Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Speed 10 : ଆଜି ଦିନର ବଡ଼ ଖବର

Odisha

Speed 10 : ଆଜି ଦିନର ବଡ଼ ଖବର

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ଆଜି ଦିନର ବଡ଼ ଖବର

ଅର୍ଗସ ବ୍ୟୁରୋ:  ବଡ଼ ଖବର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦେହାନ୍ତ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ। ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିଲେ ସମୀର ଦେ । ଫୁସଫୁସ ଜନିତ ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ 

ସମୀର ଦେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ । ସମୀରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେବ । ରାଜ୍ୟର ବିକାଶରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ । ଓଡ଼ିଶାରେ ବିଜେପିକୁ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା ବୋଲି କହିଲେ ମୋହନ

ରାଜ୍ୟ ବାହାର ଧାନ ବେପାରୀଙ୍କ ଉପରେ ସରକାରଙ୍କ କଡ଼ା ନଜର । କମ ଦାମରେ ଧାନ ନ ଦେବାକୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଅପିଲ୍  । କାହା କଥାରେ ପଡ଼ି କମ ଦାମରେ କେଜିଏ ବି ଧାନ କାହାକୁ ଦିଅନ୍ତୁନି । ୩୧୦୦ ଟଙ୍କାରେ ସବୁ ଧାନ ସରକାର ନେବେ ବୋଲି କହିଲେ ସମବାୟ ମନ୍ତ୍ରୀ

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି

କୈଳାସ ଗେହଲଟ ଯିବା ପରେ ଆପ୍‌ର ପଡ଼ିଲା ଚତୁର୍ଥ ୱିକେଟ । କୈଳାସ ଗେହଲଟଙ୍କ ପୂର୍ବରୁ ୩ ଜଣ ନେତା ଆପ୍‌ ଛାଡ଼ି ବିଜେପି ଆସିଥିଲେ । ପୂର୍ବତନ ମନ୍ତ୍ରୀ ହରସରନ୍‌ ସିଂ ବାଲି ପ୍ରଥମେ ଆପ୍‌ ଛାଡ଼ି ବିଜେପି ଆସିଥିଲେ । ପରେ ପରେ ଗୁରୁମିତ୍‌ ସିଂ ବାଲି, ରାମନାରାୟଣ ଭରଦ୍ବାଜ ମଧ୍ୟ ଆସିଥିଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

OPHWC ବ୍ରହ୍ମପୁର ଡିଭିଜନ୍‌ DGMଙ୍କ ଘରୁ ମିଳିଲାଣି କେଜିଏ ସୁନା । ରେଡ୍‌ ଚାଲିଥିବା ବେଳେ ଭିଜିଲାନ୍ସ ଠାବ କଲାଣି କେଜିଏ ସୁନା । OPHWC ବ୍ରହ୍ମପୁର ଡିଭିଜନ୍‌ DGM ତଥା ଯନ୍ତ୍ରୀ ସୁବାସ ଚନ୍ଦ୍ର ପଣ୍ଡା । ଆଇଗିଣିଆରେ ୩ ମହଲା କୋଠା, ବରିମୁଣ୍ଡରେ ୨ ମହଲା କୋଠା

ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେଇ ଡାକ୍ତର ଗିରଫ । କଳାହାଣ୍ଡି ମେଡିକାଲ କଲେଜର ଡାକ୍ତର ଅଶୋକ ଦାସ ଗିରଫ । ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଡାକ୍ତରଙ୍କ କ୍ବାର୍ଟର୍ସ ସହ ତାଙ୍କ ଚାମ୍ବରରେ ଭିଜିଲାନ୍ସ ରେଡ୍

ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ କିମ୍‌ ଓଙ୍ଗଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରତିନିଧି ଟିମ୍‌ । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ସିଙ୍ଗାପୁର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ

ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମର ମାପଚୁପ ଶେଷ । ସରକାରୀ ପ୍ଲଟରେ ନିର୍ମାଣ ହୋଇଛି ଆଶ୍ରମ ! ସରକାରୀ ଜମିରେ ଆଶ୍ରମ ଥିବା ପ୍ରାଥମିକ ରିର୍ପୋଟରେ ସୂଚନା । ଜିଏର ସହକାରୀ ନିର୍ଦେଶକ ଅମୀୟ ଦାସ ଦେଲେ ସୂଚନା । ସରକାରୀ ପ୍ଲଟରେ ଆଶ୍ରମ ଥିଲେ ଉଚ୍ଛେଦ କରାଯିବ

ରାଜ୍ୟରେ ତଳମୁହାଁ ପାରଦ । ୧୦.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର । ୧୨ ଡିଗ୍ରୀ ତଳେ ରହିଛି ରାଜ୍ୟର ୫ ସହର । ଟ୍ବିନ୍‌ ସିଟିରେ ୧୬ ଡିଗ୍ରୀକୁ ଖସିଲା ପାରଦ
 

Sponsored
Speed 10 | Argus News