Speed 10 : ସ୍କ୍ରୋଲ କରନ୍ତୁ, ଆଜିର ବଡ଼ ଖବର ଜାଣନ୍ତୁ

ଅର୍ଗସ ବ୍ୟୁରୋ: ମହାମାୟାଙ୍କ ମହାଷ୍ଟମୀରେ ପୂଜା ମଣ୍ଡପକୁ ଯାଇ ମାଆଙ୍କ ଆଶିଷ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବିରୋଧୀ ଦଳର ନେତି ବି ବିଭିନ୍ନ ପୂଜାମଣ୍ଡପ ବୁଲି ନେଇଛନ୍ତି ମାଆଙ୍କ ଆଶୀର୍ବାଦ
ପୂଜାବୁଲାକୁ ନେଇ ପଲିଟିକ୍ସ । ନବୀନଙ୍କ ବୁଲାକୁ ନେଇ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । କହିଲେ, ଯେଉଁ ଭଦ୍ରବ୍ୟକ୍ତି ୨୪ ବର୍ଷ ହେଲା କୌଣସି ପୂଜା ପେଣ୍ଡାଲ ଯାଉନଥିଲେ । ରାବଣ ପୋଡ଼ି ବି ଯାଉନଥିଲେ...ସିଏ ଆଜି ପ୍ରତିଯୋଗିତା କଲା ଭଳିଆ ବୁଲିବା ଆରମ୍ଭ କରିଦେଲେଣି
ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଜାପାନୀ ସଂସ୍ଥା ‘ନିହନ ହିଡାନ୍କ୍ୟୋ’କୁ ନୋବେଲ ଶାନ୍ତି ପୁରସ୍କାର । ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ‘ନିହନ ହିଡାନ୍କ୍ୟୋ’ । ବୋମା ବିଭୀଷିକାରୁ ବଞ୍ଚି ଯାଇଥିବା ଲୋକଙ୍କ ପାଇଁ କାମ କରୁଛି
ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନୋଏଲ ଟାଟା ହେଲେ ନିଯୁକ୍ତ । ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଟାଟା ଅଧ୍ୟକ୍ଷ ନିଯୁକ୍ତ, ୪୦ ବର୍ଷର ଅଭିଜ୍ଞତା ଥିବା ନୋଏଲ ସର୍ବସମ୍ମତିରେ ନିଯୁକ୍ତ
ପାରାଦୀପ ପିଆଇସିଟି ବର୍ଥରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ତୁଟୁନି ବିବାଦ । କ୍ଷତିପୂରଣ ଓ ନିଯୁକ୍ତି ଜିଦରେ ଆନ୍ଦୋଳନରେ ବସି ରହିଛନ୍ତି ଶ୍ରମିକ, ଆନ୍ଦୋଳନ ଯୋଗୁଁ ବ୍ୟବଚ୍ଛେଦ ନହୋଇ ମେଡିକାଲରେ ପଡ଼ିଛି ମୃତଦେହ
📱 Get Argus News App
✨ସରିଲା ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଜେନାଖାଲରୁ ଛତର ବାହାରି ଦିନ ୧୨ଟାରେ ମନ୍ଦିରରେ ପହଞ୍ଚିଲା । ଏଥର ୧୦ ହଜାରରୁ ଊର୍ଦ୍ଧ୍ଵ ପଶୁବଳି ଦିଆଯାଇଥିବା ସୂଚନା
ପାକିସ୍ତାନର କୋଇଲା ଖଣିରେ ଅତର୍କିତ ଗୁଳିମାଡ଼, ୨୦ ଖଣି କର୍ମଚାରୀ ମୃତ । ଗୁଳିମାଡ଼ରେ ଆଉ ୭ ଆହତ ହୋଇଥିବା ସୂଚନା । ବନ୍ଧୁକଧାରୀ ଗ୍ରେନେଡ ଓ ରକେଟ ମାଡ଼ ମଧ୍ୟ କରିଥିବା ସୂଚନା
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କର ଆଜି ରଥଯାତ୍ରାର ଶେଷ ଦିନ । ନିଷାର୍ଦ୍ଧରେ ଲାଖବିନ୍ଧା ପଡିଆକୁ ବିଜେ କରିବେ ମାଆ ବିରଜା । ଫେରିଲେ ମଇଁଷି ବଳି ପଡିବାର ରହିଛି ପରମ୍ପରା
ସୁନାଚାନ୍ଦି ମେଢରେ ଝଲସୁଛି ସିଲଭର ସିଟି କଟକ । ସଂଧ୍ୟା ହେବା ମାତ୍ରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି, ଏପଟେ ଆକର୍ଷୀଣୀୟ ତୋରଣ ଦେଖିବାକୁ ଭୁବନେଶ୍ଵରରେ ଭିଡ
ଲେବାନନ ଉପରେ ଇସ୍ରାଏଲର ଘନଘନ ଆକ୍ରମଣ । ରକେଟ୍ ମାଡ଼ରେ ୨୨ଜଣଙ୍କ ମୃତ୍ୟୁ, ୧୧୭ ଆହତ, ବେରୁଟର ଏକ ଜନବସତି କୋଠା ଉପରେ ରକେଟ୍ ମାଡ଼ । ସୂଚନା ଦେଲେ ଲେବାନରର ସ୍ବାସ୍ଥ୍ୟମନ୍ତ୍ରୀ