Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍ ଖବର ପାଆନ୍ତୁ

Odisha

Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍ ଖବର ପାଆନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍ ଖବର ପାଆନ୍ତୁ

ଅର୍ଗସ ବ୍ୟୁରୋ: ରାଜଧାନୀର ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ । ସୂଚନା ଦେଲେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର । କହିଲେ, 'ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ଆସିଛି । ସେଥି ମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି । କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ

ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫୋରେନ୍ସିକ ବିଜ୍ଞାନ ଅନୁଷ୍ଠାନ। ୮ ଜଣ ଏସ୍‌ପି, ୮ ଜଣ ଏଏସ୍‌ପି, ୨୪ ଡିଏସ୍‌ପି କାର୍ଯ୍ୟ କରିବେ। ୨୪ ସାଇବର ଏକ୍ସପର୍ଟ, ଚାଟାର୍ଡ ଆକାଉଣ୍ଟ, ବ୍ୟାଙ୍କ ଏକ୍ସପର୍ଟ ରହିବେ

ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କ୍ୟାନ୍‌ସର ଭଳି ଦୁର୍ନୀତିଗ୍ରସ୍ତଙ୍କୁ କାଢ଼ି ଫୋପାଡ଼ି ଦେବା ବୋଲି କହିଲେ ମୋହନ

ମଠ ମନ୍ଦିର ସୁରକ୍ଷା ପାଇଁ ସରକାର ଆଣିବେ ଦେବାଳୟ ଯୋଜନା ।  ନୂଆ ଯୋଜନା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦେଲେ ସୂଚନା । ଏନେଇ ଚର୍ଚ୍ଚା ଆଲୋଚନା ସହ ବ୍ଲୁପ୍ରିଣ୍ଟ କରାଯାଉଛି କହିଲେ ମନ୍ତ୍ରୀ

ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଆକାଶମାର୍ଗରୁ ସର୍ଭେ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଙ୍ଗରେ ଥିଲା ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର୍ ଓ ପୋଲିସ ମହାନିର୍ଦ୍ଦେଶକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସନ୍ତାକାଲି ଲଞ୍ଚ୍ ହେବ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-ଟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ଏହି ଯୋଜନାର ଶୁଭାରମ୍ଭ କରିବେ

ସମ୍ବଲପୁରରେ ମୋ ବସ୍ ଗାଇଡ୍‌ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ । ଆର୍‌ଟିଓଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ । ବିଭିନ୍ନ ସମସ୍ୟା ଓ ଦାବି ପୂରଣକୁ ନେଇ ଆନ୍ଦୋଳନ କରିଥିଲେ

ଖୁବଶୀଘ୍ର ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା, ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା

ଗାଁରେ ବାଘ ଆତଙ୍କ, ଗାଈକୁ ମାରି ଖାଇଥିବା ଅଭିଯୋଗ । ଚନ୍ଦ୍ରଗିରି ବନାଞ୍ଚଳ ଢେପାଗୁଡ଼ା ପଞ୍ଚାୟତ କୃଷ୍ଣପୁର ଗାଁରେ ବାଘ ଆତଙ୍କ, ଗ୍ରାମବାସୀଙ୍କ ଅଭିଯୋଗ ପରେ ଗାଁରେ ପହଞ୍ଚିଲା ବନବିଭାଗ

ପରିତ୍ୟକ୍ତ କୂଅରେ ପଡ଼ିଗଲେ ୨୦ରୁ ଉର୍ଦ୍ଧ୍ବ ବାରହା । ସଦର ରେଂଜ ଭଗାମୁଣ୍ଡା ଗାଁର ଏକ ପରିତ୍ୟକ୍ତ କୂଅରେ ପଡ଼ିଲେ । ଖାଦ୍ୟ ଅନ୍ବେଷଣରେ ବାରହାମାନେ ଆସିଥିବା ଅନୁମାନ, ଜେସିବି ସାହାଯ୍ୟରେ ବନବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

 

Sponsored
Speed 10 | Argus News