୧୫ଦିନ ରହଣି ପରେ କୋରାପୁଟ ଛାଡିଲେ ରାଜାମୌଲି

ଦୀର୍ଘ ୧୫ଦିନ ରହଣି ପରେ କୋରାପୁଟରୁ ଫେରିଗଲେ ସାଉଥ୍ ନିର୍ଦ୍ଦେଶକ ଏସ ଏସ ରାଜମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଫେରିବା ପୂର୍ବରୁ ଏକ ବିଦାୟକାଳୀନ ସଭା ଭଳି ସୃଷ୍ଟି ହୋଇଥିଲା ସୁଟିଂ ସେଟରେ । ତଲମାଲିଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପୁର ଉପଜିଲ୍ଲାପାଳ ଆକବରମା ସସ୍ୟା ରେଡ୍ଡୀଙ୍କ ସମେତ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସମେତ ସ୍ଥାନୀୟ ବାସିନ୍ଦା ବିଦାୟ ଦେଇଥିଲେ ।
ଫିଲ୍ମ ଟିମ୍ ପକ୍ଷରୁ ନିର୍ଦ୍ଦେଶକ ରାଜାମୌଲୀ, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ହାତ ଲେଖାରେ କୋରାପୁଟର ଅପୂର୍ବ ସୋନ୍ଦର୍ଯ୍ୟ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଆଥିତ୍ୟତାକୁ ଭୁଲି ହେବନି ବୋଲି ଜଣାଇଛନ୍ତି । ଫିଲ୍ମ ସୁଟକୁ ନେଇ ଚଳଚଞ୍ଚଳ ଥିଲା କୋରାପୁଟ ଜିଲ୍ଲାର ତଲମାଳି, ଦେଓମାଳି । ଫିଲ୍ମ ସୁଟିଂର ଉତ୍ସ ପାଲଟୁଛି ଓଡ଼ିଶା । ରାଜ୍ୟରେ ବର୍ତ୍ତମାନ ବିଗ ବଜେଟ ଫିଲ୍ମ ମାନ ସୁଟିଂ ହେବାରେ ଲାଗିଛି । ଯାହା ରାଜ୍ୟ ପାଇଁ ଏକ ଗର୍ବର ବିଷୟ ।
ନିକଟରେ 'ପୁଷ୍ପା 2' ମାଲକାନଗିରି ଜିଲ୍ଲାରେ ସୁଟିଂ ହୋଇଥିବା ବେଳେ ବର୍ତ୍ତମାନ କୋରାପୁଟରେ ବର୍ତ୍ତମାନ ସାଉଥର ଲୋକପ୍ରିୟ ନିର୍ଦ୍ଦେଶକ ଏସ ଏସ ରାଜାମୌଲି, ସୁପରଷ୍ଟାର ମହେଶ ବାବୁ ଏବଂ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କ ଆଗାମୀ ଫିଲ୍ମ 'SSMB29' ସୁଟିଂ ସାରି ଫେରିଛନ୍ତି । ଏହି ବିଗ ବିଜେଟ ଫିଲ୍ମ ପାଇଁ ବିଶାଳ ସେଟ୍ ନିର୍ମାଣ କରାଯାଇଛି । କୋରାପୁଟ ଜିଲ୍ଲା ପର୍ଯ୍ୟଟନ ସ୍ଥଳୀ ଭାବେ ପୂର୍ବରୁ ଲୋକଙ୍କୁ ବେଶ ଆକୃଷ୍ଟ କରିଥିବା ବେଳେ ବର୍ତ୍ତମାନ ଏଠାରେ ବିଗ ବଜେଟ ଫିଲ୍ମ ସୁଟିଂ ହେବା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ।
ଗତ ବର୍ଷ ଡିସେମ୍ୱର 5ରେ ରିଲିଜ ହୋଇଥିଲା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା 2' । ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫାହାଦ୍ ଫାସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିଥିଲେ । ଏହି ଫିଲ୍ମର ସୁଟିଂ ମଧ୍ୟ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ହୋଇଥିଲା । ରିପୋର୍ଟ ଅନୁଯାୟୀ, SSMB29 ରାଜମୌଲିଙ୍କ ଏହା ବିଗ ବେଜଟ ଫିଲ୍ମ ବୋଲି କୁହାଯାଉଛି । ମହେଶ ବାବୁ ଏକମାତ୍ର ନିଶ୍ଚିତ ଅଭିନେତା ଯିଏ 'SSMB 29'ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ୱୀରାଜ ସୁକୁମାରନ୍ ମଧ୍ୟ ନଜର ଆସିବେ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: