍ୟାମ ଅଞ୍ଚଳରେ ଅତି ଖରାବ ବର୍ଗରେ ପ୍ରଦୂଷଣ । ଅକ୍ଷରଧ୍ୟାମରେ AQI ୩୩୪, ଭିକାଜି କାମା ପେଲେସରେ ୨୭୩
ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ । ଜେଲ୍ରେ ଦେଢ଼ବର୍ଷ ରହିବା ପରେ ବାହାରିବେ ସତ୍ୟେନ୍ଦ୍ର, ୨୦୧୬ର ଏକ ବେଆଇନ ଅର୍ଥ କାରବାର ମାମଲାରେ ପ୍ରକାଶ ପାଇଲା ରାୟ । ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଇଁ କୋର୍ଟଙ୍କ କଟକଣା, ଜାମିନ ସମୟରେ ଦେଶ ବାହାରକୁ ଯାଇପାରିବେନି ସତ୍ୟେନ୍ଦ୍ର
ପୁଣି ଏକ ବିମାନକୁ ମିଛ ବୋମା ଧମକ । ଦିଲ୍ଲୀରୁ ଲଣ୍ଡନ ଯାଇଥିବା ଭିସ୍ତାରା ବିମାନକୁ ଧମକ, ଧମକ ପରେ କାଲି ରାତିରେ ଫ୍ରାଙ୍କଫୁର୍ଟରେ ଜରୁରୀ ଅବତରଣ । ସୁରକ୍ଷା ଯାଞ୍ଚ ପରେ ଗନ୍ତବ୍ୟସ୍ଥଳକୁ ବାହାରିଲା ବିମାନ
ଭରତପୁର ଥାନାରେ ସେନା ପୋଲିସ ବିବାଦ ଘଟଣା । ୪ ନିଲମ୍ବିତ ପୋଲିସଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା, ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ । ତଦନ୍ତର ସ୍ଥିତି ଓ କେସ ଡାଏରୀ ଦେବାକୁ ସରକାରଙ୍କୁ ନିର୍ଦେଶ । କ୍ରାଇମବ୍ରାଞ୍ଚ ମାମଲାରେ ୫ ଜଣଙ୍କ ମଧ୍ୟରୁ IICଙ୍କୁ ଆଗୁଆ ଜାମିନ
ବିଜେଡି ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର । ଦଳ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ
ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇସ୍ରାଏଲ ପିଏମ କହିଲେ ଗାଜା ଅସ୍ତ୍ର ଛାଡ଼ିଲେ ଆସନ୍ତାକାଲିଠୁ ବନ୍ଦ ହେବ ଯୁଦ୍ଧ