shreemayee criticizes / ବିଜେଡି ଏବଂ ନବୀନଙ୍କୁ ଶ୍ରୀମୟୀ ମିଶ୍ରଙ୍କ ସମାଲୋଚନା
·4 months ago·2 min read

Key Points
ନବୀନ ପଟ୍ଟନାୟକଙ୍କୁ ଶ୍ରୀମୟୀ ମିଶ୍ରଙ୍କ କଡ଼ା ସମାଲୋଚନା
ସୋସିଆଲ ମିଡିଆରେ କଲେ ସମାଲୋଚନା
ବିଜୁବାବୁଙ୍କୁ ଭାରତରତ୍ନ ସମ୍ମାନ ଦେବା ପାଇଁ ଚେଷ୍ଟା କରିଛନ୍ତି?

ପ୍ରବାଦପୁରୁଷ ବିଜୁବାବୁଙ୍କ ୧୧୦ତମ ଜୟନ୍ତୀରେ ବିଜେଡି ଏବଂ ନବୀନଙ୍କୁ ଶ୍ରୀମୟୀ ମିଶ୍ରଙ୍କ ସମାଲୋଚନା। ନିଜ ସୋସିଆଲ ମିଡିଆ ପୋଷ୍ଟରେ ସମାଲୋଚନା କଲେ ଶ୍ରୀମୟୀ ମିଶ୍ର। ଦୀର୍ଘ ତିନି ଦଶନ୍ଧି ଧରି ଯେଉଁ ବ୍ୟକ୍ତି କ୍ଷମତାରେ ରହିଛନ୍ତି, ନିଜେ କେତେଥର ଦିଲ୍ଲୀ ଦରବାରରେ ବିଜୁବାବୁଙ୍କୁ ଭାରତରତ୍ନ ସମ୍ମାନ ଦେବା ପାଇଁ ଚେଷ୍ଟା କରିଛନ୍ତି? ଅବଶ୍ୟ ଦଳର ନେତାଙ୍କୁ ଲଗେଇ, ଭାଷଣରେ ଅନ୍ୟର Script ପଢ଼ି, ଧର୍ମକୁ ଆଖିଠାର କଲା ଭଳି ଏ ପ୍ରସଙ୍ଗ ଉଠାନ୍ତି। କ'ଣ ଖାଲି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଆଉ ଖଣ୍ଡି ଓଡ଼ିଆରେ ଭାଷଣ ଦେବା ହିଁ ଦେଶର ଜଣେ ପ୍ରଭାବଶାଳୀ ପୁତ୍ରର କର୍ତ୍ତବ୍ୟ?
ଓଡ଼ିଶାବାସୀ ଓ ଦିଲ୍ଲୀରେ ଥିବା ବିଜୁବାବୁଙ୍କ ପାଖ ଲୋକେ କୁହନ୍ତି କି, ବିଜୁବାବୁଙ୍କର ଶେଷ ସମୟରେ ତାଙ୍କୁ ନିଜ ଘରେ ରଖି ବାପାଙ୍କ ଭଳି ପାଖରେ ରହି ସବୁ କଥା ବୁଝୁଥିଲେ ଶ୍ରୀ ଦିଲୀପ ରାୟ । ବାପା ମାଆଙ୍କ ସେବା କରୁଥିବା ବ୍ୟକ୍ତିଙ୍କ ପ୍ରତି ସବୁ ପିଲାମାନେ କୃତଜ୍ଞ ରୁହନ୍ତି। ରାଜ୍ୟସଭା ନିର୍ବାଚନରେ ବାପାଙ୍କ ପ୍ରିୟ ଲୋକଙ୍କୁ ସମର୍ଥନ କରି କୃତଜ୍ଞତା ଜାହିର କରିବା ଉଚିତ୍ ନୁହଁ କି ? ଏମିତି କେତେ ନିର୍ବାଚନ ଆସିବ, ଯେଉଁଥିରେ ଅନ୍ୟ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ହେବ, କିନ୍ତୁ ବିଜୁ ଜୟନ୍ତୀରେ ବିଜୁବାବୁଙ୍କ ସେବା କରିଥିବା ବ୍ୟକ୍ତିଙ୍କୁ ଯଦି ସମ୍ମାନ ଓ ସମର୍ଥନ,ନ'ଦେଇପାରିବେ, ତେବେ ସେ ପୁତ୍ର କୃତଜ୍ଞ ନା କୃତଘ୍ନ? ବିଜୁବାବୁଙ୍କୁ ଆଦର୍ଶ ମାନୁଥିବା ବହୁ ବିଧାୟକ ମଧ୍ୟ ନିଜ ବିବେକାନୁମୋଦିତ ନିଷ୍ପତ୍ତି ନେବେ, ନା ଭଣ୍ଡ ଅନୁଗାମୀ ହେବେ, ତାହା ସମୟ କହିବ।
ସେପଟେ ବିଜୁ ବାବୁଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ଦିଲ୍ଲୀପ ରାଏ, ସୋସିଆଲ ମିଡିଆରେ ଲେଖିଲେ ମନର କଥା। ବିଜୁ ବାବୁଙ୍କ ଜନ୍ମବାର୍ଷିକୀରେ, ଭାରତୀୟ ଜନତା ପାର୍ଟିର ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବା ସମୟରେ, ମୋର ହୃଦୟ ଭାବନାରେ ପରି ପୂର୍ଣ୍ଣ ବୋଲି ସୋସିଆଲ ମିଡ଼ିଆରେ ପ୍ରକାଶ କରିଛନ୍ତି ଦିଲ୍ଲୀପ ରାୟ ।
ସେ କହିଛନ୍ତି ମୁଁ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଚାହୁଁଛି । ବିଶେଷକରି ବିଜୁ ବାବୁଙ୍କ ଦୃଷ୍ଟିକୋଣ ଏବଂ ଐତିହ୍ୟ ଦ୍ୱାରା ଅନୁପ୍ରାଣିତ ସମସ୍ତଙ୍କ ସମର୍ଥନ ଚାହୁଁଛି । ଆପଣଙ୍କ ବିଶ୍ୱାସ ଏବଂ ଉତ୍ସାହ ଆମ ରାଜ୍ୟର ସେବା କରିବା ପାଇଁ ମୋର ସଂକଳ୍ପକୁ ସଚ୍ଚୋଟତା, ସମର୍ପଣ ଏବଂ ସାଧୁତାର ସହିତ ମଜବୁତ କରିବ ବୋଲି ସେ ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି, ତାଙ୍କ ପାଇଁ ୫ ମାର୍ଚ୍ଚ କେବେବି କ୍ୟାଲେଣ୍ଡରରେ କେବଳ ଏକ ତାରିଖ ନୁହେଁ । ଏହି ଦିନ ସେ ବ୍ୟକ୍ତିତ୍ୱ ସମ୍ପନ୍ନ ଏବଂ ପିତାଙ୍କ ପରି ବ୍ୟକ୍ତିତ୍ୱଙ୍କୁ ମନେ ପକାଇଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories