Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍ ଖବର ପାଆନ୍ତୁ

ଅର୍ଗସ ବ୍ୟୁରୋ: ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
ଆଜି ପୁଣି ବଡ଼ ବୟାନ ଦେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ । କହିଛନ୍ତି, ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ଏମପି
ଏଣିକି ୨ ମାସ ପୂର୍ବରୁ ଟ୍ରେନ୍ ଟିକେଟ ବୁକିଂ । ଟ୍ରେନ୍ ଟିକେଟ ଆଡଭାନ୍ସ ବୁକିଂ ସମୟ ସୀମା ହ୍ରାସ କଲା ରେଲୱେ । ଏଣିକି ୪ ମାସ ନୁହେଁ, ୨ ମାସ ପୂର୍ବରୁ କରିହେବ ଆଡଭାନ୍ସ ବୁକିଂ । ସମୟ ସୀମା ହ୍ରାସ ନେଇ ରେଲୱେ ବୋର୍ଡ ପକ୍ଷରୁ ଚିଠି
ବେଙ୍ଗଲୁରୁ ଟେଷ୍ଟ: ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ପ୍ରଥମ ଇନିଂସରେ ମାତ୍ର ୪୬ ରନ୍ରେ ଅଲଆଉଟ୍, କୌଣସି ରନ୍ ନକରି ଆଉଟ୍ ହେଲେ ୫ ଖେଳାଳି । କୋହଲି, ସର୍ଫରାଜ, ରାହୁଲ, ଜାଡେଜା, ଅଶ୍ବିନ୍ ଶୂନ୍ରେ ଆଉଟ୍
ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାଏବ ସିଂ ସୈନୀ । କ୍ରମାଗତ ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
📱 Get Argus News App
✨ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ୬(ଏ) ଆଇନ୍ ସାମ୍ବିଧାନିକ ଭାବେ ବୈଧ । ଆସାମ ଆସିଥିବା ବାଂଲାଦେଶୀଙ୍କୁ ମିଳିବ ନାଗରିକତା, ୧୯୬୬ରୁ ୧୯୭୧ ମଧ୍ୟରେ ଆସିଥିଲେ ନାଗରିକତା ମିଳିବ । ୧୯୭୧ ମାର୍ଚ୍ଚ ୨୫ ପରେ ଆସିଥିବା ଅନୁପ୍ରବେଶୀଙ୍କୁ ଚିହ୍ନଟ ନିର୍ଦ୍ଦେଶ
ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ଛୁଆଁ ପରିବା ଦର । କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଉପର ମୁହାଁ । କଟକ ଛତ୍ରବଜାରରେ ପ୍ରାୟତଃ ସମସ୍ତ ପରିବା ଦର ୭୦ଟଙ୍କାରୁ ଅଧିକ ରହିଛି
କାର୍ତ୍ତିକ ବ୍ରତ ପାଳନ ପାଇଁ ଶ୍ରୀମନ୍ଦିରରେ ଜମିଲାଣି ଭକ୍ତଙ୍କ ଭିଡ଼ । ଆଜି ପୂର୍ଣ୍ଣିମା ଥିବାରୁ ଆସନ୍ତା କାଲିଠୁ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳୀ। ଏଥିପାଇଁ ଚଳଞ୍ଚଳ ଶ୍ରୀକ୍ଷେତ୍ର
ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ସଂଜୀବ ଖାନ୍ନା । ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାଁ ପ୍ରସ୍ତାବ ଦେଲେ CJI ଡିୱାଇ ଚନ୍ଦ୍ରଚୂଡ଼, ନଭେମ୍ବର ୧୧ରେ ସରୁଛି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ
ରାଜ୍ୟ ବିଭିନ୍ନ ସ୍ଥାନରେ ଚାଲିଛି ଗଜଲକ୍ଷ୍ମୀ ପୂଜା । ମାଆଙ୍କ ମଙ୍ଗଳ ଆଳତୀ ଦେଖିବା ପାଇଁ ଜମୁଛି ଭକ୍ତଙ୍କ ଭିଡ଼