ସଂକ୍ଷପରେ ପଢ଼ନ୍ତୁ ଦିନର ୧୦ ବଡ଼ ଖବର

(1) କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା... କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଜାତୀୟ ମାନବାଧିକାର ଆୟୋଗ... ୪ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ...
(2) ବିଧାନସଭାରେ ହଟିଲା ଅଚଳାବସ୍ଥା... ପ୍ରଶ୍ନକାଳରେ ହେଲା ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ଆଲୋଚନା... ସେପଟେ ନିଲମ୍ବନ ପରେ ବି ଗୃହ ବାହାରେ ଘଣ୍ଟ ପିଟା ଜାରି ରଖିଛନ୍ତି କଂଗ୍ରେସ ସଦସ୍ୟ....
(3) ଓଡ଼ିଶା ହେବ ଶିଳ୍ପ ହବ୍... ୪୦ତମ ହାଇଲେଭଲ କ୍ଲିଏରାନ୍ସ ଅଥରିଟି ବୈଠକରେ ୧୦ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ... ୧ କୋଟି ୬୫ ଲକ୍ଷ ୩୦୩ କୋଟି ଟଙ୍କା ପୁଞ୍ଜି ନିବେଶ... ମିଳିବ ୫୧ ହଜାରରୁ ଅଧିକଙ୍କୁ ନିଯୁକ୍ତି...
(4) ଭୁବନେଶ୍ଵର ପାତ୍ରପଡ଼ାରୁ ଗୋରୁ ଗାଡି ଜବତ... ପିଛା କରି ଧରିଲେ ଗୋ-ସେବକ... ଗାଡ଼ି ଛାଡ଼ି ଡ୍ରାଇଭର ଫେରାର୍... ଗାଡ଼ିରେ ୧୩ରୁ ଅଧିକ ଗୋରୁ ଥିବା ସୂଚନା...
📱 Get Argus News App
✨
(5) ଗୁଳିମାଡ଼ରେ ଥରିଲା ଷ୍ଟିଲ୍ ସିଟି ରାଉରକେଲା... ରଘୁନାଥପାଲି ଥାନା ଦେଓଗାଁର ଏକ ଢ଼ାବା ନିକଟରେ ଗୁଳିକାଣ୍ଡ... ଦୁଇ ଗୋଷ୍ଠୀର ବଚସା ପରେ ଗୁଳିମାଡ଼... ପୋଲିସରେ ୨ ଅଟକ...
(6) ଏମିତି ବି ଆସେ ମୃତ୍ୟୁ... ଆଖି ଆଗରେ ଘର ସହ ଜଳିଗଲେ ୪ ଗାଈ... ସହି ନ ପାରି ହୃଦ୍ଘାତରେ ଟଳି ପଡ଼ିଲେ ମାଲିକ... ଏରସମା ଲୁଣିପୋଖରୀ ଗାଁର ଘଟଣାକୁ ଜଗତସିଂହପୁର ଜିଲ୍ଲା ସାରା ଚର୍ଚ୍ଚା ...
(7) କାଳବୈଶାଖୀ ପ୍ରଭାବ କମିବା ପରେ ରାଜ୍ୟରେ ଉପରମୁହାଁ ପାରଦ... ସର୍ବୋଚ୍ଚ ଦିନ ତାପମାତ୍ରା ୪୧ ଡିଗ୍ରୀ ପାର୍... ପାଣିପାଗ ବିଭାଗର ଆକଳନ... ଆଉ ୨ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା... ୩୦ ଯାଏଁ ୟେଲୋ ଆଲର୍ଟ...
(8) ମୟୂରଭଞ୍ଜ କପ୍ତିପଦା ସୋନ ପୋଲରେ ଦୁର୍ଘଟଣା... ଭାରସାମ୍ୟ ହରାଇ ପୋଲରୁ ଖସିଲା ଆମ୍ବୁଲାନ୍ସ... ଗଛରେ ଝୁଲି ରହିବାରୁ ଅଳ୍ପକେ ବର୍ତ୍ତିଲେ ୩ କର୍ମଚାରୀ... ରୋଗୀ ଛାଡ଼ି ଫେରୁଥିବା ବେଳେ ଅଘଟଣ...
(9) ଇପିଏଫ୍ ଆଣୁଛି ନୂଆ ସୁବିଧା... ଏପ୍ରିଲ୍ ପହିଲାରୁ ମିଳିବ ଫଟାଫଟ୍ ସେବା... କ୍ଲେମ୍ ସେଟେଲମେଣ୍ଟ ବାଲାନ୍ସ ଟ୍ରାନ୍ସଫର ପାଇଁ ଲାଗିବ କମ୍ ସମୟ...
(10) ଜମ୍ମୁ ଓ କାଶ୍ମୀର କଠୁଆରେ ସେନାର ବଡ଼ ଧରଣର ଅପରେସନ୍... ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ... ଏବେ ବି ତିନିରୁ ଚାରି ଆତଙ୍କବାଦୀ ଛପି ରହିଥିବା ସନ୍ଦେହ... ଗୁଳି ବିନିମୟରେ ୪ ପୋଲିସ ସହିଦ...