Videos
|
Odisha

ସାମ୍ୱାଦିକା ମୃତ: ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କଲା ପୋଲିସ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସାମ୍ୱାଦିକା ମୃତ:  ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କଲା ପୋଲିସ

ଅର୍ଗସ ବ୍ୟୁରୋ: ସାମ୍ୱାଦିକାଙ୍କ ଆତ୍ମହତ୍ୟା ଘଟଣା। ଏହି ଘଟଣାରେ ବନ୍ଧା ହେଲେ ସ୍ୱାମୀ ଶ୍ରୀଧର ଜେନା। ପୋଲିସ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି।ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ ସାମ୍ବାଦିକା। ବାପୁଜୀନଗର ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ GRP ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି। ସାମ୍ବାଦିକା ମଧୁମିତା ପରିଡା ଅଳ୍ପ ଦିନ ହେବ ବିବାହ କରିଥିଲେ। କେଉଁ କାରଣରୁ ଜୀବନ ହାରିଲେ ସେନେଇ ତଦନ୍ତ କରୁଛି ପୋଲିସ। ତେବେ ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡ଼ିଆରେ ଭିଡିଓ ସେୟାର କରିଥିଲେ ମଧୁମିତା। ଯାହାକି ଏବେ ଭାଇରାଲ ହେଉଛି। ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। 

ସେ କହିଛନ୍ତି ଯେ,  ମୋ ସ୍ୱାମୀ ମୋତେ ଧୋକା ଦେଉଛନ୍ତି। ଆଉ ଜଣଙ୍କ ସହ ସେ ସମ୍ପର୍କରେ ଅଛନ୍ତି। ମୋ ସହ ଆଉ ରହିବେନି ବୋଲି କହୁଛନ୍ତି। ତାଙ୍କୁ ସମସ୍ତେ ବୁଝେଇଲେ ହେଲେ ସେ ବୁଝିଲେନି। ଛୁଟିରେ ରହିଲେ ଆମ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେଉଛି। ଅଫିସ ବି ମୁଁ ଯାଇ ପାରୁନି। ମୋତେ କ୍ଷମା କରିଦେବେ ମୁଁ ଆଉ ସହି ପାରୁନି ବୋଲି ମଧୁମିତା ତାଙ୍କ ଶେଷ ଭିଡିଓରେ କହିଛନ୍ତି। ତେବେ ପୋଲିସ ଆତ୍ମହତ୍ୟାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ : ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sridhar Jena was arrested by the police | Argus News