Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Speed 10 : ଆଜିର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଖବର

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ଆଜିର ସବୁଠୁ ଗୁରୁତ୍ଵପୂର୍ଣ୍ଣ ଖବର

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡ଼େଇ ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ : ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ନିଷିଦ୍ଧ

ବିଜେପିର ବଡ଼ ବୟାନ । ନବୀନ ବାବୁ ଓଡ଼ିଶାରେ ହିଂସା କରିବାକୁ ଷଡଯନ୍ତ୍ର କରୁଛନ୍ତି ନେଇ ଅଭିଯୋଗ କଲା ରାଜ୍ୟ ବିଜେପି

କାନପୁର ଟେଷ୍ଟ: ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ । ୯୫ ରନ୍‌ ଟାର୍ଗେଟକୁ ୩ ୱିକେଟ ହରାଇ ହାସଲ କଲା ଭାରତ । ମ୍ୟାଚ୍‌ ସହ ଟେଷ୍ଟ ସିରିଜକୁ ୨-୦ରେ ଭାରତର କ୍ଲିନ ସୁଇପ୍

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ସ୍ୱାସ୍ଥ୍ୟବୀମା । ଖୁବଶୀଘ୍ର ଲାଗୁ ହେବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଲେ ସୂଚନା ।'୧ କୋଟି ପରିବାରର ସାଢ଼େ ୩ କୋଟି ଲୋକ ପାଇବେ ହେଲ୍‌ଥ କାର୍ଡ'

ବ୍ୟାଂକକ ଉପକଣ୍ଠରେ ବଡ଼ ଧରଣର ଅଘଟଣ । ଜୀବନ୍ତ ଜଳିଗଲେ ୨୫ ସ୍କୁଲ ପିଲା, ୧୫ରୁ ଅଧିକ ଆହତ, ୪ ଛାତ୍ରଛାତ୍ରୀଙ୍କୁ ଧରି ଯାଉଥିଲା ବସ୍‌, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜମ୍ମୁ କାଶ୍ମୀରରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ଭୋଟ ଦେବାକୁ ଲାଇନ୍ ଲଗାଇଛନ୍ତି ଭୋଟର୍

ପାର୍ବଣ ପାଇଁ କଟକଣା; ଦଶହରାରେ ବାଜିବନି ଡିଜେ, ଜଳିବିନି ଲେଜର ଲାଇଟ୍

ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପୋଲିସ ଡିଜିଙ୍କ ଅପିଲ୍‌ । ଧାମନଗର ଥାନାରେ ସମୀକ୍ଷା ପରେ ଡିଜିପିଙ୍କ ଅପିଲ୍, 'ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, ଅଯଥା କମେଣ୍ଟ କରନ୍ତୁନି' । ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ କହିଲେ ଡିଜିପି

ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ରହିବେ, ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଆମେରିକାରେ ଘୂର୍ଣ୍ଣିଝଡ ହରିକେନର ତାଣ୍ଡବ। ୨୨୫ କିଲୋମିଟର ବେଗରେ ବହିଲା ପବନ। ପରେ ପ୍ରବଳ ବର୍ଷା ହୋଇଛି। ହରିକେନ୍ ହେଲେନ୍ ର ଏହି ତାଣ୍ଡବରେ ଏଯାଏ ଶହେ ଜଣଙ୍କ ଜୀବନ ଗଲାଣି। ଶହ ଶହ ନିଖୋଜ ଅଛନ୍ତି
 

Sponsored
Speed 10 | Argus News