Speed 10 : ଅପଡେଟ୍ ଖବର ପାଇଁ ସ୍କ୍ରୋଲ କରନ୍ତୁ

ଅର୍ଗସ ବ୍ୟୁରୋ: ୩ୟ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଖୁବଶୀଘ୍ର ଘୋଷଣା ହେବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ଗୁରୁତ୍ବପୂର୍ଣ୍ଣ ସୂଚନା
ଓଡ଼ିଶାର ବିଭିନ୍ନ ବାଟାଲିଅନରେ କନଷ୍ଟେବଲ୍/ସିପାହୀ ନିଯୁକ୍ତି ପ୍ରସଙ୍ଗ । ଆବେଦନ ପାଇଁ ଆଜି ଥିବା ଶେଷ ତାରିଖକୁ ବୃଦ୍ଧି କଲେ ହାଇକୋର୍ଟ, ନଭେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ କରିପାରିବେ କହିଲେ ହାଇକୋର୍ଟ । ଗତ ୬ ବର୍ଷ ନିଯୁକ୍ତି ବନ୍ଦ ଥିବାରୁ ମାମଲା ହାଇକୋର୍ଟ ଯାଇଛି
ନଭେମ୍ବରରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା,୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରି କାର୍ଡ ଦିଆଯିବ କହିଲେ ମନ୍ତ୍ରୀ
ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ; ୨ କୋଟି ଟଙ୍କା ଦିଅ ନହେଲେ ମାରିବାକୁ ଦିଆଗଲା ଧମକ
📱 Get Argus News App
✨ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁ ଅପସାରଣ । ନିରପେକ୍ଷ ତଦନ୍ତ ପାଇଁ ବ୍ଲକ ଅଫିସ୍ରୁ ଅପସାରଣ କରାଗଲା, ଅପସାରଣ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟୁଇଟ୍
ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବାକୁ ନିୟମ ଆଣିବେ ସରକାର । ଖୁବ୍ଶୀଘ୍ର ନିୟମ ଆସିବା ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା, ଖୁବ୍ଶୀଘ୍ର ଯାତ୍ରା ମାଲିକଙ୍କ ସହ ଆଲୋଚନା କରି ନିୟମ ଆସିବ । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବାକୁ ମାଲିକମାନଙ୍କୁ ପରାମର୍ଶ
ବିଜେଡିରୁ ଇସ୍ତଫା ଦେବା ପରେ ସୁନନ୍ଦା ଦାସଙ୍କ ବିସ୍ଫୋରକ ବୟାନ । ‘ତତ୍କାଳୀନ ବିଜେଡି ସାଂଗଠନିକ ସମ୍ପାଦକଙ୍କ ନାଁ ନନେଇ ବର୍ଷିଲେ ସୁନନ୍ଦା । ବିଜେଡି ପରାଜୟର ଗୋଟି ଗୋଟି କାରଣ କହିଲେ ସୁନନ୍ଦା
ଆଉ ଦିନକ ପରେ ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଏବେ ବାଣ ଦୋକାନରେ ପ୍ରବଳ ଭିଡ଼। ରାଜଧାନୀ ଭୁବନେଶ୍ବ, କଟକ, ବ୍ରହ୍ମପୁର, ଜଟଣୀ ସମେତ ବିଭିନ୍ନ ସ୍ଥାନରେ ବାଣ ବିକ୍ରି ହେଉଛି
୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ : ନଭେମ୍ବର ୧ରୁ ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ ରହିଲା
୮୪୩ ଜଣ ଟ୍ୟାଗ ଅଫିସରଙ୍କ ଦରମା ବନ୍ଦ । ପିଏମ୍ ଆବାସ ନିର୍ମାଣରେ ବିଳମ୍ବ ନେଇ ଦରମା ବନ୍ଦ, ଅକ୍ଟୋବର ମାସରୁ ଦରମା ବନ୍ଦ ପାଇଁ BDOଙ୍କୁ ନିର୍ଦ୍ଦେଶ । BDOଙ୍କୁ ନିର୍ଦ୍ଦେଶ ଦେଲେ ମୟୂରଭଞ୍ଜ ଜିଲ୍ଲାପାଳ