|
logo
Live
Argus News App
GET APP

Argus News - ନିଶା ମହାରଣାଙ୍କ ପାଇଁ ଅଶାନ୍ତ କୁଦାନଗରୀ, ନାଚକୁ ବିରୋଧରୁ ବଚସା ଓ ଭଙ୍ଗାରୁଜା

Odisha

ନିଶା ମହାରଣାଙ୍କ ପାଇଁ ଅଶାନ୍ତ କୁଦାନଗରୀ, ନାଚକୁ ବିରୋଧରୁ ବଚସା ଓ ଭଙ୍ଗାରୁଜା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ନିଶା ମହାରଣାଙ୍କ ପାଇଁ ଅଶାନ୍ତ କୁଦାନଗରୀ, ନାଚକୁ ବିରୋଧରୁ ବଚସା ଓ ଭଙ୍ଗାରୁଜା

Key Points

ନିଶା ମହାରଣାଙ୍କ ପାଇଁ ଦୁଇ ଭାଗ ହେଲା ଗାଁ । ଉଠିଲା ଠେଙ୍ଗା,ଭାଙ୍ଗିଲା ଚେୟାର । ଯାତ୍ରା ଦେଖିବାକୁ ଆସି ହାତାହାତି ହେଲେ ଦର୍ଶକ । 

ପାଟକୁରା: ପୁଣି ନିଶା ମହାରଣାଙ୍କୁ ନେଇ ବିବାଦ । ନିଶା ମହାରଣାଙ୍କ ପାଇଁ ଦୁଇ ଭାଗ ହେଲା ଗାଁ । ଉଠିଲା ଠେଙ୍ଗା,ଭାଙ୍ଗିଲା ଚେୟାର । ଯାତ୍ରା ଦେଖିବାକୁ ଆସି ହାତାହାତି ହେଲେ ଦର୍ଶକ । ଯାତ୍ରା ପେଣ୍ଡାଲରେ ହେଲା ଛୁରାମାଡ଼ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀରେ ଗାଁରେ ଯାତ୍ରା ଚାଲିଥିବା ବେଳେ ନିଶା ମହାରଣାଙ୍କୁ ନେଇ ଅଶାନ୍ତ ପରିସ୍ଥିତ ସୃଷ୍ଟି ହୋଇଛି । 


ଶୁକ ପରୀକ୍ଷିତ ସାଂସ୍କୃତିକ ପରିଷଦ ପକ୍ଷରୁ ଅପେରା ପରିବେଷଣ କରା ଯାଉଥିଲା । ନିଶାଙ୍କ ନୃତ୍ୟ ପରିବେଷଣକୁ କିଛି ଯୁବକ ବିରୋଧ କରିଥିଲେ । ବିରୋଧ ପରେ ନିଶା ମହାରଣା ପେଣ୍ଡାଲ ଛାଡ଼ି ପଳାଇ ଥିଲେ । ଏହା ପରେ କିଛି ଯୁବ କାହିଁକି ଡ୍ୟାନ୍ସ ହେବନି ବୋଲି କହିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପରେ ବଚସାରୁ ସୃଷ୍ଟି ହୋଇଥିଲା ହାତାହାତି । ଯିଏ ଯାହା ପାରିଲା ଫିଙ୍ଗିଥିଲା । ଉଡ଼ିବାରେ ଲାଗିଥିଲା ଗୋଟିଏ ପରେ ଗୋଟିଏ ଚେୟାର । ଗଣ୍ଡଗୋଳ ଭିତରେ ଯାତ୍ରା ପେଣ୍ଡାଲ ନିକଟରେ ଛୁରମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ଆହତ ହୋଇଛନ୍ତି । ଗଣ୍ଡଗୋଳ ନେଇ କୁଦାନଗରୀ ଥାନାରେ ତିନୋଟି ମାମଲା ରୁଜୁ ହୋଇଛି ।

Sponsored
ନିଶା ମହାରଣାଙ୍କ ପାଇଁ ଅଶାନ୍ତ କୁଦାନଗରୀ, ନାଚକୁ ବିରୋଧରୁ ବଚସା ଓ ଭଙ୍ଗାରୁଜା | Argus News