|
logo
Live

Argus News - Speed 10 : ଆଜିର ଅପଡେଟ୍‌ ଖବର

Odisha

Speed 10 : ଆଜିର ଅପଡେଟ୍‌ ଖବର

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ଆଜିର ଅପଡେଟ୍‌ ଖବର

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; କହିଲେ, ଖୁବଶୀଘ୍ର ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଜୟନାରାୟଣଙ୍କ ବଡ଼ ବୟାନ; କହିଲେ, ଶାହାଙ୍କ ଗୋଟିଏ ହ୍ବିସଲରେ ଭାଙ୍ଗିଯିବ ବିଜେଡି

ବିଜେଡି ଆଜି ବି ଏକ ନମ୍ବର, ଆଜି ନିର୍ବାଚନ ହେଲେ ବିଜେଡି ୧୪୦ ସିଟ୍ ଜିତିବ । ଏଭଳି ଦମ୍ଭୋକ୍ତି କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେପଟେ ପ୍ରମିଳାଙ୍କୁ କଡ଼ା ଜବାବ ଦେଇ ଜୟନାରାୟଣ କହିଛନ୍ତି-ଅମିତ ଶାହାଙ୍କ ଗୋଟିଏ ହ୍ବିସଲରେ ବିଜେଡି ଭାଙ୍ଗିଯିବ 

ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ। ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ

ମୁମ୍ବାଇରେ ଦୀପାବଳି ପାଳୁଛନ୍ତି ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନ୍‌ଚେଜ୍ ଓ ତାଙ୍କ ପତ୍ନୀ ବେଗୋନା ଗୋମେଜ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶବ୍ୟାପୀ ସ୍ବାସ୍ଥ୍ୟ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ କାର୍ଯ୍ୟକ୍ରମ । ଭିସିରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆୟୁର୍ବେଦ ଦିବସ ଆଜି ବିଶ୍ବର ୧୫୦ରୁ ଊର୍ଦ୍ଧ୍ବ ଦେଶରେ ପାଳିତ ହେଉଛି । ଆମ ଦେଶର ପ୍ରାଚୀନ ଅନୁଭବ ଆଜି ବିଶ୍ବରେ ପ୍ରଚାରିତ ହେଉଛି’

ଦିଲ୍ଲୀ ଗାଜିଆବାଦ କୋର୍ଟରେ ପୋଲିସର ଲାଠିମାଡ଼ । ଶୁଣାଣି ବେଳେ ବିଚାରପତି ଓ ଆଇନଜୀବୀଙ୍କ ମଧ୍ୟରେ ଯୁକ୍ତିତର୍କ, ଯୁକ୍ତିତର୍କ ନିୟନ୍ତ୍ରଣ ବାହାରକୁ ଯିବାରୁ ପୋଲିସର ଲାଠିମାଡ଼

ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନତେରାସ୍ । ପରଂପରା ବଜାୟ ରଖିବାକୁ ସୁନା କିଣୁଛନ୍ତି ଗ୍ରାହକ । ଚଳିତ ବର୍ଷ ଅପେକ୍ଷାକୃତ ଉଚ୍ଚା ରହିଛି ଦର । ବିଭିନ୍ନ ଗହଣା ଦୋକାନରେ ମନଲୋଭା ଅଫର୍

ଆସନ୍ତାକାଲି ଶ୍ରୀଜିଉଙ୍କ ବନକ ଲାଗି ନୀତି । ନୀତି ପାଇଁ ୫ ଘଣ୍ଟା ଦର୍ଶନ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି, ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ

ଓଡ଼ିଶାକୁ ୫ଟି ବାଘୁଣୀ ଆସିବେ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଖୁବ୍ କମ୍ ଦିନ ଭିତରେ ମହାରାଷ୍ଟ୍ରରୁ ଓଡ଼ିଶାକୁ ବାଘୁଣୀ ଆସିବେ, ଶିମିଳିପାଳରେ ଏବେ ୪୦ ବାଘ ଅଛନ୍ତି, ବଂଶ ବିସ୍ତାର ପାଇଁ ଅଣାଯିବ
 

Sponsored
Speed 10 : ଆଜିର ଅପଡେଟ୍‌ ଖବର | Argus News