|
logo
Live

Argus News - ପ୍ରକଳ୍ପ ଲୋକାର୍ପଣ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର

Odisha

ପ୍ରକଳ୍ପ ଲୋକାର୍ପଣ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର

Smruti Parija
Browse all articles by Smruti Parija
·2 years ago·2 min read
ପ୍ରକଳ୍ପ ଲୋକାର୍ପଣ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର

ପୁରୀ: ବହୁ ପ୍ରତୀକ୍ଷିତ  ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ସହ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦିନ ଧରି ଚାଲୁଥିବା ଯଜ୍ଞ କୁଣ୍ଡରେ ପୂର୍ଣ୍ନାହୂତି ଦେଇ ଗଜପତି ମହାରାଜା କରିବେ ଯଜ୍ଞର ସମାପ୍ତି । ସେଥିପାଇଁ ଶ୍ରୀକ୍ଷେତ୍ରରେ ଖେଳି ଯାଇଛି ଭକ୍ତିମୟ ପରିବେଶ । ବଡ ଦାଣ୍ଡରେ ଭକ୍ତଙ୍କ ପ୍ରବଳ ଗହଳି । ଝିପିଝିପି ବର୍ଷାରେ ପରିକ୍ରମା ପ୍ରକଳ୍ପର ଉଦଘାଟନ ଦେଖିବାକୁ ଲୋକଙ୍କ ମଧ୍ୟରେ ଏକ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । 

ରୁକ୍, ସାମ୍, ଯଜ୍ଜୁ ଓ ଅଥର୍ବ ବେଦ ଧ୍ବନିରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚତୁପାର୍ଶ୍ବ ।  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ମହାଯଜ୍ଞ ଚାଲିଥିବା ବେଳେ ଶ୍ରୀମନ୍ଦିର ଐଶାନ୍ୟ କୋଣ ଯଜ୍ଞ ମଣ୍ଡପରେ ଆଚାର୍ଯ୍ୟ ବ୍ରାହ୍ମଣ ମାନେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି । ବର୍ଷାରେ ଭିଜି ଭିଜି ସଂକୀର୍ତ୍ତନ କରୁଛନ୍ତି ସଂକୀର୍ତ୍ତନ ମଣ୍ଡଳୀ ।

ଆଜି ପୌଷ ଶୁକ୍ଳ ସପ୍ତମୀ ତିଥିରେ ମଧ୍ୟ ଶାସ୍ତ୍ରୀୟ ବିଧି ମୁତାବକସକାଳ ୭ଟା ୩୦ ରୁ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ ସରିବା ପରେ ଅପରାହ୍ନ ୧.୧୫ରୁ ୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଳକ ଉନ୍ମୋଚନ କରିବେ । ଏଥିସହ ୧ଟା ୩୦ ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞର ପୂର୍ଣ୍ଣାହୁତି ସହ ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ପୁରୀ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ

ସେହିପରି ୨ଟା ରୁ ୨ଟା ୩୦ ମଧ୍ୟରେ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଅନୁଷ୍ଠିତ ହେବ। ୨ଟା ୩୦ ରୁ ୩ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାଗୃହରେ ପହଞ୍ଚି ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହା ପୂର୍ବରୁ ସକାଳ ୭ଟା ୩୦ ରୁ ଅପରାହ୍ନ ୧ଟା ମଧ୍ୟରେ ଯଜ୍ଞର ପୂର୍ଣ୍ଣାହୁତି ପାଇଁ ସମସ୍ତ ପୂଜାବିଧି ଯେଭଳି ସମ୍ପନ୍ନ ହୋଇପାରିବ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେପଟେ ଅପରାହ୍ନ 3ଟା ପରଠାରୁ ଭକ୍ତମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିପାରିବେ। ଅନ୍ୟପଟେ ଲୋକାର୍ପଣ ଉତ୍ସବ ପାଇଁ ସମଗ୍ର ଶ୍ରୀକ୍ଷେତ୍ର ସୁରକ୍ଷା ଚାଦର ମଧ୍ୟରେ ରହିଥିବା ବେଳେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଫେସ୍ ରିଡିଙ୍ଗ କ୍ୟାମେରା, K9 ସିକ୍ୟୁରିଟି ସହ ବଛା ବଛା ବରିଷ୍ଠ ପୋଲିସ ଅଧିକାରୀ ମାନେ ସୁରକ୍ଷା ଦାୟିତ୍ବରେ ମୁତୟନ ହୋଇଛନ୍ତି । 

 

Sponsored
ପ୍ରକଳ୍ପ ଲୋକାର୍ପଣ ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର | Argus News