Videos
|
Odisha

ସକ୍ରିୟ ରାଜନୀତିରୁ ଦୂରେଇ ଥିବା ଶ୍ରୀମୟୀ ଏବେ ହଠାତ ଏମିତି ଲେଖିଲେ କାହିଁକି?

Priyanka Panda
Browse all articles by Priyanka Panda
·1 year ago·2 min read
ସକ୍ରିୟ ରାଜନୀତିରୁ ଦୂରେଇ ଥିବା ଶ୍ରୀମୟୀ ଏବେ ହଠାତ ଏମିତି ଲେଖିଲେ କାହିଁକି?

Key Points

ବିଜେଡିରେ ଧୃତରାଷ୍ଟ୍ରକିଏ?
କିଏ କଲା ଶ୍ରୀମୟୀଙ୍କୁ ଅପମାନ?
କାହାକୁ ଇଙ୍ଗିତ କରିଛନ୍ତି ଶ୍ରୀମୟୀ ?

ଟିକେ ଭଲ କରି ଦେଖନ୍ତୁ ଫେସବୁକରେ ଶ୍ରୀମୟୀ ମିଶ୍ର ଲେଖିଥିବା ଏ ଲେଖାକୁ । ମହାଭାରତର କରୁସଭା କଥା ଲେଖି ବିଜେଡିକୁ ସିଧାସିଧା ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ । ଚର୍ଚ୍ଚା ହେଉଛି ଶ୍ରୀମୟୀ ନବୀନଙ୍କୁ ନେତ୍ରହୀନ ଓ ପୁତ୍ର ପ୍ରେମୀ ଧୃତରାଷ୍ଟ୍ର କହିବା ସହ ପାଣ୍ଡିଆନଙ୍କୁ ଦୁର୍ଯ୍ୟେଧନ ବୋଲି ଦର୍ଶାଇଛନ୍ତି । ତେବେ ୨୦୨୪ ସାଧାରଣ ନିର୍ବାଚନ ବେଳେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଭାବରେ ଶ୍ରୀମୟୀଙ୍କୁ ପ୍ରୋଜେକ୍ଟ କରିଥିଲା ବିଜେଡ଼ି । କିନ୍ତୁ ଶେଷ ମୁହୁର୍ତ୍ତରେ ଘୋଷଣା ହୋଇଥିଲା ମନ୍ମଥ ରାଉତରାୟଙ୍କ ନାଁ ।


ଆଉ ଏହା ପରଠୁ ଦଳରୁ ନିଜକୁ ଦୂରେଇ ରଖିଥିଲେ ଶ୍ରୀମୟୀ ମିଶ୍ର । ସକ୍ରିୟ ରାଜନୀତିରୁ ଦୂରେଇ ଥିବା ଶ୍ରୀମୟୀ ଏବେ ହଠାତ ଫେସବୁକରେ ଏହି ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲୋଚନା । କୁହାଯାଉଛି ବିଜେଡି ତାଙ୍କ ସହ କିଛି ବିଚାରବିମର୍ଶ ନକରି ଶେଷ ମୁହୁର୍ତ୍ତରେ ତାଙ୍କ ନାଁ କାଟିଥିଲା । ଯାହାକୁ ନେଇ ଏବେ ଅନେକ ଦିନ ପରେ ପରୋକ୍ଷ ଭାବରେ ମୁହଁ ଖୋଲିଛନ୍ତି ଶ୍ରୀମୟୀ । ଆଉ ଟାର୍ଗେଟ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀମୟୀ ଲେଖିଛନ୍ତି ପୁତ୍ର ପ୍ରେମରେ ଅନ୍ଧ ହୋଇ ଦିନେ ଦ୍ରୌପଦୀଙ୍କ ସହ ହୋଇଥିବା ଅନ୍ୟାୟ ଓ ଅପମାନକୁ ରୋକିବାକୁ ଚେଷ୍ଟା କରିନଥିଲେ ଧୃତରାଷ୍ଟ୍ର । ବିଶେଷ କରି ଦୁର୍ଯ୍ୟେଧନ ପ୍ରୀତି ତାଙ୍କୁ ନୀରବ ରହିବାକୁ ପ୍ରଭାବିତ କରିଥିଲା । ବୁଝିବା ଲୋକ ଏହାର ଅର୍ଥ ବାହାର କରି କହୁଛନ୍ତି କୁଆଡ଼େ ସାଂସଦ ପ୍ରାର୍ଥୀ ତାଲିକାରୁ ଶ୍ରୀମୟୀଙ୍କ ନାଁ କାଟି ତାଙ୍କୁ ଅପମାନ ଦେଇଥିଲା ବିଜେଡି । ଆଉ ଦଳର ଅଧ୍ୟକ୍ଷ ନବୀନଙ୍କ ପାଣ୍ଡିଆନ ପ୍ରେମ ହିଁ ତାଙ୍କୁ ଚୁପ ରହିବାକୁ ବାଧ୍ୟ କରିଥିଲା ବୋଲି କହିଛନ୍ତି ଶ୍ରୀମୟୀ ।

ଗତ କିଛିଦିନ ହେବ ବିଜେଡିରେ ବଢ଼ିଛି ଦଳୀୟ କନ୍ଦଳ । ନବୀନ ଅସୁସ୍ଥ ଥିବା ବେଳେ ଦଳର ବରିଷ୍ଠ ନେତା ମାନହ୍କୁ ଧମକାଇବା ଆରମ୍ଭ କରିଦେଇଥିଲେ ପାଣ୍ଡିଆନ ଦମ୍ପତ୍ତି । ଯାହା ବିରୋଧରେ ଏବେ ଧୀରେଧୀରେ ବଡ଼ ବଡ଼ ନେତା ମାନେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଅଶୋକ ପଣ୍ଡା, ଦେବାଶିଷ ସାମନ୍ତରାୟ, ରାଜା ସ୍ବାଇଁ ଓ ଅରୁଣ ସାହୁ ଏବେ ସର୍ବ ସମ୍ମୁଖରେ ପାଣ୍ଡିଆନଙ୍କ ବିରୋଧରେ କହିବା ଆରମ୍ଭ କରିଛନ୍ତି । ଆଉ ଏବେ ଶ୍ରୀମୟୀ ବି ସାଧାରଣ ନିର୍ବାଚନ ସମୟରେ ପାଣ୍ଡିଆନଙ୍କ ପାଇଁ ତାଙ୍କ ସହ ହୋଇଥିବା ଅନ୍ଯାୟ ବିରୋଧରେ ପରୋକ୍ଷରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଆଉ ଦଳର ସୁପ୍ରିମୋଙ୍କୁ ହିଁ ନିଜ ଲେଖା ମାଧ୍ଯରେ ପୁତ୍ର ପ୍ରେମୀ ଧୃତରାଷ୍ଟ୍ର ବୋଲି କହିଥିବା ଚର୍ଚ୍ଚା ହେଉଛି...