ସକାଳୁ ଏଯାଏଁ କଣ ରହିଛି ଅପଡେଟ୍ ଖବର , ଜାଣିଛନ୍ତି କି ?

ଆଜି ମହାନବମୀ । ସଂଧ୍ୟା ହେଲେ ମଣ୍ଡପରେ ଲାଗୁଛି ପ୍ରବଳ ଭିଡ଼, ଆସନ୍ତାକାଲି ରାବଣ ପୋଡି ପାଇଁ ଜୋରଦାର ପ୍ରସ୍ତୁତି । କଟକର ଆକର୍ଷଣ ସୁନା-ଚାନ୍ଦି ମେଢ, ଭୁବନେଶ୍ଵରର ଆକାଶ ଉଚ୍ଚା ତୋରଣ
କଟକର ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରତାପନଗରୀ ପୂଜା ମଣ୍ଡପରୁ ମା'ଙ୍କ ଦର୍ଶନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, କାଲି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କ ଦର୍ଶନ କରିଥିଲେ
ତାମିଲନାଡୁରେ ମହୀଶୂର-ଦରଭଙ୍ଗା ଏକ୍ସପ୍ରେସ ଦୁର୍ଘଟଣା । ମାଲଗାଡ଼ି-ବାଗମତି ସୁପରଫାଷ୍ଟ ଏକ୍ସପ୍ରେସ ଧକ୍କା । ଦୁର୍ଘଟଣା ପରେ ୩ଟି ବଗିରେ ନିଆଁ ଲାଗିଥିବା ସୂଚନା, ବଗମତି ଏକ୍ସପ୍ରେସର ୬ଟି ବଗି ଲାଇନଚ୍ୟୁତ
ମହାନଦୀରେ ବୁଡ଼ି ନିଖୋଜ ଥିବା ୨ ନାବାଳକ ମୃତ । ସମଲେଶ୍ୱରୀ ଘାଟରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ, ଶୁକ୍ରବାର ମହାନଦୀ ସଡ଼କ ଘାଟରେ ବୁଡ଼ି ଯାଇଥିଲେ ୨ ନାବାଳକ
📱 Get Argus News App
✨ନ୍ୟୁଜିଲାଣ୍ଡ ବିପକ୍ଷ ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ । ୧୫ ଜଣିଆ ଦଳର ଅଧିନାୟକ ରୋହିତ, ବୁମ୍ରା ଉପଅଧିନାୟକ
ଯୁଦ୍ଧର ଘନଘଟା ଭିତରେ ରୁଷିଆର ରାଷ୍ଟ୍ରପତି ପୁତିନଙ୍କୁ ଭେଟିଲେ ଇରାନ ରାଷ୍ଟ୍ରପତି, ମଧ୍ୟପ୍ରାଚ୍ୟର ସାଂପ୍ରତିକ ସ୍ଥିତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା
କାଲି ସିକ୍କିମର ଗାଙ୍ଗଟକ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଯବାନଙ୍କ ସହ ପାଳିବେ ବିଜୟା ଦଶମୀ
ଓଡ଼ିଶାରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ : ୨ ଦିନ ମଧ୍ୟରେ କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ସମ୍ଭାବନା, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ
ତ୍ରିଚି ବିମାନବନ୍ଦରରେ ଟଳିଲା ବଡ଼ ବିପଦ । ସୁରକ୍ଷିତ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ତାମିଲନାଡୁ ତିରୁଚିରାପଲ୍ଲୀ ଆକାଶରେ ଘୂରି ବୁଲୁଥିଲା ବିମାନ, ବିମାନରେ ଥିଲେ ୧୪୧ ଯାତ୍ରୀ, ହୋଇପାରୁ ନଥିଲା ଅବତରଣ । ଲ୍ୟାଣ୍ଡିଂ ଗିୟରରେ ତ୍ରୁଟି ଯୋଗୁଁ ହୋଇପାରୁନଥିଲା ଅବତରଣ
୧୫ରେ ସିଏମ ଭାବେ ଶପଥ ନେଇପାରନ୍ତି ନାଏବ ସିଂହ ସାଇନି, ସାମିଲ ହେବେ ମୋଦି