Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratna Bhandar / ଜଗାର କେତେ ସମ୍ପତ୍ତି, ଜାଣିବ ସାରା ଜଗତ !

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ଜଗାର କେତେ ସମ୍ପତ୍ତି, ଜାଣିବ ସାରା ଜଗତ !
Ratna Bhandar

Key Points

ଧାଡ଼ିଦର୍ଶନ ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ବାବଦରେ ଆଲୋଚନା ହେବ ।

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଜପତି ମହାରାଜା ଏହି ବୈଠକକୁ ଅଧ୍ୟକ୍ଷତା କରିବେ । ବୈଠକରେ ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି ଉପରେ ଆଲୋଚନା କରାଯିବ । ଗତ ରତ୍ନଭଣ୍ଡାର ହାଇଲେବୁଲ ମିଟିଂରେ ଅଳଙ୍କାର ଗଣତିମଣତି ଚିଠା ପ୍ରସ୍ତାବ ଆଗତ ହୋଇଥିବା ବେଳେ ଶୁଭ ମୁହୁର୍ତ୍ତ ମଧ୍ୟ ବୈଠକରେ ବାହାରିବ ।

ଆଜି ପରିଚାଳନା କମିଟି ବୈଠକରେ ଏହି ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ସେପଟେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ବିଶେଷ ଆଲୋଚନା କରାଯିବ। ଶ୍ରୀମନ୍ଦିର ଆଇନରେ ପ୍ରଚଳିତ ନିୟମ ଅନୁଯାୟୀ କଠୋର ଦଣ୍ଡବିଧାନ ନାହିଁ । ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହା ସହ ଧାଡ଼ିଦର୍ଶନ ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ସହ ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ହେବ ଆଲୋଚନା ।

୪୬ ବର୍ଷ ପରେ ପ୍ରଥମ ଥର ପାଇଁ ଗତ ବର୍ଷ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିଥିଲା। ପରବର୍ତ୍ତୀ ସମୟରେ ରତ୍ନ ସ୍ଥାନାନ୍ତର ହୋଇ ସୁରୁଖୁରୁରେ ଭଣ୍ଡାର ମରାମତି ହେଲା। ସେପ୍ଟେମ୍ବର ୨୩ରେ ପୁଣି ରତ୍ନଭଣ୍ଡାରକୁ ଅଳଙ୍କାର ଫେରିଲା। ହେଲେ ୟା ଭିତରେ ଅଳଙ୍କାର ସ୍ଥାନାନ୍ତରଣକୁ ୩ ମାସ ବିତି ସାରିଥିଲେ ବି ଗଣତି ମଣତି କେବେ ଆରମ୍ଭ ହେବ ତାକୁ ନେଇ ସସପେନ୍ସ ହଟୁନି ।

ତଦାରଖ କମିଟି ବୈଠକର ନିଷ୍ପତ୍ତି ମୁତାବକ ୩ଟି ପର୍ଯ୍ୟାୟରେ ମହାପ୍ରଭୁଙ୍କର ରତ୍ନ ଅଳଙ୍କାର ଗଣତିମଣତି ହେବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରର ଗଣତିମଣତି କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଓ ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ଗଣତିମଣତି କରାଯିବ। ତେବେ ଗଣତି ମଣତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଦର୍ଶନରେ ଯେଭଳି ବ୍ୟାଘାତ ନହେବ ତାକୁ ଗୁରୁତ୍ବ ଦେଇ ତଦାରଖ କମିଟି ପକ୍ଷରୁ ଏସ୍ଓପି ପ୍ରସ୍ତୁତ କରାଯାଇଛି । ସେଇ ଏସଓପିକୁ ପ୍ରଥମେ ଶ୍ରୀମନ୍ଦିର ପରିଚାଳନା କମିଟି ପାଖକୁ ଯିବ। ପରିଚାଳନା କମିଟିର ଅନୁମୋଦନ ପରେ ରାଜ୍ୟ ସରକାରଙ୍କ ପାଖକୁ ଯିବ। ସରକାରଙ୍କ ଅନୁମତି ପରେ ହିଁ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ।

ହେଲେ ନିର୍ଦ୍ଦିଷ୍ଟ ଭାବେ ସେ ତାରିଖ କେବେ, ତାହା ସ୍ପଷ୍ଟ କରିବା ସହ ଗଣତି ମଣତି କାମ ଶୀଘ୍ର ସାରିବାକୁ ଦାବି କରିଛନ୍ତି ସେବାୟତ। ତେବେ ଆଇନମନ୍ତ୍ରୀ କହିଛନ୍ତି ରଥଯାତ୍ରା ପୂର୍ବରୁ ଗଣତି ମଣତି ସାରିବାକୁ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ନେଇ ସାରିଛି, ସରକାରଙ୍କ ପାଖରୁ ଏସଓପି ଆସିଲେ ଏଥିପାଇଁ ବାଟ ଖୋଲିବ।

ଅପରପକ୍ଷେ ଗଣତି ମଣତି ସମୟରେ କେଉଁମାନେ ଉପସ୍ଥିତ ରହିବେ ସେଥିପାଇଁ ଚିଠା ତାଲିକା ପ୍ରସ୍ତୁତ ହୋଇଛି । ଗଣତି ମଣତି ପାଇଁ ଅଧିକୃତ ଥିବା ବ୍ୟକ୍ତିବିଶେଷଙ୍କ କଡ଼ାକଡ଼ି ଯାଞ୍ଚ କରାଯିବ। ଭିତର ରତ୍ନଭଣ୍ଡାର ଗଣତିମଣତି ସମୟରେ ପରିଚାଳନା କମିଟିର ସେବକ ପ୍ରତିନିଧି ରହିବେ। ଏହି ସମୟରେ ଆରବିଆଇର ଜଣେ ପ୍ରତିନିଧି ରହିବେ, ଜଣେ ବଣିଆ ସେବକ ରହିବେ। ୧୯୭୮ ମସିହା ଗଣତିମଣତି ତାଲିକା ରିପୋର୍ଟ ସହ ମେଳକ କରାଯିବ। ଗଣତିମଣତି ଶେଷ ପରେ ଚାବି ଜିଲ୍ଲା ଟ୍ରେଜେରୀରେ ରଖାଯିବ। ସମସ୍ତ ଗଣତିମଣତି ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ତେବେ ସାରା ଜଗନ୍ନାଥପ୍ରେମୀଙ୍କ ନଜର ଥିବା ରତ୍ନଭଣ୍ଡାରର ଗଣତିମଣତି କେତେ ଶୀଘ୍ର ଆରମ୍ଭ ହୋଇ ସରୁଛି ତାକୁ ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ratna Bhandar | Srimandir Ratna Bhandar Inventory of the gem collection will begin soon. | Argus News