Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପାଆନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପାଆନ୍ତୁ

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ନଭେମ୍ବର ୨୦ରେ ପଡ଼ିବ ଭୋଟ୍‌ । ୨୩ରେ ହେବ ଗଣତି 

ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା, ମିଳିଲା ‘ୱାଇ ପ୍ଲସ୍’ ସିକ୍ୟୁରିଟି

ରାଜ୍ୟରେ ଶିଳ୍ପାୟନ ଲାଗି ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୮ ଓ ୧୯ରେ ମୁମ୍ବାଇରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ହେବେ, ୧୯ରେ ୩୦୦ରୁ ଊର୍ଦ୍ଧ୍ଵ ନିବେଶକଙ୍କ ସହ ଆଲୋଚନା କରିବେ । ୮ରେ କେନ୍ଦ୍ର ସରକାରଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହେବେ

ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଆହୁରି ଅନେକ ଘଟଣା ଘଟିବାକୁ ଯାଉଛି କହି ଆଜି ଆଉ ଏକ ବାଣ ମାରିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ । ଅମର କହିଛନ୍ତି, ବିଜେଡିକୁ ନେଇ ମୁଁ ଦେଇଥିବା ମତକୁ ନେଇ ଅନେକ ବିଜେଡି ବନ୍ଧୁଙ୍କଠୁ ସମର୍ଥନ ମିଳୁଛି

ଅମର ଶତପଥୀଙ୍କ ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ । ପାଣ୍ଡିଆନ ପାଇଁ ବିଜେଡି ଛାଡ଼ିଲି କହିଲେ ପୂର୍ବତନ ସାଂସଦ ପାଟ୍ଟଶାଣୀ । ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ, ସେ ପର୍ଯ୍ୟନ୍ତ ବିଜେଡି ଆସିବନି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗାଁ ଦାଣ୍ଡରେ ୩ ଯୁବକଙ୍କୁ ଦୁର୍ବୃତ୍ତଙ୍କ ଛୁରାମାଡ଼ । ଆଳି ଥାନା ସାହୁପଡ଼ା ଗାଁରେ ୪ ଦୁର୍ବୃତ୍ତଙ୍କ ଛୁରାମାଡ଼, କୁମାର ପୂର୍ଣ୍ଣିମା ପୂଜା ପାଇଁ ସାଜସଜ୍ଜା କରି ଫେରୁଥିବା ବେଳେ ଆକ୍ରମଣ । ଜଣେ ଦୁର୍ବୃତ୍ତ ଗ୍ରାମବାସୀଙ୍କ ଦ୍ବାରା କାବୁ, ଗୁରୁତର ଜଣେ କଟକ ସ୍ଥାନାନ୍ତର

CBSE ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ। ୨୦୨୫ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ । CBSE ଏନେଇ  ବିଜ୍ଞପ୍ତି ଜାରି କରିଛି

ବାଲିଯାତ୍ରା ପାଇଁ ଅକ୍ଟୋବର ୨୫ ତାରିଖ ଯାଏ ଚାଲିବ ପଞ୍ଜୀକରଣ । ଅନଲାଇନ ମାଧ୍ୟମରେ ହେବ ପ୍ଲଟ୍ ପଞ୍ଜୀକରଣ , ୫ ହଜାର ଟଙ୍କା ଦେଇ ପଞ୍ଜୀକରଣ କରିବେ ବ୍ୟବସାୟୀ । କଟକ ବାରବାଟୀ ପ୍ୟାଲେସରେ ଚାଲିଛି ପଞ୍ଜୀକରଣ ପ୍ରକ୍ରିୟା । ଅକ୍ଟୋବର ୨୯ରୁ ଆରମ୍ଭ ହେବ ପ୍ଲଟ୍ ନିଲାମ ପ୍ରକ୍ରିୟା  

ଅନନ୍ତ ଓ ଅଶୋକଙ୍କୁ ଟାର୍ଗେଟ କଲେ ଅମରେଶ । ନାଁ ନନେଇ ଟାର୍ଗେଟ କଲେ ଅମରେଶ ଓ ଲିଟୁ । ‘ଭୁବନେଶ୍ଵରର ମାଲିକ ଭାବୁଥିବା ବ୍ୟକ୍ତିଙ୍କୁ ଦଳ ନୋଟିସ କରୁ’, ‘ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ଗ୍ରହଣ କରିବୁ’ । 

କଟକ ତେଲେଙ୍ଗାପେଣ୍ଠରେ ବସ୍‌ ଓ ଟ୍ରକ ମଧ୍ୟରେ ଧକ୍କା । ବସ୍‌ର ହେଲ୍ପର ଆହତ, SCB ମେଡିକାଲ ସ୍ଥାନାନ୍ତର । ଫୁଲବାଣୀରୁ କଟକ ଆସୁଥିଲା ଘରୋଇ ବସ୍ ଗୋପୀନାଥ
 

Sponsored
Speed 10 | Argus News