Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Speed10 : ପୁରା ଦିନର ଅପଡେଟ୍‌ ଖବର

Odisha

Speed10 : ପୁରା ଦିନର ଅପଡେଟ୍‌ ଖବର

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed10 :  ପୁରା ଦିନର ଅପଡେଟ୍‌ ଖବର

ଅର୍ଗସ ବ୍ୟୁରୋ: ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ସୁରକ୍ଷା ହ୍ରାସ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । କହିଲେ, ‘ସେମାନେ ଯେଉଁ ଅନ୍ୟାୟ, ଅତ୍ୟାଚାର କରିଛନ୍ତି, ସେଥିପାଇଁ ମନରେ ଭୟ । ଲୋକମାନେ କାଳେ କିଛି କରିଦେବେ, ସେଥିପାଇଁ ସୁରକ୍ଷା ନେଇଛନ୍ତି । ମୁଁ ବିରୋଧୀଦଳ ନେତା ଥିଲା ବେଳେ ସୁରକ୍ଷା ନେଇ ନ ଥିଲି’

ନବୀନଙ୍କ ସହ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପ୍ରସଙ୍ଗ । ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ମନ୍ତବ୍ୟ । ଏହା ଏକ ରେଗୁଲାର ପ୍ରୋସେସ୍‌ ବୋଲି କହିଲେ ପୋଲିସ ଡିଜି । ସମୟ ଅନୁସାରେ ରାଜ୍ୟସ୍ତରୀୟ କମିଟି ଏହାକୁ ରିଭ୍ୟୁ କରେ । କମିଟି ନିଷ୍ପତ୍ତି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ବୋଲି କହିଲେ ଡିଜିପି

ଇସ୍କନର ଅଦିନିଆ ରଥଯାତ୍ରା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଇସ୍କନ ରଥଯାତ୍ରା ବନ୍ଦ ପାଇଁ ଆମେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲୁ

ଭୁବନେଶ୍ବରରେ ‘ମୋ ବସ୍ ’ ଧକ୍କାରେ ୨ ଜଣ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା। ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ପାଖରେ ଏହି ଦୁର୍ଘଟଣା ହୋଇଛି। ଜଣେ ଯୁବତୀଙ୍କ ହାତ ଉପରେ ବସ୍ ମାଡ଼ି ଯାଇଥିବା ସୂଚନା ମିଳିଛି

କାଲି ସୁଦ୍ଧା ଆସିବ ବାତ୍ୟା ‘ଦାନା’ କ୍ଷୟକ୍ଷତି ଚୂଡ଼ାନ୍ତ ରିପୋର୍ଟ । ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟ ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଗ୍ୟାସ୍‌ ଟାଙ୍କି ଫାଟି ଘର ଛାରଖାର; ବର୍ତ୍ତିଗଲେ ପରିବାର । ପରଜଙ୍ଗ ଥାନା ଆମ୍ବପଣସ ଗାଁରେ ଘର ଭିତରେ ଫାଟିଲା ଟାଙ୍କି । ଆଗୁଆ ଆଭାସ ପାଇ ଘରୁ ପରିବାର ବାହାରି ଆସିଥିବାରୁ ବର୍ତ୍ତିଗଲେ

ଯାଜପୁରର ଗଣପର୍ବ କାଳୀପୂଜା । ସହରରେ ୪୩ ମଣ୍ଡପରେ ଚାଲିଛି ମାଆ ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣଙ୍କ ପୂଜା, ସନ୍ଧ୍ୟା ନଇଁଲେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ନନ୍ଦନକାନନରେ ଜନ୍ମ ନେଲେ ୪ ବାଘ ଶାବକ ।  ତୃତୀୟ ଥର ପାଇଁ ମା' ହେଲା ବାଘୁଣୀ ରୂପା । କ୍ରୀଷ୍ଣା ଓ ରୂପାର ମିଳନରେ ଜନ୍ମ ନେଲା ଶାବକ, ସିସିଟିଭି ନଜରରେ ବାଘୁଣୀ ରୂପା ଓ ୪ ଶାବକ

୭ ଦିନିଆ ଲଣ୍ଡନ ଗସ୍ତରେ ଗଲେ ଉପମୁଖ୍ୟମନ୍ତ୍ରୀ । ଲଣ୍ଡନରେ ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଯୋଗ ଦେବେ । ପର୍ଯ୍ୟଟନ ସଚିବ, ଉନ୍ନୟନ କମିଶନର ବି ଲଣ୍ଡନ ଗଲେ । ଲଣ୍ଡନରେ ଓଡ଼ିଆ ଓ ପ୍ରବାସୀ ଭାରତୀୟଙ୍କୁ ଭେଟିବେ
 

Education Next Season 5
Sponsored
Speed10 | Argus News