Videos
|
Odisha

ଦେବ ଦେବ ମହାଦେବଙ୍କୁ ଜଳ ଲାଗି କରିବାକୁ ଶୈବପୀଠରେ କାଉଡିଆଙ୍କ ଭିଡ

Smruti Parija
Browse all articles by Smruti Parija
·2 years ago·1 min read
ଦେବ ଦେବ ମହାଦେବଙ୍କୁ ଜଳ ଲାଗି କରିବାକୁ ଶୈବପୀଠରେ କାଉଡିଆଙ୍କ ଭିଡ

ଭୁବନେଶ୍ୱର:  ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳ ଲାଗି କରିବାକୁ ହଜାର ହଜାର ଭକ୍ତ ଶୈବପୀଠରେ ପହଞ୍ଚୁଛନ୍ତି । ଚଳିତବର୍ଷ ଶ୍ରାବଣ ମାସର ଆରମ୍ଭ ସୋମବାର ଏବଂ ଏହାର ଶେଷ ମଧ୍ୟ ସୋମବାର ଦିନ ପଡୁଛି । ଏଭଳି ଦୁର୍ଲ୍ଲଭ ସଂଯୋଗ ୭୨ ବର୍ଷ ପରେ ହେବାକୁ ଯାଉଛି ବୋଲି କୁହାଯାଉଛି । 

ଗତକାଲିଠାରୁ ଶୈବ ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଥିଲେ କାଉଡିଆ । ଧବଳେଶ୍ବର, ସିଦ୍ଧେଶ୍ୱର, କପିଳାସ, ଲିଙ୍ଗରାଜ, ଆରଡି ଅଭିମୁଖେ ଯାତ୍ରା କରୁଛନ୍ତି କାଉଡିଆ । ମହାନଦୀ ଓ କାଠଯୋଡି ନଦୀରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 24 ଘଣ୍ଟା ସଜାଗ ରହିବେ ଅଗ୍ନିଶମ ବାହିନୀ । ପ୍ରସ୍ତୁତ ରହିଛି ବୋଟ୍ । ଯେଉଁଠି ଗଭୀରତା ରହିଛି ସେଠି ବୁଡ ନପକାଇବାକୁ ଶ୍ରଦ୍ଧାଳୁଙ୍କୁ ସଚେତନ କରିଛନ୍ତି କର୍ମଚାରୀ ।  

କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, କ୍ରାଉଡ଼ ମ୍ୟାନେଜମେଣ୍ଟ, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରିଛି କମିଶନରେଟ ପୋଲିସ। ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ୨୬ ଟି ସ୍ଥାନରେ ୨ ଜଣ ଅତିରିକ୍ତ ଡିସିପି, ୪ ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବଇନ୍ସପେକ୍ଟର ଓ ଏଏସଆଇଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ହେବେ । ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ମୋବାଇଲ ପେଟ୍ରୋଲିଂ ଟିମ, ପିସିଆର ରହିବ । ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକ ମାନଙ୍କରେ ଫାଷ୍ଟଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
sravana-month-first-somvar | Argus News