Srimandir / ଶ୍ରୀମନ୍ଦିରରେ ବଡ଼ ପରିବର୍ତ୍ତନ…ନାଟମଣ୍ଡପରେ ଆରମ୍ଭ ହେଲା AC ଟ୍ରାଏଲ୍
·2 hours ago·2 min read

Key Points
ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଯୋଡ଼ି ହେଲା ନୂଆ ଅନୁଭୂତି
ଶୀତତାପ ନିୟନ୍ତ୍ରିତ ନାଟମଣ୍ଡପ ରେ ନୂଆ ଅନୁଭୂତି ପାଉଛନ୍ତି ଭକ୍ତ
ଶୀତତାପ ନିୟନ୍ତ୍ରିତ ନାଟମଣ୍ଡପ ରେ ନୂଆ ଅନୁଭୂତି ପାଉଛନ୍ତି ଭକ୍ତ
ନାଟମଣ୍ଡପକୁ ଥଣ୍ଡା କରୁଛି ଭି ଆର୍ ଏଫ୍ ସିଷ୍ଟମ। ଗତକାଲି ଠାରୁ ଏହାର ଟ୍ରାଏଲ୍ ରନ୍ ଆରମ୍ଭ ହୋଇଥିବା ବେଳେ ସେବାୟତଙ୍କ ପରାମର୍ଶ କ୍ରମେ ଏଥିରେ ଆବଶ୍ୟକୀୟ ସଂଶୋଧନ ମଧ୍ୟ କରାଯାଇପାରେ କହିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ା। କମ୍ ବିଦ୍ୟୁତ ଶକ୍ତି ଖର୍ଚ୍ଚ ସହ ପ୍ରବଳ ଗୁଳୁଗୁଳିରୁ ମୁକ୍ତି ଦେବ ଏହି ସଚଳ ସିଷ୍ଟମ। ସେପଟେ ଖୁବ୍ ଶୀଘ୍ର ଶୃଙ୍ଖଳିତ ଦର୍ଶନ ପାଇଁ ଖୁବ୍ ଶୀଘ୍ର ଆଇଆଇଟି ଭୁବନେଶ୍ୱର ଦେବ ଡ୍ରଇଂ ଓ ଡିଜାଇନ୍ ।
*ଶୀତତାପ ନିୟନ୍ତ୍ରିତ ହେଲା ଶ୍ରୀମନ୍ଦିର ନାଟମଣ୍ଡପରେ ଦର୍ଶନ।
*ଗତକାଲି ଠାରୁ ନବନିର୍ମିତ ଭି ଆର ଏଫ୍ ସିଷ୍ଟମ ର ହୋଇଛି ଟ୍ରାଏଲ୍ ରନ୍ ।
*ଶ୍ରୀମନ୍ଦିର ଦର୍ଶନ ବେଳେ ଗୁଳୁଗୁଳି ରୁ ମୁକ୍ତି, ଭକ୍ତଙ୍କୁ ମିଳୁଛି ନୂଆ ଅନୁଭୂତି।
*ଶୃଙ୍ଖଳିତ ଦର୍ଶନ ପାଇଁ ଆଇ ଆଇ ଟି ଭୁବନେଶ୍ୱରକୁ ମ୍ୟାଣ୍ଡେଟ ଦିଆଯାଇଥିବା ବେଳେ ଖୁବ୍ ଶୀଘ୍ର ଆଇ ଆଇ ଟି ଦେବ ଡ୍ରଇଂ ଡିଜାଇନ୍
ଶୀତତାପ ନିୟନ୍ତ୍ରିତ ନାଟମଣ୍ଡପରେ ନୂଆ ଦର୍ଶନ ଅନୁଭୂତି ପାଉଛନ୍ତି ଭକ୍ତ ।ଗତକାଲି ଠାରୁ ଏହାର ଟ୍ରାଏଲ୍ ରନ୍ ଆରମ୍ଭ ହୋଇଛି ।ଆବଶ୍ୟକ ପଡ଼ିଲେ ସେବାୟତଙ୍କ ପରାମର୍ଶ କ୍ରମେ ସଂଶୋଧନ ମଧ୍ୟ ହେବ ବୋଲି କହିଛନ୍ତି ଜିଲ୍ଲପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ। ୭୩ ଲକ୍ଷ ୪୪ ହଜାର ବ୍ୟୟ ଅଟକଳରେ ନାଟମଣ୍ଡପରେ ଭିଆରଏଫ୍ ସିଷ୍ଟମ ବା ଭ୍ୟାରିଏବୁଲ ରେଫ୍ରିଜରେଣ୍ଟ ଫ୍ଲୋ, ସଂସ୍ଥାପନ ହୋଇ ଟ୍ରାଏଲ୍ ରନ୍ ହୋଇଛି। ଭିଆରଏଫ୍ ଆରଟଡୋର ୟୁନିଟ୍ଗୁଡ଼ିକ ଷ୍ଟେନଲେସ୍ ଷ୍ଟିଲ୍ ଷ୍ଟ୍ରକଚରରେ ଇନଷ୍ଟଲ ବା ସଂସ୍ଥାପନ କରାଯାଇଛି। ଭିଆରଏଫ୍ ବ୍ୟବସ୍ଥାରେ ଗୋଟିଏ ଦ୍ଵାର ଠାରୁ ବହୁ ଦ୍ଵାର ଥିବା କୋଠା ଭିତରେ ଆବଶ୍ୟକ ଥଣ୍ଡା ପବନ ପ୍ରଦାନ କରିଥାଏ। ଏନର୍ଜି ଏଫିସିଏଣ୍ଟ ଅତ୍ୟାଧୁନିକ ଏୟାର କଣ୍ଡିସନିଂ ଭାବରେ ଅନ୍ୟ ବାତାନୁକୂଳିତ ବ୍ୟବସ୍ଥା ତୁଳନାରେ ୩୦ ପ୍ରତିଶତ କମ୍ ବିଦ୍ୟୁତ୍ ଶକ୍ତି ଖର୍ଚ୍ଚ କରିବ ଏହି ଭିଆରଏଫ। ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ଆଇଆଇଟି ଭୁବନେଶ୍ୱରକୁ ମ୍ୟାଣ୍ଡେଟ ଦିଆଯାଇଅଛି। ଖୁବଶୀଘ୍ର ଆଇଆଇଟି ଏକ ଡ୍ରଇଂ ଡିଜାଇନ୍ ଦେବ। ଏହି ଆଧାରରେ ସେବାୟତଙ୍କ ସହ ପରାମର୍ଶ କରି ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ କହିଛନ୍ତି ଜିଲ୍ଲାପାଳ ।
ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଭିଡ ମଧ୍ୟରେ ଗୁଳୁଗୁଳି ଯୋଗୁ ବଡ଼ଦେଉଳ ନାଟମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ ବେଳେ ଅନେକ ଶ୍ରଦ୍ଧାଳୁ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ଭିଡ଼ ଭିତରେ ଚେତା ହରାଇଲେ ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ପ୍ରାଣ ଚାଲିଯିବାର ଭୟ ରହିଛି। ଶନିବାର, ରବିବାର ସମେତ ସରକାରୀ ଛୁଟି ଦିନମାନଙ୍କରେ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ବଡ଼ଦେଉଳରେ ଶ୍ରଦ୍ଧାଳୁଙ୍କ ଲକ୍ଷାଧିକ ସଂଖ୍ୟାରେ ଭିଡ଼ ହେଉଥିବାରୁ ଏହି ସମସ୍ୟାର ସମାଧାନ ନିମନ୍ତେ ଜଗମୋହନ ଭଳି ନାଟମଣ୍ଡପକୁ ବାତାନୁକୂଳିତା କରିବା ଅପରିହାର୍ଯ୍ୟ ହୋଇପଡ଼ିଥିଲା।
ଏପର୍ଯ୍ୟନ୍ତ ନାଟମଣ୍ଡପରେ ପ୍ରଶାସନିକ ଯୋଜନା ମୁତାବକ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା ଲାଗୁ ହୋଇପାରିଲା ନାହିଁ ।ତେଣୁ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରାଥମିକ ପଦକ୍ଷେପ ସ୍ୱରୁପ ଏହି ଏସି ବ୍ୟବସ୍ଥାକୁ ସେବାୟତ ମାନେ ମଧ୍ୟ ସ୍ୱାଗତ କରିଛନ୍ତି ।ଏଥିସହିତ ଖୁବ୍ ଶୀଘ୍ର ପ୍ରସ୍ତାବିତ ଧାଡ଼ି ଦର୍ଶନ ଲାଗୁ କରିବାକୁ ମଧ୍ୟ ଦାବି ହୋଇଛି। ତେବେ ଏସି ବ୍ୟବସ୍ଥାର ଟ୍ରାଏଲ୍ ରନ୍ ଏକ ପ୍ରକାର ସଫଳ ହୋଇଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ କେବେ ଲାଗୁ ହେବ ବ୍ୟବସ୍ଥା ତାକୁ ହିଁ ଅପେକ୍ଷା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories