Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜିର ବ୍ରେକିଂ ନ୍ୟୁଜ୍‌ ଦେଖିବାକୁ ସ୍କ୍ରୋଲ କରନ୍ତୁ Speed 10

Odisha

ଆଜିର ବ୍ରେକିଂ ନ୍ୟୁଜ୍‌ ଦେଖିବାକୁ ସ୍କ୍ରୋଲ କରନ୍ତୁ Speed 10

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଆଜିର ବ୍ରେକିଂ ନ୍ୟୁଜ୍‌ ଦେଖିବାକୁ ସ୍କ୍ରୋଲ କରନ୍ତୁ Speed 10

ଅର୍ଗସ ବ୍ୟୁରୋ:  ‘ସୁଭଦ୍ରା’ର ଦ୍ବିତୀୟ ତାଲିକା ନେଇ ତାରିଖ ଘୋଷଣା ହୋଇପାରେ । ‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର । କେଉଁ ଦିନ ପୁଣି ସୁଭଦ୍ରା ସହାୟତା ମିଳିବ ଆଜି ଆସିପାରେ ତାରିଖ

ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ହେବ କହିଲେ ଆଇନମନ୍ତ୍ରୀ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ, ମାନ ଯାଞ୍ଚ କରିବା ପାଇଁ ଫୁଡ୍‌ ଇନ୍ସପେକ୍ଟର ନିଯୁକ୍ତ ହେବେ କହିଲେ ମନ୍ତ୍ରୀ

ପାର୍ବଣ ଋତୁ ପାଇଁ ରେଳ ମନ୍ତ୍ରଣାଳୟର ବ୍ୟାପକ ବ୍ୟବସ୍ଥା; ଯାତ୍ରୀଙ୍କ ପାଇଁ ବଢିଲା ୧୨ ହଜାର ୫ଶହ କୋଚ୍

ଚେନ୍ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସହ ୪ ଜଣଙ୍କୁ ଧରିଲା କମିଶନରେଟ ପୋଲିସ । ଗ୍ୟାଙ୍ଗ ମୁଖ୍ୟଙ୍କ ନାଁରେ ସୁରତରୁ ନେଇ ପୁରୀ ଚନ୍ଦନପୁରରେ ରହିଛି ମାମଲା । ବାଇକ୍‌ରେ ଆସି କଟକ, ଭୁବନେଶ୍ୱରରେ ଯୁବତୀ ଓ ମହିଳାଙ୍କୁ ଲୁଟୁଥିଲେ

ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କଲେ ରାଜ୍ୟ ସରକାର । ଆସନ୍ତାକାଲି ସମସ୍ତ ଜିଲ୍ଲାର ଏସ୍‌ପି ମାନଙ୍କ ସହ ବୈଠକରେ ରାଜ୍ୟ ସରକାରଙ୍କ ବିକାଶର ରୋଡ଼ ମ୍ୟାପ ନେଇ ହେବ ଆଲୋଚନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଖୋଲିଲା । ମୋଟ ୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ଏଣିକି ରାସନରେ ଚାଉଳ ସହ ମିଳିବ ଗହମ । ଓଡ଼ିଶା ସମେତ ୯ ରାଜ୍ୟରେ ମିଳିବ ଗହମ, କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଚିଠି । ଅକ୍ଟୋବର ମାସରୁ ଲାଗୁ ହେବ ନୂଆ ନିୟମ

କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା । ସକାଳୁ ସକାଳୁ ତୁହାକୁତୁହା ହେଉଛି ବର୍ଷା, ଜନଜୀବନ ପ୍ରଭାବିତ

ଏଣିକି କୁଶଳୀ ଶ୍ରମିକଙ୍କୁ ମିଳିବ ଦୈନିକ ୯୫୪ ଟଙ୍କା । କିରାଣୀ, ସୁରକ୍ଷା କର୍ମୀ ଭଳି ଶ୍ରମିକ ଏହି ବର୍ଗର ମଜୁରି ପାଇବେ । ଅତିକୁଶଳୀ ଶ୍ରମିକଙ୍କୁ ମିଳିବ ଦୈନିକ ୧,୦୩୫ ଟଙ୍କା । ବନ୍ଧୁକଧାରୀ ସୁରକ୍ଷାକର୍ମୀ ବି ପାଇବେ ଏହି ବର୍ଗର ମଜୁରି । ଅକ୍ଟୋବର ୧ରୁ ଲାଗୁ ହେବ ସଂଶୋଧିତ ମଜୁରି ହାର

ଓଡିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ ପ୍ରସଙ୍ଗ : ଦାବି ଉପରେ ବିଚାର ପାଇଁ ଗଠନ ହେବ ଅନ୍ତଃବିଭାଗୀୟ କମିଟି, ନର୍ସିଂ ଅଫିସରମାନେ କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦେଲେ ମନ୍ତ୍ରୀ
 

Sponsored
Speed 10 | Argus News