କାଙ୍କଡ଼ ଚାଷୀଙ୍କ ଦୁଃଖ, ଉତ୍ପାଦନ ହେଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ କାଙ୍କଡ଼

Key Points
ଦୁର୍ଗମରେ କାଙ୍କଡ଼ ଚାଷୀଙ୍କ ଦୁଃଖ
ଉତ୍ପାଦନ ହେଉଛି କୁଇଣ୍ଟାଲ କୁଇଣ୍ଟାଲ କାଙ୍କଡ଼
ମିଳୁନି ଉଚିତ ଦର, ମୁହଁ ଫେରାଉଛନ୍ତି ଚାଷୀ
କମ୍ ଦରରେ କିଣି ମାଲାମାଲ ହେଉଛନ୍ତି ଦଲାଲ
ମାର୍କେଟରେ କକାଙ୍କଡ଼ର ଚାହିଦା ଅନେକ । ହେଲେ ନୂଆପଡ଼ା ସିନାପାଲି ବ୍ଲକ ଦୁର୍ଗମ ସୀମାନ୍ତରେ ଦୁଃଖ ଦେଉଛି କାଙ୍କଡ଼ ଚାଷ l ନଙ୍ଗଳବୋର୍ଡ଼, ତାଲାକୋଟ, ଭୁଲିଆଭଟା, ଟଙ୍କାମାଲ, ରଜାମୁଡ଼ା ଆଦି ଅଞ୍ଚଳରେ ଉତ୍ପାଦନ ହେଉଛି କୁଇଣ୍ଟାଲ କୁଇଣ୍ଟାଲ କାଙ୍କଡ଼ । ପଥୁରିଆ ମାଟି, ଜମି ହୁଡ଼ା, ପଡ଼ିଆ ଜମିରେ ବର୍ଷ ବର୍ଷ ଧରି କାଙ୍କଡ଼ ଚାଷ କରି ଆସୁଛନ୍ତି ଚାଷୀ l ବଜାରରେ ଏହାର ଚାହିଦା ରହିଥିବା ବେଳେ କମ ଦରରେ କାଙ୍କଡ଼ ବିକ୍ରି କରି କ୍ଷତି ସହୁଛନ୍ତି ଅନେକ ଚାଷୀ l ଉପଯୁକ୍ତ ବଜାର ବ୍ୟବସ୍ଥାନ ଥିବାରୁ ପାହାଡି ଇଲାକାର ଚାଷୀଙ୍କୁ ଭୁଆଁ ବୁଲାଇ କମ ଦରରେ କିଣି ମାଳେମାଲ ହେଉଛନ୍ତି ସୀମାନ୍ତ ଛତିଶଗଡ଼ର ଦଲାଲ l
ଏହି ଅଞ୍ଚଳରୁ ଚାଷୀଙ୍କ ଠାରୁ ଦଲାଲ ମାନେ ମାତ୍ର ୪୦ ଟଙ୍କାରେ କାଙ୍କଡ଼ କିଣି ଦୈନିକ ବଜାରରେ ୧୫୦ ଟଙ୍କାରେ ବିକ୍ରି କରୁଥିବା ମଧ୍ୟ ନଜିର ରହିଛି । ଚାଷ ପ୍ରତି କୌଣସି ସରକାରୀ ପ୍ରୋତ୍ସାହନ ନ ଥିବାରୁ ଚାଷୀ ଏବେ ଧୀରେ ଧୀରେ କାଙ୍କଡ଼ ଚାଷରୁ ମୁହଁ ଫେରାଉଛନ୍ତି l କାଙ୍କଡ଼ ଚାଷର ଠିକ ଦର, ବଜାର ବ୍ୟବସ୍ଥା ଏବଂ ସରକାରୀ ସହାୟତା ପାଇଁ ସେମାନେ ଦାବି କରିଛନ୍ତି ।
ବଜାରରେ ବେଶ ଚାହିଦା ଥିବା କାଙ୍କଡ଼ ଏବେ ଚାଷୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି l ସରକାରୀ ସ୍ତରରେ ଚାଷୀଙ୍କ ପାଇଁ ବ୍ୟବସ୍ଥା କଲେ ଚାଷୀ ଆହୁରି ଉପକୃତ ହୁଅନ୍ତେ ।